Advertisment

ରାଜ ରାସ୍ତାରେ ଗର୍ଜିଲେ ଉଜ୍ଜଳା ଦିଦି

ସାମାଜିକ ସୁରକ୍ଷା, କର୍ମ ନିଯୁକ୍ତି ଯୋଜନାରେ କାମ ଯୋଗାଇ ଦେବା, ପାରିଶ୍ରମିକ ବୃଦ୍ଧି କରିବା ସହ ନିଯୁକ୍ତି ସମୟରେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିବାକୁ ଉଜ୍ଜଳା ଦିଦିମାନେ ଦାବି କରିଛନ୍ତି।

author-image
Manoranjan Sial
Baripada

Baripada

ତାତିଲେ ଉଜ୍ଜ୍ୱଳା ଦିଦି। ଦାବି ପୂରଣ ପାଇଁ ରାଜରାସ୍ତାରେ ଗର୍ଭିଲେ। ଶୋଭାଯାତ୍ରାରେ ଯାଇ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ମଧ୍ୟମରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି।

Advertisment

ଆଜି ଓଡ଼ିଶା ରାଜ୍ୟ ଉଜ୍ଜଳା ଦିଦି ସଂଘର ଶତାଧିକ କର୍ମୀ ଶୋଭାଯାତ୍ରାରେ ବାରିପଦା ସହରରେ ପରିକ୍ରମା କରିଛନ୍ତି। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସାମାଜିକ ସୁରକ୍ଷା, କର୍ମ ନିଯୁକ୍ତି ଯୋଜନାରେ କାମ ଯୋଗାଇ ଦେବା, ପାରିଶ୍ରମିକ ବୃଦ୍ଧି କରିବା ସହ ନିଯୁକ୍ତି ସମୟରେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରିବାକୁ ଉଜ୍ଜଳା ଦିଦିମାନେ ଦାବି କରିଛନ୍ତି। ଏ ନେଇ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନ ଜରିଆରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ଉଜ୍ଜଳା ଦିଦିମାନଙ୍କ ବିକ୍ଷୋଭରେ ରାଜ୍ୟ ସଂଘର ସଯୋଜିକା ବୀଣାପାଣି ବେହେରା, ଭାରତୀୟ ମଜଦୁର ସଂଘର କର୍ମକର୍ତ୍ତା ବସନ୍ତ କୁମାର ସାହୁ, ସଭାନେତ୍ରୀ ଲଳିତା ବିନ୍ଧାଣି, ସୁରେଶି ଦାସ ଅନିତା ଗିରି ପ୍ରମୁଖ ସାମିଲ ହୋଇଥିଲେ।

ଉଜ୍ଜଳା ଦିଦି ସଂଘର ରାଜ୍ୟ ସଯୋଜିକା ବୀଣାପାଣି ବେହେରା କହିଛନ୍ତି, ନିଯୁକ୍ତି ସମୟରେ ମାସକୁ ୮୦୦ରୁ ୧୦,୦୦ ଟଙ୍କା ଲେଖାଏଁ ଦରମା ଦେବାକୁ କୁହାଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଟଙ୍କା ଟିଏ ମିଳିନାହିଁ। ଉଜ୍ଜ୍ୱଳା ଦିଦିମାନେ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି। ଘରକୁ ଘର ବୁଲି ଗ୍ୟାସ୍‌ ରିଫିଲିଂ କରୁଛନ୍ତି। ଗ୍ୟାସର ବ୍ୟବହାର ସମ୍ପର୍କରେ ଗ୍ରାମାଞ୍ଚଳର ଲୋକଙ୍କୁ ବୁଝାଉଛନ୍ତି। ଏପରି ସ୍ଥିତିରେ ଆମର ଦାବି ପୂରଣ କରାଯାଉ ନାହିଁ ବୋଲି ବୀଣାପାଣି କହିଛନ୍ତି।

Advertisment

ରିପୋର୍ଟ-ବାରିପଦାରୁ ମାଣିକ ଲାଲ ପାଣି

Baripada Ujjala