Advertisment

ଶବର ପାହାଡ଼ ଭିତରେ ଭାଇକୁ ଚିହ୍ନିଲେ, ହେଲେ ଆଉ କିଏ ଦାବି କଲେ

ଦାଦନ ଖଟିବାକୁ ଟ୍ରେନ୍‌ରେ ଯାଇ ଶବ ହୋଇଗଲେ। ମିଳିଥିବା ସୂଚନା ଅନୁସାରେ ସତ୍ୟ, ଭରତ, କିର୍ତ୍ତନ ଓ ବ୍ରହ୍ମାନନ୍ଦ ବାଲେଶ୍ୱର ଷ୍ଟେସନ୍‌ରୁ କରମଣ୍ଡଳ ଏକ୍ସପ୍ରେସରେ ଚଢ଼ିଥିଲେ। ଗହଳି ଭିତରେ ରିଜର୍ଭବେସନ୍‌ ସିଟ୍‌ ମିଳିଥିଲା। ବେଶ ମଜା ମଜଲିସ୍‌ କରୁଥିଲେ ୪ ସାଙ୍ଗ।

Baripada

Baripada

Advertisment

ସେଦିନ ଲୌହ ଦାନବ ଖେଳିଥିଲା ରକ୍ତର ହୋଲି! ଆଉ ସେହି ହୋଲିରେ ଭିଜିଥିଲା ବାହାନଗା ବଜାର ଷ୍ଟେସନ୍‌। ଛିନ୍‌ଭିନ୍‌ ହୋଇ ପଡ଼ିଥିଲା ଶବ। କାହାର ହାତ ନଥିଲା ତ କାହାର ଗୋଡ଼ ନଥିଲା। ଆଉ କାହାର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇଯାଇଥିଲା। ପରିବେଶ ଥିଲା ଅତି ଭୟଙ୍କର। ଯାହାକୁ ଦେଖିବା ସମ୍ଭବପର ନଥିଲା। କାହାକୁ ଚିହ୍ନବା କଷ୍ଟକର ହେଉଥିଲା। ତାହାରି ଭିତରେ ସାନ ଭାଇକୁ ବହୁ ଖୋଜି ଖୋଜି ପାଇଥିଲେ ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ୍‌ ଫୁଟକିଶୋଳ ଗାଁ ଭବାନୀ ଶଙ୍କର ଦାସ। ହେଲେ ପଶ୍ଚିମବଙ୍ଗର ଏକ ପରିବାର ସେହି ଶବକୁ ତାଙ୍କର ବୋଲି ଦାବି କରିବାରୁ ଗାଁକୁ ଆସିପାରିଲା ନାହିଁ ମୃତ ବ୍ରହ୍ମାନନ୍ଦଙ୍କ ମୃତଦେହ।

Advertisment
Baripadaକେଉଁଠି ଅଛ? କେବେ ଫେରିବ?

ମୋରଡା ବ୍ଲକ୍‌ ଫୁଟକିଶୋଳ ଗାଁ। ଏହି ଗାଁର ସତ୍ୟ ନାଥ ପାଟବନ୍ଧା, ଭରତ ଦାସ, କିର୍ତ୍ତନ ସି ଓ ବ୍ରହ୍ମାନନ୍ଦ ଦାସ ପିଲା ବେଳୁ ସାଙ୍ଗ। ଏକା ସାଙ୍ଗରେ ଖେଳୁଥିଲେ, ଏକା ସାଙ୍ଗରେ ବୁଲୁଥିଲେ ଓ ଏକା ସାଙ୍ଗରେ ହାଟବାଟ କରୁଥିଲେ। ସେଇଭଳି ଏକା ସାଙ୍ଗରେ ସେମାନେ ଦାଦନ ଖଟିବାକୁ ଚେନ୍ନାଇ ଯାଉଥିଲେ। ଆଉ ଘରେ ଛାଡ଼ି ଯାଇଥିଲେ ବୁଢ଼ା ବାପା-ମାଆ, ସ୍ତ୍ରୀ, ଛୁଆ ପିଲାଙ୍କୁ। ରୋଜଗାର କରି ଆଣିଲେ ପରିବାର ମୁହଁରେ ଦାନା ଦେବେ ବୋଲି ଅନେକ ସପନ ଦେଖିଥିଲେ। ହେଲେ ଅଧା ରହିଗଲା ୪ ଚାଙ୍ଗଙ୍କ ସ୍ୱପ୍ନ।

ଦାଦନ ଖଟିବାକୁ ଟ୍ରେନ୍‌ରେ ଯାଇ ଶବ ହୋଇଗଲେ। ମିଳିଥିବା ସୂଚନା ଅନୁସାରେ ସତ୍ୟ, ଭରତ, କିର୍ତ୍ତନ ଓ ବ୍ରହ୍ମାନନ୍ଦ ବାଲେଶ୍ୱର ଷ୍ଟେସନ୍‌ରୁ କରମଣ୍ଡଳ ଏକ୍ସପ୍ରେସରେ ଚଢ଼ିଥିଲେ। ଗହଳି ଭିତରେ ରିଜର୍ଭବେସନ୍‌ ସିଟ୍‌ ମିଳିଥିଲା। ବେଶ ମଜା ମଜଲିସ୍‌ କରୁଥିଲେ ୪ ସାଙ୍ଗ। ଏହାରି ଭିତରେ ବାଲେଶ୍ୱର ଷ୍ଟେସନ୍‌ରୁ ଛାଡ଼ିଥିଲା କରମଣ୍ଡଳ ଏକ୍ସପ୍ରେସ୍‌। ତେବେ ବାହାନଗା ବଜାର ଷ୍ଟେସନ୍‌ ଅତିକ୍ରମ କରୁଥିବା ବେଳେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଆଉ ଚାଲିଯାଇଥିଲା ବ୍ରହ୍ମାନନ୍ଦଙ୍କ ସମେତ ୨୮୮ ରେଳ ଯାତ୍ରୀଙ୍କ ଜୀବନ। ଏହି ଖବର ପ୍ରଚାରିତ ହେବା ପରେ ଫୁଟ୍‌କିଶୋଳ ଗାଁରେ ଶୋକର ଛାଇ ଖେଳି ଯାଇଥିଲା। କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ଗାଁ ଦାଣ୍ଡ। ଘରେ ଜଳିନଥିଲା ଚୁଲି।

Advertisment

ଉଦ୍ଧାର କାର୍ଯ୍ୟ ପରେ ଗାଁକୁ ଫେରିଲା ସତ୍ୟ, ଭରତ, କିର୍ତ୍ତନଙ୍କ ମୃତଦେହ। ଶୋକାକୁଳ ପରିବେଶରେ ତିନି ସାଙ୍ଗଙ୍କ ମୃତଦେହର ସତ୍କାର ହେଲା। ହେଲେ ଫେରିଲା ନାହିଁ ବ୍ରହ୍ମାନନ୍ଦଙ୍କ ମୃତଦେହ। ଶବର ପାହାଡ଼ ଭିତରେ ବହୁ ଖୋଜାଖୋଜି ପରେ ବ୍ରହ୍ମାନନ୍ଦଙ୍କ ମୃତଦେହ ଚିହ୍ନଥିଲେ ତାଙ୍କ ଭାଇ ଭବାନୀ ଶଙ୍କର ଦାସ। ହେଲେ ପଶ୍ଚିମବଙ୍ଗ ପୁରୁଲିଆ ଅଞ୍ଚଳର ଏକ ପରିବାର ସେହି ମୃତଦେହକୁ ତାଙ୍କର ବୋଲି ଦାବି କରିଥିଲେ। ଯେଉଁଥିପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଅଡୁଆରେ ପଡ଼ି ଯାଇଥିଲା। ଡିଏନ୍‌ଏ ଟେଷ୍ଟ ପାଇଁ ଦୁଇ ପରିବାରଠାରୁ ସାମ୍ପୁଲ୍‌ ନେଇଛି। ରିପୋର୍ଟ ଆସିଲେ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପ୍ରଶାସନ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲା। ଯେଉଁଥିପାଇଁ ବ୍ରହ୍ମାନନ୍ଦଙ୍କ ଭାଇ ଖାଲି ହାତରେ ଘରକୁ ଫେରିଥିଲେ।

ବ୍ରହ୍ମାନନ୍ଦଙ୍କ ମୃତଦେହ ଘରକୁ ଫେରିନଥିବାରୁ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ଛୋଟ ଛୋଟ ୩ ପିଲାଙ୍କ ପ୍ରଶ୍ନର ଉତ୍ତର ଦେଇନପାରି ଛାତି ଭିତରେ କୋହକୁ ଜାବୁଡ଼ି ଧରିଛନ୍ତି ବ୍ରହ୍ମାନନ୍ଦଙ୍କ ପତ୍ନୀ ମିନା। ଆଉ ସେପଟେ ମିଳିଥିବା ସୂଚନା ଅନୁସାରେ ବ୍ରହ୍ମାନନ୍ଦଙ୍କ ପରିବାର ଅତି ଗରିବ। ପରିବାରର ଆର୍ଥିକ ସ୍ଥିତି ଭଲନାହିଁ। ଦୟନୀୟ ଅବସ୍ଥାରେ ଭଙ୍ଗା ଦଦରା ଘରେ ଜୀବନ ବିତାଉଛନ୍ତି ବ୍ରହ୍ମନନ୍ଦଙ୍କ ପତ୍ନୀ, ତିନି ପିଲା, ମାଆ, ବାପା ଓ ବଡ଼ ଭାଇ।

ରିପୋର୍ଟ-ବାରିପଦାରୁ ମାଣିକଲାଲ ପାଣି

Train Accident Baripada Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe