Advertisment

ଫରେଷ୍ଟର ହତ୍ୟା ପରେ ତାତିଲେ ଲୋକେ, ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଘେରିଲେ

ଶିମିଳିପାଳର ସୁରକ୍ଷା ଦାୟିତ୍ୱ ଯଦି ରାଜ୍ୟ ସରକାର ସମ୍ଭାଳି ପାରୁନାହାନ୍ତି, ତେବେ କେନ୍ଦ୍ର ସରକାରଙ୍କୁ ଦେଇ ଦିଅନ୍ତୁ ବୋଲି ଖୋଲାଖୋଲି ଫରେଷ୍ଟ ଗାର୍ଡ ଶଶାଙ୍କ ଶେଖର ଘଣା କହିଥିଲେ।

ଅଦ୍ୟତନ ହୋଇଛି
Baripada

Baripada

Advertisment

ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟର ମାଟି ହାଁସଦାଙ୍କ ହତ୍ୟା ପରେ ତାତିଛନ୍ତି ଲୋକେ। ଶେଷ ଦର୍ଶନ ପାଇଁ ଆସିଥିବା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଘେରିଛନ୍ତି। ମୟୂରଭଞ୍ଜ ଯଶିପୁର ସ୍ଥିତ ଘରକୁ ଫରେଷ୍ଟର ମାଟି ହାଁସଦାଙ୍କ ପାର୍ଥୀବ ଶରୀରକୁ ଅଣାଯାଇଥିଲା। ସେହି ସମୟରେ ମନ୍ତ୍ରୀଙ୍କ ଉପରେ ବର୍ଷିବା ସହ ତାଙ୍କୁ ଘେରିଥିଲେ ଜଣେ ଫରେଷ୍ଟ ଗାର୍ଡଙ୍କ ସହ ଅନ୍ୟ କିଛି ଲୋକ।

Advertisment

ଶିମିଳିପାଳର ସୁରକ୍ଷା ଦାୟିତ୍ୱ ଯଦି ରାଜ୍ୟ ସରକାର ସମ୍ଭାଳି ପାରୁନାହାନ୍ତି, ତେବେ କେନ୍ଦ୍ର ସରକାରଙ୍କୁ ଦେଇ ଦିଅନ୍ତୁ ବୋଲି ଖୋଲାଖୋଲି ଫରେଷ୍ଟ ଗାର୍ଡ ଶଶାଙ୍କ ଶେଖର ଘଣା କହିଥିଲେ। ବେଶ୍‌ କିଛି ସମୟ ଯାଏଁ ମନ୍ତ୍ରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଖାଲି ସେତିକି ନୁହେଁ, ଦକ୍ଷିଣ ଶିମିଳିପାଳ ACF ସମରେଶ ବିଶ୍ୱାଳଙ୍କୁ ମଧ୍ୟ ବିରୋଧ କରିଥିଲେ ବନ ବିଭାଗ କର୍ମଚାରୀ। ACF ସମରେଶ ବିଶ୍ୱାଳ ଫରେଷ୍ଟର ଓ ଅନ୍ୟ ବନ କର୍ମଚାରୀଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ।

ମାଟି ହାଁସଦାଙ୍କ ପାର୍ଥୀବ ଶରୀର ପାଖରେ ଏସବୁ ଘଟଣା ଶନିବାର ଘଟିଥିଲା। ସେପଟେ ଯାହା ଘଟିଛି ସେ ନେଇ ତଦନ୍ତ ହେବ। ACFଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ହେଉଛି ବୋଲି କହିଛନ୍ତି ବାରିପଦା RCCF। ଅନ୍ୟପକ୍ଷରେ ରାଜ୍ୟ ସରକାର ବନ ବିଭାଗ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ପଦକ୍ଷେପ ନେଉଥିବା କହିଛନ୍ତି ମନ୍ତ୍ରୀ ସୁଦାମ ମାର୍ଣ୍ଡିା।

Advertisment

ମାସକ ଭିତରେ ଶିମିଳିପାଳ ଅଭୟାରଣ୍ୟରେ ଦୁଇ ବନ କର୍ମଚାରୀଙ୍କ ଜୀବନ ନେଲେଣି ଶିକାରୀ। ମେ’ ୨୨ ତାରିଖରେ ପାଟ୍ରୋଲିଂ ବେଳେ ଜଣେ ଫରେଷ୍ଟ ଗାର୍ଡ ଓ ଶୁକ୍ରବାର ବିଳମ୍ୱିତ ରାତିରେ ଗୁଳି କରି ଜଣେ ଫରେଷ୍ଟରଙ୍କୁ ହତ୍ୟା କରାଯାଇଛି। ରାତି ପ୍ରାୟ ୨ଟା ବେଳେ ବାରହାକାମୁଡ଼ା ରେଞ୍ଜର ଭାରପ୍ରାପ୍ତ ରେଞ୍ଜର ମାଟି ହାଂସଦା ଗାମଛାଝରଣ ନିକଟରେ ପାଟ୍ରୋଲିଂ କରୁଥିଲେ। ଠିକ୍‌ ସେହି ସମୟରେ ଶିକାରୀମାନେ ଗୁଳି କରିଥିଲେ। ଶିକାରୀଙ୍କ ଗୋଟିଏ ଗୁଳି ଫରେଷ୍ଟର ମାଟି ହାଁସଦାଙ୍କ ଛାତିରେ ବାଜିଥିଲା। ସେ ଗୁରୁତର ଆହତ ହୋଇଥିଲେ। ସାଥୀ କର୍ମଚାରୀମାନେ ତାଙ୍କୁ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଉଦ୍ଧାର କରି କରଞ୍ଜିଆ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଛି।

Similipal National Park Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe