ଦୁଇ ଭାଇଙ୍କୁ ଗୁଳିମାଡ଼ କରି ଟଙ୍କା ଲୁଟ୍‌

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ଲିଙ୍କ୍‌ ରୋଡ୍‌ ନିକଟରେ ଆଜି ସକାଳ ପ୍ରାୟ ସାଢ଼େ ସାତଟାରେ ଗୁଳିମାଡ଼ ହୋଇଛି। ଏଥିରେ ଦୁଇ ଜଣ ଧାନ ବ୍ୟବସାୟୀ ଆହତ ହୋଇଛନ୍ତି। ସେମାନେ ହେଲେ ଦୟାଶଙ୍କର ସାଓ ଓ ଗୌରୀଶଙ୍କର ସାଓ। ସେମାନେ ହେଉଛନ୍ତି ଦୁଇ ଭାଇ। ଜଣଙ୍କର ଛାତି ଓ କାନ୍ଧରେ ଦୁଇଟି ଗୁଳି ବାଜି ଥିବା ବେଳେ ଅନ୍ୟ ଜଣଙ୍କ କାନ୍ଧରେ ଗୋଟିଏ ଗୁଳି ବାଜିଛି। ଉଭୟଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି […]

injured

injured

Jitendra Garnayak
  • Published: Monday, 08 July 2019
  • Updated: 08 July 2019, 12:48 PM IST

Sports

Latest News

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ଲିଙ୍କ୍‌ ରୋଡ୍‌ ନିକଟରେ ଆଜି ସକାଳ ପ୍ରାୟ ସାଢ଼େ ସାତଟାରେ ଗୁଳିମାଡ଼ ହୋଇଛି। ଏଥିରେ ଦୁଇ ଜଣ ଧାନ ବ୍ୟବସାୟୀ ଆହତ ହୋଇଛନ୍ତି। ସେମାନେ ହେଲେ ଦୟାଶଙ୍କର ସାଓ ଓ ଗୌରୀଶଙ୍କର ସାଓ। ସେମାନେ ହେଉଛନ୍ତି ଦୁଇ ଭାଇ।

ଜଣଙ୍କର ଛାତି ଓ କାନ୍ଧରେ ଦୁଇଟି ଗୁଳି ବାଜି ଥିବା ବେଳେ ଅନ୍ୟ ଜଣଙ୍କ କାନ୍ଧରେ ଗୋଟିଏ ଗୁଳି ବାଜିଛି। ଉଭୟଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ଦୁଇ ଭାଇ ଧାନ ଗୋଦାମରେ ଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏଥିସହ ସେମାନଙ୍କ ପାଖରେ ଥିବା ଟଙ୍କା ଲୁଟି ନେଇଥିଲେ।

ଖବର ପାଇ ରାଇରଙ୍ଗପୁର ଟାଉନ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗୁଳି ଓ ଖୋକା ଜବତ କରିଥିଲା। ଦୁର୍ବୃତ୍ତମାନେ ତିନି ରାଉଣ୍ଡ ଫାଇରିଂ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos