Advertisment

ଜଗୁଆଳୀ ବିହୀନ ଫାଟକରେ ପିଟିଦେଲା ଟ୍ରେନ୍, ଯୁବକ ମୃତ

ଟ୍ରେନ୍‌ ଧକ୍କାରେ ଯୁବକ ଜଣକ ୫୦ ମିଟର ଦୂରକୁ ଛିଟି ପଡ଼ିଥିବା ବେଳେ ତାଙ୍କ ବାଇକ୍‌କୁ ଟ୍ରେନ୍‌ ପ୍ରାୟ ଗୋଟିଏ କିଲୋମିଟର ଘୋଷାଡ଼ି ନେଇଥିଲା।

author-image
Niranjan Mishra
ଅଦ୍ୟତନ ହୋଇଛି
train accident

train accident

ଜଗୁଆଳୀ ବିହୀନ ରେଳ ଫାଟକରେ ଦୃତଗତିରେ ଆସୁଥିବା ଟ୍ରେନ୍ ଧକ୍କା ଦେବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏହି ଯୁବକ ଜଣକ ବାଇକ୍‌ରେ ଆସୁଥିଲେ। ଟ୍ରେନ୍‌ ଧକ୍କାରେ ଯୁବକ ଜଣକ ୫୦ ମିଟର ଦୂରକୁ ଛିଟି ପଡ଼ିଥିବା ବେଳେ ତାଙ୍କ ବାଇକ୍‌କୁ ଟ୍ରେନ୍‌ ପ୍ରାୟ ଗୋଟିଏ କିଲୋମିଟର ଘୋଷାଡ଼ି ନେଇଥିଲା। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ ଭଗବାନପୁର ଗ୍ରାମ ନିକଟ ଜଗୁଆଳି ବିହିନ ରେଳ ଫାଟକରେ ଆଜି ଏହି ଦୁର୍ଘଟଣା ହୋଇଛି। ମୃତକ ଜଣକ ଭଗବାନପୁର ଗ୍ରାମର ଲକ୍ଷ୍ମୀଧର ଦେହୁରୀ।

Advertisment

ପରିବାର ଲୋକଙ୍କ ସୂଚନା ମୁତାବକ, ଲକ୍ଷ୍ମୀଧର ସକାଳୁ ଖାଇ ପିଇ ନିଜ ଗାଡ଼ିରେ ପେଟ୍ରୋଲ ପକାଇବାକୁ ନିକଟସ୍ଥ ବଜାରକୁ ଯାଉଥିଲେ। ଦୁର୍ଘଟଣାର ପୂର୍ବାଭାଷ ପାଇଲା ଭଳି ମା’ ତାଙ୍କୁ ଯିବାକୁ ବାରଣ କରିଥିଲେ, ହେଲେ ସେ ଏହାକୁ ମାନି ନ ଥିଲେ। ଶୀଘ୍ର ପେଟ୍ରୋଲ ପକାଇ ପଳାଇ ଆସିବେ ବୋଲି କହି ଚାଲି ଯାଇଥିଲେ। ହେଲେ ମାତ୍ର କିଛି ସମୟ ପରେ ଏହି ଦୁଃଖଦ ଖବର ଆସିଥିଲା। ଯାହା ଶୁଣିବା ପରେ ତାଙ୍କ ଓ ବାପା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ଲୋକଙ୍କ କହିବା ମୁତାବକ, ଭଗବାନପୁର ଫାଟକ ଦେଇ ବାଲେଶ୍ୱର-ବାଙ୍ଗିରିପୋଷି ମେମୁ ଟ୍ରେନ ଅତିକ୍ରମ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଟ୍ରେନ୍‌ ଖୁବ୍ ଜୋରରେ ଧକ୍କା ଦେଇଥିବାରୁ ଘଟଣା ସ୍ଥଳରେ ହିଁ ଲକ୍ଷ୍ମୀଧର ପ୍ରାଣ ହରାଇଥିଲେ। ବାରମ୍ବାର ଦାବି ସତ୍ତ୍ୱେ ରେଳ ଗେଟ୍ ନିର୍ମାଣ ନ ହେବା ଦୁର୍ଘଟଣାର କାରଣ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

Advertisment
death and Rail gateମୃତକ ଓ ଜଗୁଆଳୀ ବିହୀନ ରେଳ ଫାଟକ
Unnatural Death Train Accident