Advertisment

ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ନିସ୍ତୁକ ମାଡ଼, ଭିଡିଓ ଭାଇରାଲ୍

ବାରିପଦା (ମାନିକ୍ ଲାଲ୍ ପାଣି): ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ନିସ୍ତୁକ ମାଡ଼। ମାଡ଼ ମାରୁଥିବାର ଭିଡିଓ ଭାଇରାଲ ହୋଇଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦା ସହର ୨୪ ନଂ ୱାର୍ଡ କାଳିକାପୁର ଅଞ୍ଚଳରେ। ବାରିପଦା ସହର ପରେଡ୍ ପଡ଼ିଆ ଅଞ୍ଚଳର ଯୁବକ ଭିକି ଖମାରୀକୁ କିଛି ଲୋକେ ନିର୍ଧୁମ ମାଡ଼ ମାରିଥିଲେ। ମାଡ଼ ମରାଯାଉଥିବା ସମୟରେ ଭିଡିଓ ଶୁଟିଂ କରାଯାଇଥିଲା, ଯାହ ଏବେ ଭାଇରାଲ୍ ହୋଇଛି। ଘଟଣାରୁ ଜଣାପଡ଼ିଛି କି ଭିକି କାଳିକାପୁର […]

author-image
Ranjit Kumar Jena
ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ନିସ୍ତୁକ ମାଡ଼, ଭିଡିଓ ଭାଇରାଲ୍

man-tied

ବାରିପଦା (ମାନିକ୍ ଲାଲ୍ ପାଣି): ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ନିସ୍ତୁକ ମାଡ଼। ମାଡ଼ ମାରୁଥିବାର ଭିଡିଓ ଭାଇରାଲ ହୋଇଛି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦା ସହର ୨୪ ନଂ ୱାର୍ଡ କାଳିକାପୁର ଅଞ୍ଚଳରେ। ବାରିପଦା ସହର ପରେଡ୍ ପଡ଼ିଆ ଅଞ୍ଚଳର ଯୁବକ ଭିକି ଖମାରୀକୁ କିଛି ଲୋକେ ନିର୍ଧୁମ ମାଡ଼ ମାରିଥିଲେ। ମାଡ଼ ମରାଯାଉଥିବା ସମୟରେ ଭିଡିଓ ଶୁଟିଂ କରାଯାଇଥିଲା, ଯାହ ଏବେ ଭାଇରାଲ୍ ହୋଇଛି।

Advertisment

ଘଟଣାରୁ ଜଣାପଡ଼ିଛି କି ଭିକି କାଳିକାପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ମୋବାଇଲ ଚୋରି କରିବା ସହ ସେହି ଅଞ୍ଚଳରୁ ଛେଳି ଚୋରି କରିଥିଲେ। ଏହା ଜାଣି ପାରି ଲୋକେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବା ପରେ ଏକ ଖୁଣ୍ଟରେ ବାନ୍ଧି ଦେଇଥିଲେ। ଯାହା ପରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଥିଲା। ତେବେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

କିଛି ଦିନ ପୂର୍ବରୁ ଯୁବକ ଜଣକ ବାରିପଦା ଜେଲରୁ ମୁକୁଳି ଥିଲେ। ତାଙ୍କ ନାମରେ ଅନେକ ଚୋରି ମାମଲା ମଧ୍ୟ ରହିଛି। ପୁଲିସ ଏହି ଘଟଣାରେ ମାଡ଼ ମାରିଥିବା ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି। ସେମାନଙ୍କ ନାମରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।

Advertisment