Advertisment

ଦୁଇଟି ହାତୀ ଦାନ୍ତ ଜବତ, ୪ ଗିରଫ

ଗୋଟିଏ ହାତୀ ଦାନ୍ତ ନଡ଼ା ଗଦାରୁ ମିଳିଥିବା ବେଳେ ଆଉ ଗୋଟିଏ ମାଟି ତଳୁ ମିଳିଛି।

arrest

arrest

Advertisment

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରୁ ଦୁଇଟି ହାତୀ ଦାନ୍ତ ଜବତ ହୋଇଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି ବନ ବିଭାଗ।

Advertisment

ଗୁଇନ୍ଦା ସୂଚନା ଆଧାରରେ ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ବିଶୋଇ ପୁଲିସ୍ ସହାୟତାରେ ବନ ବିଭାଗ ଅଧିକାରୀମାନେ ରୁଗୁଡ଼ିହି, ମାଟିଆଣି ଓ ତଳକବାଦି ଆଦି ଗାଁରେ ଚଢ଼ାଉ କରିଥିଲେ। ରୁଗୁଡ଼ିହି ଓ ତଳକବାଦିରୁ ଦୁଇଟି ହାତୀ ଦାନ୍ତ ମିଳିଥିବା ବେଳେ ମୋଟ ୪ ଜଣଙ୍କୁ ବନ ବିଭାଗ ଧରିଥିଲା। ଗୋଟିଏ ହାତୀ ଦାନ୍ତ ନଡ଼ା ଗଦାରୁ ମିଳିଥିବା ବେଳେ ଆଉ ଗୋଟିଏ ମାଟି ତଳୁ ମିଳିଥିଲା। ଦାନ୍ତ ଦୁଇଟିର ଓଜନ ୩୫ରୁ ୪୦ କେଜି ହେବ ବୋଲି ଜଣାପଡ଼ିଛି।

ଗତ ୨୧ ତାରିଖ ଦିନ ଶିମିଳିପାଳ ଅଭୟାରଣ୍ୟର ତାଳବନ୍ଧ ରେଞ୍ଜରୁ ଏକ ଦନ୍ତା ହାତୀର ଗଳିତ ମୃତଦେହ ଜବତ ହୋଇଥିବା ବେଳେ ତା’ର ଦାନ୍ତ ଦୁଇଟି ନିଖୋଜ ଥିଲା। ଆଜି ଜବତ ହୋଇଥିବା ଦାନ୍ତ ଦୁଇଟି ହାତୀର ନାଁ ନୁହେଁ, ତାହା ଜଣାପଡ଼ି ନାହିଁ।

Advertisment

ଉତ୍ତର ଶିମିଳିପାଳ ଅଭୟାରଣ୍ୟ ଉପ-ନିର୍ଦ୍ଦେଶକ ସାଇ କିରଣ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି। ଜବତ ହୋଇଥିବା ଦୁଇଟି ଦାନ୍ତ ତାଳବନ୍ଧ ରେଞ୍ଜରୁ ମିଳିଥିବା ମୃତ ହାତୀର ନା ନୁହେଁ, ସେ ନେଇ ମଧ୍ୟ ତଦନ୍ତ ଚାଲିଛି।

Similipal National Park Elephant Trafficking Odisha Forest Dept
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe