Advertisment

ବାହାହେବା ପାଇଁ ଝିଅ ଦେଖିବାକୁ ଯାଇଥିଲେ,ଫେରିଲା ବେଳେ ଯମ ନେଇଗଲା

ସୁବାସଙ୍କ ମୃତ୍ୟୁ ପରେ  ପରିବାରରେ ଶୋକର ଛାୟା ଖେଳିଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

ଅଦ୍ୟତନ ହୋଇଛି
Drowning

Drowning

Advertisment

ନିଜ ବିବାହ ପାଇଁ ସାଙ୍ଗମାନଙ୍କ ସହ ହସଖୁସିରେ ଝିଅ ଦେଖିବାକୁ ଯାଇଥିଲେ ଯୁବକ।  ହେଲେ ତାଙ୍କର ଏହି ହସ ଖୁସି ବେଶୀ ସମୟ ରହି ନଥିଲା। ଝିଅ ଦେଖିବା ପରେ ରାମତୀର୍ଥ କୁମ୍ଭୀର ପ୍ରକଳ୍ପକୁ ବୁଲିବାକୁ ଯାଇଥିବା ବେଳେ ନଦୀରେ ବୁଡ଼ିଗଲେ ଯୁବକ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ ରାମତୀର୍ଥ କୁମ୍ଭୀର ପ୍ରକଳ୍ପ ନିକଟରେ। ମୃତ ଯୁବକ ଜଣକ ହେଲେ ସୁବାସ ମହାନ୍ତ। ତାଙ୍କ ଘର ବାଦାମ-ପାହାଡ଼ ଥାନା ଅନ୍ତର୍ଗତ ମଝିଗାଁ ଗାଁରେ।

Advertisment

ଗତକାଲି ସୁବାସ ନିଜ ବିବାହ ପାଇଁ ଝିଅ ଦେଖିବା ପାଇଁ ସାଙ୍ଗମାନଙ୍କ ସହ ଯଶିପୁର ନିକଟ ବଡ଼-ଝୁଣପୋଶି ଗାଁକୁ ଯାଇଥିଲେ। ଝିଅ ଦେଖିବା ପରେ ସେ ଗାଁଠାରୁ ଅଳ୍ପ ଦୂରରେ ଥିବା ରାମତୀର୍ଥ କୁମ୍ଭୀର ପ୍ରକଳ୍ପକୁ ସାଙ୍ଗ ମାନଙ୍କ ସହ ବୁଲିବାକୁ ଯାଇଥିଲେ। ପାହାଡ଼ ଉପରେ ଚଢ଼ି ବୁଲି ଦେଖିବା ସମୟରେ ସୁବାସଙ୍କ ଗୋଡ଼ ଖସି ଯାଇଥିଲା। ସେ ନଦୀରେ ପଡ଼ିଯାଇ ବୁଡ଼ିଯାଇଥିଲେ। ଏନେଇ ସାଙ୍ଗ ମାନେ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକଙ୍କ ମିଳିତ ସହୟତାରେ ସୁବାସଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା।

ପୁଲିସ  ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ସୁବାସଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି। 

Advertisment
Drowning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe