Advertisment

ଝରାଫୁଲ ଭୁବନେଶ୍ୱର ଯିବା ପୂର୍ବରୁ ସାଙ୍ଗକୁ କ’ଣ କହିଥିଲେ

କରଞ୍ଜିଆ(ଓଡ଼ିଶା ରିପୋର୍ଟର): ଝରାଫୁଲକୁ ଝୁରୁଛି ଭିଟାମାଟି। ବାପା, ମା ଭାଇବନ୍ଧୁ ଏବଂ ସାଙ୍ଗସାଥୀ ସମସ୍ତେ ଝରାଫୁଲଙ୍କୁ ହରାଇ ଦୁଃଖରେ ମ୍ରିୟମାଣ। ମୃତ୍ୟୁର ୭ ଦିନ ପରେ ସୁଦ୍ଧା ଝରାଫୁଲ ମୃତ୍ୟୁର ରହସ୍ୟର ଗୁମର ଫିଟିପାରୁ ନଥିବା ବେଳେ ତାର ଆତ୍ମୀୟସୋଜନ ତାଙ୍କୁ ଭୁଲିପାରୁ ନାହାନ୍ତି। ଗାଁରେ ଝରାଫୁଲ ଜଣେ ଭଲ ଝିଅ ଥିବାରୁ ସାହି ବନ୍ଧୁ ପଡ଼ିଶା ତାଙ୍କୁ  ଖୁବ୍‌ ଝୁରି ହେଉଛନ୍ତି। ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ବୁନ୍ଦେଇପୋଷି ଗାଁର ଝରାଫୁଳଙ୍କ ସାଙ୍ଗ ଫୁଲମଣି ନାୟକ […]

ଅଦ୍ୟତନ ହୋଇଛି
ଝରାଫୁଲ ଭୁବନେଶ୍ୱର ଯିବା ପୂର୍ବରୁ ସାଙ୍ଗକୁ କ’ଣ କହିଥିଲେ

7nb

Advertisment

କରଞ୍ଜିଆ(ଓଡ଼ିଶା ରିପୋର୍ଟର): ଝରାଫୁଲକୁ ଝୁରୁଛି ଭିଟାମାଟି। ବାପା, ମା ଭାଇବନ୍ଧୁ ଏବଂ ସାଙ୍ଗସାଥୀ ସମସ୍ତେ ଝରାଫୁଲଙ୍କୁ ହରାଇ ଦୁଃଖରେ ମ୍ରିୟମାଣ। ମୃତ୍ୟୁର ୭ ଦିନ ପରେ ସୁଦ୍ଧା ଝରାଫୁଲ ମୃତ୍ୟୁର ରହସ୍ୟର ଗୁମର ଫିଟିପାରୁ ନଥିବା ବେଳେ ତାର ଆତ୍ମୀୟସୋଜନ ତାଙ୍କୁ ଭୁଲିପାରୁ ନାହାନ୍ତି। ଗାଁରେ ଝରାଫୁଲ ଜଣେ ଭଲ ଝିଅ ଥିବାରୁ ସାହି ବନ୍ଧୁ ପଡ଼ିଶା ତାଙ୍କୁ  ଖୁବ୍‌ ଝୁରି ହେଉଛନ୍ତି। ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ବୁନ୍ଦେଇପୋଷି ଗାଁର ଝରାଫୁଳଙ୍କ ସାଙ୍ଗ ଫୁଲମଣି ନାୟକ କହିଛନ୍ତି ଯେ, ସେ ଛୋଟବେଳୁ ମୋ ସହ ସାଙ୍ଗ ଥିଲା। ପଞ୍ଚମ ପର୍ଯ୍ୟନ୍ତ ଆମେ ଦୁହେଁ ସାଙ୍ଗରେ ପଢ଼ୁଥିଲୁ। ତାପରେ ମୁଁ ବାହାରେ ସେ ବି ବାହାରେ ପଢ଼ିଲା। ସେ ଭାରି ଭଲ ଝିଅ ଥିଲା। ଗତ ୨୪ ତାରିଖ ଭୁବନେଶ୍ୱର ଯିବା ପୂର୍ବରୁ ସେ ମୋ ସହ କଥା ହୋଇଥିଲା। ଗାଁକୁ ଫେରିବ ବୋଲି କହିଥିଲା। ପୁଣି ଭୁବନେଶ୍ୱରରେ ପହଞ୍ଚି ମୋତେ ଫୋନ୍‌ କରିଥିଲା। ତାପରେ ଆଉ ବିଶେଷ କିଛି କଥା ହୋଇ ନାହିଁ ବୋଲି ସେ କହିଛନ୍ତି। ହେଲେ ଭଲପାଇବା ଘଟଣାକୁ ନେଇ ସେ ବିଷୟରେ ମୋତେ କିଛି କହିନାହିଁ ବୋଲି ଫୁଲମଣି କହିଛନ୍ତି।

Advertisment

ଅନ୍ୟପଟେ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ଘଟଣାରେ ପୁଲିସ୍‌କୁ ଆଉ ଏକ ସଫଳତା ମିଳିଛି। ଝରାଫୁଲଙ୍କ ମୃତଦେହକୁ ଯେଉଁ ସ୍କୁଟରରେ ବୋହି ଅଭିଯୁକ୍ତମାନେ ନେଇଥିଲେ, ତାକୁ ଜବତ କରିଛି ଯାଜପୁର ପୁଲିସ୍। ଏହି ସ୍କୁଟରଟି ରାକେଶ ସ୍ୱାଇଁଙ୍କର। ଏଥିରେ ମଧ୍ୟ ଝରାଫୁଲ ତାଙ୍କ ସହିତ ବୁଲାବୁଲି କରିଥିଲେ।

ଗତକାଲି ଭୁବନେଶ୍ୱରରେ ସିନ୍ ରିକ୍ରିଏସନ୍ ବେଳେ ରାକେଶ ସ୍ୱାଇଁ ଏହି ସ୍କୁଟର ସଂପର୍କରେ ସୂଚନା ଦେଇଥିଲେ। ତା’ପରେ ପୁଲିସ୍ ଏହାକୁ ଜବତ କରିଛି। ଭୁବନେଶ୍ୱର ପାଖ ସୁନ୍ଦରପଦା ନିକଟରୁ ଏକ ବୁଦା ମୂଳରୁ ସ୍କୁଟରଟିକୁ ଜବତ କରାଯାଇଛି। କିନ୍ତୁ ଏଯାଏ ରାକେଶଙ୍କ ସହଯୋଗୀ ପୁଲିସ୍‌ ହାତରେ ପଡ଼ି ନାହାନ୍ତି। ଝରାଫୁଲଙ୍କ ମୃତଦେହକୁ ସ୍କୁଟରରେ ବୋହି ନେଇ ବାଟରେ ଫିଙ୍ଗିବାରେ ସେ ରାକେଶଙ୍କୁ ସହଯୋଗ କରିଥିଲେ। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାକେଶ ସ୍ୱାଇଁକୁ ପୁଲିସ୍ ତିନି ଦିନ ରିମାଣ୍ଡରେ ଆଣିଥିବା ବେଳେ ଆଜି ହେଉଛି ଏହାର ଶେଷ ଦିନ। ତେବେ ଏଯାଏଁ ଝରାଫୁଲଙ୍କ ମୃତ୍ୟୁର କାରଣଜଣାପଡ଼ି ନାହିଁ। ଯାହା ସୂଚନା ମିଳିଛି, ରାକେଶ ମଧ୍ୟ କିଛି ଜାଣି ନାହିଁ ବୋଲି କହୁଛି। ମୟୂରଭଞ୍ଜ ଜିଲ୍ଲାର ଝରାଫୁଲ ନାୟକ ତାଙ୍କ ଧରମବାପା ଚକ୍ରଧର ବେହେରାଙ୍କ ଘର ଭୁବନେଶ୍ୱରରେ ରହି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲେ। ମହାମାରୀ କରୋନା ପାଇଁ କଲେଜ ବନ୍ଦ ଥିବାରୁ ଝରାଫୁଲ ଗାଁକୁ ଯାଇଥିଲେ। ଗତ ୨୫ ତାରିଖରେ ଚକ୍ରଧରଙ୍କ ଝିଅର ଜନ୍ମ ଦିନ ଥିବାରୁ ଝରା ଗାଁକୁ ଭୁବନେଶ୍ୱର ଆସିଥିଲେ।

