Advertisment

ବ୍ରାଉନ୍ ସୁଗର ଚାଲାଣ ବେଳେ ଅବକାରୀ ବିଭାଗର ଚଢ଼ାଉ, ୨ ଗିରଫ

କରଞ୍ଜିଆ (ଦୀପକ କୁମାର ମହାନ୍ତ): ବ୍ରାଉନ ସୁଗାର ଚାଲାଣ ବେଳେ ଚଢ଼ାଉ କରିଛି ଅବକାରୀ ବିଭାଗ। ଏହି ଚଢ଼ାଉ ବେଳେ ଅବକାରୀ ବିଭାଗ ୫୦ଗ୍ରାମ ବ୍ରାଉନ ସୁଗର ସହିତ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଦୁଇ ଜଣ କେନ୍ଦୁଝର ଅଞ୍ଚଳର କ୍ଷୀରୋଦ ଚନ୍ଦ୍ର ମହାନ୍ତ ଏବଂ ଆଶିଷ ଗିରି ବୋଲି ଜଣାପଡିଛି। ଆଜି ଅପରାହ୍ନ ସମୟରେ କୌଣସି ସୂତ୍ରରୁ ଖବର ପାଇ କରଞ୍ଜିଆ ଅବକାରୀ ବିଭାଗ ଏକ ବାଇକକୁ ପିଛା କରି ୪୯ନମ୍ବର ଜାତୀୟ […]

author-image
Ranjit Kumar Jena
ବ୍ରାଉନ୍ ସୁଗର ଚାଲାଣ ବେଳେ ଅବକାରୀ ବିଭାଗର ଚଢ଼ାଉ, ୨ ଗିରଫ

karanjia

କରଞ୍ଜିଆ (ଦୀପକ କୁମାର ମହାନ୍ତ): ବ୍ରାଉନ ସୁଗାର ଚାଲାଣ ବେଳେ ଚଢ଼ାଉ କରିଛି ଅବକାରୀ ବିଭାଗ। ଏହି ଚଢ଼ାଉ ବେଳେ ଅବକାରୀ ବିଭାଗ ୫୦ଗ୍ରାମ ବ୍ରାଉନ ସୁଗର ସହିତ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଦୁଇ ଜଣ କେନ୍ଦୁଝର ଅଞ୍ଚଳର କ୍ଷୀରୋଦ ଚନ୍ଦ୍ର ମହାନ୍ତ ଏବଂ ଆଶିଷ ଗିରି ବୋଲି ଜଣାପଡିଛି।

Advertisment

ଆଜି ଅପରାହ୍ନ ସମୟରେ କୌଣସି ସୂତ୍ରରୁ ଖବର ପାଇ କରଞ୍ଜିଆ ଅବକାରୀ ବିଭାଗ ଏକ ବାଇକକୁ ପିଛା କରି ୪୯ନମ୍ବର ଜାତୀୟ ରାଜପଥ ଯଶୀପୁର ଥାନା ଅନ୍ତର୍ଗତ ଛେଳିଗୁଦୁଳୀ ଟୋଲଗେଟ ନିକଟରେ ଗୋଟିଏ ବାଇକ ସହିତ ଦୁଇଜଣଙ୍କୁ ଗିରଫ କରିବା ସହିତ ତାଙ୍କ ପାଖରୁ ୫୦ଗ୍ରାମର ବ୍ରାଉନ ସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କା ହେବ ବୋଲି ଜଣା ପଡ଼ିଛି।

ସେମାନେ ଏକ ବାଇକ ଯୋଗେ କେନ୍ଦୁଝର ଅଞ୍ଚଳରୁ ବାରିପଦା ଆଡ଼କୁ ୪୯ ନମ୍ବର ଜାତୀୟ ରାଜପଥରେ ବ୍ରାଉନ ସୁଗର ନେଉଥିବା ବେଳେ ଛେଳି ଗୁଦୁଲି ଟୋଲଗେଟ ନିକଟରେ ଅବକାରୀ ବିଭାଗ ଧରିଥିଲା। ତେବେ ସେମାନେ କୋଉଠୁ ଆଣିଲେ ଏବଂ କୁଆଡ଼େ ନେଉଥିଲେ ତାହା ଜଣା ପଡିନି।

Advertisment

ଗିରଫ ପରେ ଉଭୟଙ୍କୁ ବାରିପଦା କୋର୍ଟକୁ ଚାଲାଣ କରିବ ଅବକାରୀ ବିଭାଗ। ଦିନକୁ ଦିନ ଅଞ୍ଚଳରେ ଚୋରି ଡକାୟତି ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ବ୍ରାଉନ ସୁଗର ଜବତ ହେବା ପୁଲିସର ନିଦ ହଜାଇ ଦେଇଛି।