/odisha-reporter/media/post_attachments/uploadimage/library/16_9/16_9_0/IMAGE_1685329474.jpg)
Tahasildar's Residence
ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କ ଘରେ ହୋଇଛି ଭିଜିଲାନ୍ସ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଛି ଭିଜିଲାନ୍ସ।
Advertisment
ଆଜି ସକାଳ ୭ଟାରୁ ତହସିଲଦାର ଚାର୍ଲସ ନାୟକଙ୍କ କରଞ୍ଜିଆ ସ୍ଥିତ ସରକାରୀ ବାସଭବନ ସ କରଞ୍ଜିଆ ସ୍ଥିତ ତହସିଲ ଅଫିସରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଏହା ସହିତ ଚାର୍ଲସଙ୍କ ଭଦ୍ରକ ସ୍ଥିତ ଘରେ ମଧ୍ୟ ଚଢ଼ାଉ କରାଯାଇଛି।
ଚଢ଼ାଉ ଜାରି ରହିଥିବା ବେଳେ ଚାର୍ଲସ ନାୟକ କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି, ସେ ତଥ୍ୟ ଆସିପାରି ନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