Advertisment

ଜାନୁଆରୀ ୨୬ ତାରିଖରେ ପୂର୍ବାହ୍ନ ୧୧ଟା ବେଳେ ଜୟଦେବ ବିହାରରେ ଝରାଫୁଲଙ୍କୁ ଯଶିପୁର ଯାଉଥିବା ଝାଡେଶ୍ୱର ବସ୍‌ରେ ବସାଇଥିଲେ ଚକ୍ରଧର। କିନ୍ତୁ ଅସୁସ୍ଥ ଥିବା ଦର୍ଶାଇ ଝରାଫୁଲ ବାଣୀବିହାର ଷ୍ଟପେଜ୍‌ରୁ ଓହ୍ଲାଇ ଥିଲେ। ଝରାଫୁଲ ବସ୍‌ରେ ବସିବାର କିଛି ସମୟ ପରେ ବାପା ରମାକାନ୍ତ ଫୋନ୍‌ କରିଥିଲେ। ଝରାଫୁଲ ଫୋନ୍‌ ରିସିଭ୍‌ କରି ଦେହ ଅସୁସ୍ଥ ଲାଗିବାରୁ ସାଙ୍ଗ ସୋନାଲିଙ୍କ ଘରେ ଅଛି ବୋଲି କହିଥିଲେ। ଏମିତିକି  ତାଙ୍କ ଭାଇ ମଧ୍ୟ ଝରାଫୁଲଙ୍କ ପାଖକୁ ବାରମ୍ବାର ଫୋନ୍ କରିଥିଲେ। ସେ ଫୋନ୍ ନ ଉଠାଇବାରୁ ହ୍ୱାଟସ୍‌ଆପ୍‌ରେ ମେସେଜ୍ କରିଥିଲେ। ରାକେଶ, ସୋନାଲୀ ନାଁରେ ମୋବାଇଲ୍‌ରେ ଚାଟିଂ କରିଥିଲେ।

୨୬ ତାରିଖରେ ଝରାଫୁଲ ବାଣୀବିହାର ଷ୍ଟପେଜରେ ବସରୁ ଓହ୍ଲାଇ ଚାଲି ଚାଲି ରୂପାଲି ଛକ ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ଉଭୟ ସ୍କୁଟିରରେ ଭୁବନେଶ୍ୱରରେ ବୁଲାବୁଲି କରିବା ପରେ ଲିଙ୍ଗରାଜ ଥାନା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ବିରିୟାନୀ ଖାଇବାକୁ ଯାଇଥିଲେ। ସେଠାରେ ରାକେଶ ବିରିୟାନୀ ଖାଇଥିଲେ। କିନ୍ତୁ ପେଟ କାଟୁଥିବା କହି ଝରାଫୁଲ ବିରିୟାନୀ ଖାଇ ନଥିଲେ। ସନ୍ଧ୍ୟାରେ ଉଭୟ ଧର୍ମ ବିହାରରେ ଥିବା ଏକ ଗେଷ୍ଟ ହାଉସକୁ ଯାଇଥିଲେ। ସେଠାରେ ଉଭୟ ରାତ୍ର ଯାପନ କରିଥିଲେ। ତେଣୁ ଯାହା ଘଟିଛି, ସେହି ରାତିରେ ଘଟିଛି ବୋଲି କୁହାଯାଉଛି।

ଯାହା ସୂଚନା ଅନୁଯାୟୀ,  ୨୭ ତାରିଖ ସକାଳେ ଝରାଫୁଲ ସଜ୍ଞା ହରାଇ ତଳେ ପଡ଼ିଯାଇଥିଲେ। ଯେଉଁଥିପାଇଁ ରାକେଶ ଭୟଭୀତ ହୋଇଯାଇଥିଲେ। ପରେ ରାକେଶ ତାଙ୍କ ସାଙ୍ଗ ଶେଖରକୁ ଫୋନ୍‌ କରି ଡାକିଥିଲେ। ଏହା ପରେ ଶେଖର ଓ ରାକେଶ ସ୍କୁଟିରେ ଝରାଫୁଲକୁ ବସାଇ କଟକ ମେଡିକାଲ୍‌ରେ ନେଉଥିଲେ। ହେଲେ ରାସ୍ତାରେ ଝରାଫୁଲଙ୍କ ମୃତ୍ୟୁ ଘଟିଥିବା ଆଲୋଚନା ହେଉଛି।

Jharaphula Murder Case Jharaphula Death Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe