Advertisment

ଡାହାଣୀ ସନ୍ଦେହରେ ମା’କୁ ତଣ୍ଟିଚିପି ହତ୍ୟା କଲା ପୁଅ

ଗତକାଲି ବିଳମ୍ବିତ ରାତିରେ ଗଜେନ୍ଦ୍ର ନିଶାସକ୍ତ ଅବସ୍ଥାରେ ଅସି ଝଗଡ଼ା କରିଥିଲା। ଡାହାଣୀ ସନ୍ଦେହରେ ମା’କୁ ଗାଳିଗୁଲଜ କରିଥିଲେ।

ଅଦ୍ୟତନ ହୋଇଛି
Gajandra murmu

Gajandra murmu

Advertisment

ଯେଉଁ ମା’ କୋଳେଇ କାଖେଇ ବଡ଼ କରିଥିଲା। ପଣତ କାନିରେ ନିଜ ଲୁହ ପୋଛି ଦେଉଥିଲା। ସେହି ମା’କୁ ଡାହାଣୀ ସନ୍ଦେହରେ ନୃଶଂସ ପୁଅ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପାଟଶିଳା ଗାଁରେ। ମୃତ ମହିଳା ଜଣଙ୍କ ହେଲେ କାର୍ମି ମୁର୍ମୁ(୬୦)ବର୍ଷ। ମା’କୁ ହତ୍ୟା କରିବାରେ ଅଭିଯୁକ୍ତ ପୁଅ ଗଜେନ୍ଦ୍ର ମୁର୍ମୁ ପୁଲିସ ନିକଟରେ ଆତ୍ମସର୍ମପଣ କରିଛି।

Advertisment

ଗତକାଲି ବିଳମ୍ବିତ ରାତିରେ ଗଜେନ୍ଦ୍ର ନିଶାସକ୍ତ ଅବସ୍ଥାରେ ଝଗଡ଼ା କରିଥିଲା। ଡାହାଣୀ ସନ୍ଦେହରେ ମା’କୁ ଗାଳିଗୁଲଜ କରିଥିଲେ। ଏହି ଝଗଡ଼ା ଉଗ୍ରରୂପ ଧାରଣ କରିଥିଲା। ଗଜେନ୍ଦ୍ର ରାଗି ଯାଇ ପ୍ରଥମେ ନିଜ ମା’ଙ୍କୁ ପିଟିଥିଲେ। ପରେ ତଣ୍ଟି ଚିପି ହତ୍ୟା କରିଥିଲେ।

ମା’କୁ ହତ୍ୟା କରିବା ପରେ ଗଜେନ୍ଦ୍ର ପୁଲିସ ନିକଟରେ ଆତ୍ମସର୍ମପଣ କରିଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ସାଇଣ୍ଟିଫିକ୍ ଟିମ୍ ଓ ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe