Advertisment

ମଇଁଷି ଚରାଇବାକୁ ଯାଇଥିଲେ, ଆଉ ଫେରିଲେନି

କରଞ୍ଜିଆ (ଦୀପକ କୁମାର ମହାନ୍ତ): ରରୁଆଁ ଥାନା ଅନ୍ତର୍ଗତ ପଣ୍ଡାବିଲା ଗାଁରେ ଘଟିଛି ଅଭାବନୀୟ ଘଟଣା। ମଇଁଷି ଚରାଇବାକୁ ଯାଇଥିବା ମହିଳାଙ୍କର ମୃତ୍ୟୁ ହୋଇଛି। ମଇଁଷି ଚରାଇବାକୁ ଯାଇ ଫେରିବା ସମୟରେ ପୋଖରୀରେ ଗାଧୋଉ ଥିବା ବେଳେ ମହିଳା ଜଣକ ବୁଡି ଯାଇଥିଲେ। ଯାହା ଫଳରେ ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି ଶୁକୃଳି ତହସିଲ ଅଞ୍ଚଳରେ। ଅପରାହ୍ନ ୪ଟା ସମୟରେ ଏହି ଅଘଟଣ ଘଟିଥିବା ଗାଁ ଲୋକେ ଅନୁମାନ କରୁଛିନ୍ତି। […]

author-image
Ranjit Kumar Jena
ମଇଁଷି ଚରାଇବାକୁ ଯାଇଥିଲେ, ଆଉ ଫେରିଲେନି

women-dies

କରଞ୍ଜିଆ (ଦୀପକ କୁମାର ମହାନ୍ତ): ରରୁଆଁ ଥାନା ଅନ୍ତର୍ଗତ ପଣ୍ଡାବିଲା ଗାଁରେ ଘଟିଛି ଅଭାବନୀୟ ଘଟଣା। ମଇଁଷି ଚରାଇବାକୁ ଯାଇଥିବା ମହିଳାଙ୍କର ମୃତ୍ୟୁ ହୋଇଛି। ମଇଁଷି ଚରାଇବାକୁ ଯାଇ ଫେରିବା ସମୟରେ ପୋଖରୀରେ ଗାଧୋଉ ଥିବା ବେଳେ ମହିଳା ଜଣକ ବୁଡି ଯାଇଥିଲେ। ଯାହା ଫଳରେ ଘଟଣା ସ୍ଥଳରେ ମହିଳାଙ୍କ ମୃତ୍ୟୁ ଘଟିଛି।

Advertisment

ଏପରି ଦୁଃଖଦ ଘଟଣା ଘଟିଛି ଶୁକୃଳି ତହସିଲ ଅଞ୍ଚଳରେ। ଅପରାହ୍ନ ୪ଟା ସମୟରେ ଏହି ଅଘଟଣ ଘଟିଥିବା ଗାଁ ଲୋକେ ଅନୁମାନ କରୁଛିନ୍ତି। ଖବର ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ରରୁଆଁ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା।

ପୁଲିସ୍ ମହିଳାଙ୍କ ମୃତ ଦେହ ଉଦ୍ଧାର କରି ଏହାକୁ ବ୍ୟବଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଦେଇଛି । ପୁଲିସ୍ ମଧ୍ୟ ଏହି ମାମଲାରେ ଅଧିକ ତଦନ୍ତ ଆରମ୍ଭ କରିଦେଇଛି ।

Advertisment