Advertisment

ପୋଖରୀରେ ବୁଡ଼ିଗଲେ ବ୍ଲକ୍ ଉପାଧ୍ୟକ୍ଷଙ୍କ ଏକମାତ୍ର ପୁଅ

କରଞ୍ଜିଆ (ଦୀପକ ମହାନ୍ତ): ପୋଖରୀରେ ବୁଡ଼ି ଚାଲିଗଲା ଯୁବକଙ୍କ ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ରରୁଆଁ ଥାନା ଅନ୍ତର୍ଗତ ମହୁଲିଆଶୁଲି ଗାଁରେ। ଗାଁର ଶୁକୃଳି ବ୍ଲକର ଉପାଧ୍ୟକ୍ଷ ପଦ୍ମିନୀ ଗିରିଙ୍କ ଏକମାତ୍ର ପୁତ୍ର ପ୍ରିନ୍ସ ଗିରିଙ୍କ (୧୪) ପୋଖରୀରେ ବୁଡି ମୃତ୍ୟୁ ହୋଇଛି। ଯାହା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏହି ଗାଁ ରେ ଥିବା ଗୁଡ଼ି ପୋଖରୀରେ ଉପାଧ୍ୟକ୍ଷ ପଦ୍ମିନୀ ଗିରିଙ୍କ ପୁତ୍ର ଗାଧେଇବାକୁ ଯାଇଥିବା ବେଳେ କୌଣସି […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ପୋଖରୀରେ ବୁଡ଼ିଗଲେ ବ୍ଲକ୍ ଉପାଧ୍ୟକ୍ଷଙ୍କ ଏକମାତ୍ର ପୁଅ

drowning

କରଞ୍ଜିଆ (ଦୀପକ ମହାନ୍ତ): ପୋଖରୀରେ ବୁଡ଼ି ଚାଲିଗଲା ଯୁବକଙ୍କ ଜୀବନ। ଏମିତି ଏକ ଦୁଃଖଦ ଘଟଣା ଘଟିଛି ରରୁଆଁ ଥାନା ଅନ୍ତର୍ଗତ ମହୁଲିଆଶୁଲି ଗାଁରେ। ଗାଁର ଶୁକୃଳି ବ୍ଲକର ଉପାଧ୍ୟକ୍ଷ ପଦ୍ମିନୀ ଗିରିଙ୍କ ଏକମାତ୍ର ପୁତ୍ର ପ୍ରିନ୍ସ ଗିରିଙ୍କ (୧୪) ପୋଖରୀରେ ବୁଡି ମୃତ୍ୟୁ ହୋଇଛି। ଯାହା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Advertisment

ଏହି ଗାଁ ରେ ଥିବା ଗୁଡ଼ି ପୋଖରୀରେ ଉପାଧ୍ୟକ୍ଷ ପଦ୍ମିନୀ ଗିରିଙ୍କ ପୁତ୍ର ଗାଧେଇବାକୁ ଯାଇଥିବା ବେଳେ କୌଣସି କାରଣ ବଶତଃ ଗୋଡ଼ ଖସିଯିବାରୁ ପାଣି ଭିତରେ ବୁଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା। ଯେହେତୁ ସେ ପହଁରା ଜାଣି ନଥିଲା, ସେଥିରେ ପାଣିରେ ବୁଡ଼ି ଜୀବନ ଚାଲି ଯାଇଥିବା ଲୋକେ ଅନୁମାନ କରୁଛନ୍ତି।

ଘଟଣା ଘଟିବାର କିଛି ସମୟ ପରେ ଗାଁ ଲକେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ତୁରନ୍ତ ଶୁକୃଳି ଅଗ୍ନିଶମ ବିଭାଗ ପହଞ୍ଚି ପୋଖରୀରୁ ମୃତ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

Advertisment

ଘଟଣା ସ୍ଥଳରେ ରରୁଆଁ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ଏଥି ସହିତ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଛି ପୁଲିସ। ସେଠାରେ ଶବ ବ୍ୟବଚ୍ଛେଦ ହେବା ପରେ ମହିଳାଶୁଲି ଗାଁରେ ହିନ୍ଦୁ ରୀତିନୀତିରେ ଶବ ସତ୍କାର କରାଯିବ। ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।