Advertisment

ଦୁଇ ଭାଇଙ୍କୁ ଗୁଳିମାଡ଼ କରି ଟଙ୍କା ଲୁଟ୍‌

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ଲିଙ୍କ୍‌ ରୋଡ୍‌ ନିକଟରେ ଆଜି ସକାଳ ପ୍ରାୟ ସାଢ଼େ ସାତଟାରେ ଗୁଳିମାଡ଼ ହୋଇଛି। ଏଥିରେ ଦୁଇ ଜଣ ଧାନ ବ୍ୟବସାୟୀ ଆହତ ହୋଇଛନ୍ତି। ସେମାନେ ହେଲେ ଦୟାଶଙ୍କର ସାଓ ଓ ଗୌରୀଶଙ୍କର ସାଓ। ସେମାନେ ହେଉଛନ୍ତି ଦୁଇ ଭାଇ। ଜଣଙ୍କର ଛାତି ଓ କାନ୍ଧରେ ଦୁଇଟି ଗୁଳି ବାଜି ଥିବା ବେଳେ ଅନ୍ୟ ଜଣଙ୍କ କାନ୍ଧରେ ଗୋଟିଏ ଗୁଳି ବାଜିଛି। ଉଭୟଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି […]

ଦୁଇ ଭାଇଙ୍କୁ ଗୁଳିମାଡ଼ କରି ଟଙ୍କା ଲୁଟ୍‌

injured

Advertisment

ରାଇରଙ୍ଗପୁର (ରାଜେଶ କୁମାର ଶର୍ମା): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହର ଲିଙ୍କ୍‌ ରୋଡ୍‌ ନିକଟରେ ଆଜି ସକାଳ ପ୍ରାୟ ସାଢ଼େ ସାତଟାରେ ଗୁଳିମାଡ଼ ହୋଇଛି। ଏଥିରେ ଦୁଇ ଜଣ ଧାନ ବ୍ୟବସାୟୀ ଆହତ ହୋଇଛନ୍ତି। ସେମାନେ ହେଲେ ଦୟାଶଙ୍କର ସାଓ ଓ ଗୌରୀଶଙ୍କର ସାଓ। ସେମାନେ ହେଉଛନ୍ତି ଦୁଇ ଭାଇ।

Advertisment

ଜଣଙ୍କର ଛାତି ଓ କାନ୍ଧରେ ଦୁଇଟି ଗୁଳି ବାଜି ଥିବା ବେଳେ ଅନ୍ୟ ଜଣଙ୍କ କାନ୍ଧରେ ଗୋଟିଏ ଗୁଳି ବାଜିଛି। ଉଭୟଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ଦୁଇ ଭାଇ ଧାନ ଗୋଦାମରେ ଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ସେମାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଏଥିସହ ସେମାନଙ୍କ ପାଖରେ ଥିବା ଟଙ୍କା ଲୁଟି ନେଇଥିଲେ।

Advertisment

ଖବର ପାଇ ରାଇରଙ୍ଗପୁର ଟାଉନ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗୁଳି ଓ ଖୋକା ଜବତ କରିଥିଲା। ଦୁର୍ବୃତ୍ତମାନେ ତିନି ରାଉଣ୍ଡ ଫାଇରିଂ କରିଥିଲେ। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe