ନିଜ ବିବାହ ପାଇଁ ସାଙ୍ଗମାନଙ୍କ ସହ ହସଖୁସିରେ ଝିଅ ଦେଖିବାକୁ ଯାଇଥିଲେ ଯୁବକ। ହେଲେ ତାଙ୍କର ଏହି ହସ ଖୁସି ବେଶୀ ସମୟ ରହି ନଥିଲା। ଝିଅ ଦେଖିବା ପରେ ରାମତୀର୍ଥ କୁମ୍ଭୀର ପ୍ରକଳ୍ପକୁ ବୁଲିବାକୁ ଯାଇଥିବା ବେଳେ ନଦୀରେ ବୁଡ଼ିଗଲେ ଯୁବକ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ରାମତୀର୍ଥ କୁମ୍ଭୀର ପ୍ରକଳ୍ପ ନିକଟରେ। ମୃତ ଯୁବକ ଜଣକ ହେଲେ ସୁବାସ ମହାନ୍ତ। ତାଙ୍କ ଘର ବାଦାମ-ପାହାଡ଼ ଥାନା ଅନ୍ତର୍ଗତ ମଝିଗାଁ ଗାଁରେ।
ଗତକାଲି ସୁବାସ ନିଜ ବିବାହ ପାଇଁ ଝିଅ ଦେଖିବା ପାଇଁ ସାଙ୍ଗମାନଙ୍କ ସହ ଯଶିପୁର ନିକଟ ବଡ଼-ଝୁଣପୋଶି ଗାଁକୁ ଯାଇଥିଲେ। ଝିଅ ଦେଖିବା ପରେ ସେ ଗାଁଠାରୁ ଅଳ୍ପ ଦୂରରେ ଥିବା ରାମତୀର୍ଥ କୁମ୍ଭୀର ପ୍ରକଳ୍ପକୁ ସାଙ୍ଗ ମାନଙ୍କ ସହ ବୁଲିବାକୁ ଯାଇଥିଲେ। ପାହାଡ଼ ଉପରେ ଚଢ଼ି ବୁଲି ଦେଖିବା ସମୟରେ ସୁବାସଙ୍କ ଗୋଡ଼ ଖସି ଯାଇଥିଲା। ସେ ନଦୀରେ ପଡ଼ିଯାଇ ବୁଡ଼ିଯାଇଥିଲେ। ଏନେଇ ସାଙ୍ଗ ମାନେ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ମିଳିତ ସହୟତାରେ ସୁବାସଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା।
ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ସୁବାସଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।