Advertisment

ଅନୈତିକ ସମ୍ପର୍କକୁ କେନ୍ଦ୍ର କରି ଯୁବକଙ୍କୁ ପିଟିପିଟି ହତ୍ୟା

ଅନ୍ୟ ପୁରଷ ସହ ମହିଳାଙ୍କୁ ଦେଖିପାରିଲେନି ବାପପୁଅ। ଗଛରେ ବାନ୍ଧି ପଟିପିଟି ହତ୍ୟା କଲେ।

ଅଦ୍ୟତନ ହୋଇଛି
Baripada

Baripada

Advertisment

ଅନୈତିକ ସମ୍ପର୍କକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା କେନ୍ଦୁଛାଟିଆ ଗାଁରେ ଏହି ଘଟଣା ଘଟିଛି। ମୃତ ଯୁବକ ଜଣଙ୍କ ହେଲେ ସୁନାରାମ ଟୁଡୁ।

Advertisment

ପୁଲିସ ଏହି ଘଟଣାରେ ଜାସାୟ ଟୁଡୁ ଓ ତାଙ୍କ ପୁଅ ବାପୁନ ଟୁଡୁଙ୍କୁ ଅଟକ ରଖି ପଚରାଉଚରା କରୁଛି।  

ସୂଚନା ଅନୁସାରେ, ଗତକାଲି କେନ୍ଦୁଛାଟିଆ ଗାଁରେ ଜାହୀରା ପୂଜା ଚାଲିଥିଲା। ଏହି ଅବସରରେ ଗାଁର ମହିଳାମାନେ ପାରମ୍ପରିକ ନୃତ୍ୟ କରୁଥିଲେ। ଏଥିରେ ଅନ୍ୟ ମହିଳାଙ୍କ ସହ ଜାସାୟଙ୍କ ସ୍ତ୍ରୀ ମଧ୍ୟ ନୃତ୍ୟ କରୁଥିଲେ। କିନ୍ତୁ ହଠାତ୍ ସେ ସେଠାରୁ ଉଭାନ ହୋଇଯାଇଥିଲା। ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ।

Advertisment

ପରେ ଉକ୍ତ ମହିଳା ଓ ସୁନାରାମଙ୍କୁ଼ ଗ୍ରାମବାସୀ ଏକ ନିଛାଟିଆ ଘରେ ଦେଖିଥିଲେ। ଏନେଇ ଗ୍ରାମବାସୀ ଜାସାୟଙ୍କୁ ଖବର ଦେଇଥିଲେ। ଜାସାୟ ଓ ତାଙ୍କ ପୁଅ ସହ ସେଠାରେ ପହଞ୍ଚିଥିଲେ। ପତ୍ନୀଙ୍କୁ ସୁନାରାମଙ୍କ ସହ ଦେଖି ଉତ୍ତ୍ୟକ୍ତ ହୋଇପଡ଼ିଥିଲେ ଜାସାୟ। ପୁଅ ସହ ମିଶି ସେ ସୁନାରାମଙ୍କୁ ଟାଣି ଆଣି ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଗ୍ରାମବାସୀ ଯେତେ ବୁଝାଇଥିଲେ ମଧ୍ୟ ସେମାନଙ୍କ କଥା ଶୁଣି ନଥିଲେ ବାପପୁଅ। ସୁନାରାମଙ୍କୁ ସେହିଠାରେ ପିଟିପିଟି ହତ୍ୟା କରିଥିଲେ ବାପପୁଅ। ପରେ ଗ୍ରାମବାସୀ ବାପାପୁଅଙ୍କୁ ଏକ ଗଛରେ ବାନ୍ଧି ଦେଇଥିଲେ ଓ ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ବାପପୁଅକୁ ଅଟକ ରଖି ପଚରାଉଚରା କରୁଛି।

Odisha Police Murder Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe