ପିଲାଙ୍କ ମୁହଁରୁ ଛଡ଼ାଇ ନେଲେ ଦାନା, ୬ ମାସର ମଧ୍ୟାହ୍ନ ଭୋଜନ ହଡ଼ପ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ/କରୁଣାକର ବୁଡ଼କେ): ପିଲାଙ୍କ ମୁହଁରୁ ଛଡ଼ାଇ ନେଲେ ଦାନା। ୬ ମାସର ମଧ୍ୟାହ୍ନ ଭୋଜନ ଖାଇଦେଲେ ଟ୍ରାନ୍ସପୋର୍ଟ ଏଜେଣ୍ଟ ଓ ଶିକ୍ଷା ବିଭାଗର ବଡ଼ବାବୁମାନେ। ଚଳିତ ବର୍ଷ ପ୍ରଥମ ୩ ମାସ ଓ ଏହା ପରବର୍ତ୍ତି ୩ ମାସ ଏଭଳି ୬ ମାସର ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ କରିଦିଆଯାଇଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲାର ଅଧିକାଂଶ ସ୍କୁଲକୁ ଏହି ମଧ୍ୟାହ୍ନ ଭୋଜନ ଚାଉଳ ମିଳିନି। ଚାଉଳ ଡିପୋରୁ ଉଠାଇବା ପରେ ଟ୍ରାନ୍ସପୋର୍ଟ ଏଜେଣ୍ଟ ଏହାକୁ […]

MDM

MDM

Niranjan Mishra
  • Published: Wednesday, 20 July 2022
  • Updated: 20 July 2022, 07:56 PM IST

Sports

Latest News

ବଲାଙ୍ଗିର(ମନୋରଞ୍ଜନ ଯୋଶୀ/କରୁଣାକର ବୁଡ଼କେ): ପିଲାଙ୍କ ମୁହଁରୁ ଛଡ଼ାଇ ନେଲେ ଦାନା। ୬ ମାସର ମଧ୍ୟାହ୍ନ ଭୋଜନ ଖାଇଦେଲେ ଟ୍ରାନ୍ସପୋର୍ଟ ଏଜେଣ୍ଟ ଓ ଶିକ୍ଷା ବିଭାଗର ବଡ଼ବାବୁମାନେ। ଚଳିତ ବର୍ଷ ପ୍ରଥମ ୩ ମାସ ଓ ଏହା ପରବର୍ତ୍ତି ୩ ମାସ ଏଭଳି ୬ ମାସର ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ କରିଦିଆଯାଇଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲାର ଅଧିକାଂଶ ସ୍କୁଲକୁ ଏହି ମଧ୍ୟାହ୍ନ ଭୋଜନ ଚାଉଳ ମିଳିନି। ଚାଉଳ ଡିପୋରୁ ଉଠାଇବା ପରେ ଟ୍ରାନ୍ସପୋର୍ଟ ଏଜେଣ୍ଟ ଏହାକୁ ଗାଏବ କରିଦେଇଛି। ଗତ ମାସରେ ଚାଉଳ ଯୋଗାଣ ଦାୟିତ୍ୱରେ ଥିବା ଏଜେନ୍ସିକୁ ଗୋଟିଏ କାରଣ ଦର୍ଶାଅ ନୋଟିସ୍ କରି ଚୁପ୍ ବସି ଯାଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ। ଯାହା ତାଙ୍କ କାର୍ଯ୍ୟ ପରିଚାଳନା ଉପରେ ମଧ୍ୟ ସନ୍ଦେହ ସୃଷ୍ଟି କରିଛି।

ଦୁର୍ନୀତି ପେଡ଼ିର ଗୋଟିଏ ଜ୍ୱଳନ୍ତ ଛବି  ପାଟଣାଗଡ ବ୍ଲକର ଡିଆଡୁଙ୍ଗୁରୀ ପ୍ରାଥମିକ ବିଦ୍ୟାଳୟ  ସ୍କୁଲ। ସ୍କୁଲର ପ୍ରଧାନଶିକ୍ଷକ ଦୁର୍ବାଦଳ ସାହୁ କହିଛନ୍ତି, ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ୩ ମାସର ମଧ୍ୟାହ୍ନ ଭୋଜନ ଚାଉଳ ସେମାନଙ୍କୁ ମିଳିନି। ତେଣୁ ଏହା ପିଲାଙ୍କୁ ବଣ୍ଟନ ହୋଇପାରିନି। ମାତ୍ର ଜୁଲାଇ ମାସ ପାଇଁ ଆବଶ୍ୟକ ଚାଉଳ ମିଳିସାରିଛି। କିଛି ବସ୍ତା ଭିଟାମିନ ଚାଉଳ ଥିବା ବେଳେ ବାକି ସାଧା ଚାଉଳ ଦିଆଯାଇଛି। ଏନେଇ ସେ ସିଆରସିସିଙ୍କୁ କହିଛନ୍ତି। ସେହିପରି ନକଟାସର ସ୍କୁଲ ଶିକ୍ଷୟତ୍ରୀ ତିଲୋତ୍ତମା କାଲସାଏ ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ତାଙ୍କ ସ୍କୁଲକୁ ମଧ୍ୟ ଚଳିତ ମାସର ଚାଉଳ ଦିଆଯାଇଛି। ମାତ୍ର ଜନୁଆରୀ ଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ୩ ମାସର ଚାଉଳ ମିଳିନି। ଯେଉଁ ସ୍କୁଲକୁ ଗଲେ ସମାନ ସମସ୍ୟା କାହାକୁ ଗତ ୩ ମାସର ତ କାହାକୁ ଗତ ୬ ମାସର ଏମ୍‌ଡିଏମ୍ ଚାଉଳ ମିଳିନି। ତେଣୁ ପିଲାମାନଙ୍କୁ ଏହା ବଣ୍ଟନ କରାଯାଇନି।

ଟ୍ରାନ୍ସପୋର୍ଟ ଏଜେଣ୍ଟ ତୋଫାନ ମେହେରଙ୍କୁ ଏନେଇ ପଚାରିଲେ ସେ କିଛି ବି କହିବାକୁ ନାରାଜ।

[caption id="attachment_750606" align="aligncenter" width="650"] ଜିଲ୍ଲା ଶୀକ୍ଷାଧିକାରୀ କରିଥିବା କାରଣ ଦର୍ଶାଅ ନୋଟିସ୍।[/caption]

ଜିଲ୍ଳା ଶିକ୍ଷା ଅଧିକାରୀ ଗତ ଜୁନ ମାସ ୯ ତାରିଖରେ  ଟ୍ରାନସପୋର୍ଟ ଏଜେଣ୍ଟ ତୋଫାନ ମେହେର ଏ ବାବଦରେ ଏକ ନୋଟିସ୍ କରିଥିଲେ। ୨୦୨୨ ମସିହା ଜାନୁୟାରୀରୁ ମାର୍ଚ୍ଚ ମାସ ଯାଏଁ ଓ ଏପ୍ରିଲରୁ ଜୁନ ମାସ ଯାଏଁ ଦୁଇଟି କ୍ୱାର୍ଟରରେ ଅନେକ ସ୍କୁଲରେ ମଧ୍ୟାହ୍ନ ଭୋଜନ ଚାଉଳ ପହଞ୍ଚି ନ ଥିବା ସେ ଲେଖିଛନ୍ତି। ଠିକ୍ ସମୟରେ ଚାଉଳ ପହଞ୍ଚାଇବାକୁ ମଧ୍ୟ ଏଥିରେ ତାଗିଦ୍ କରାଯାଇଛି। ଚାଉଳ କାହିଁକି ପହଞ୍ଚି ଉତ୍ତର ଦେବାକୁ କହିଥିଲେ। ଜୁନ୍ ଯାଇଁ ଜୁଲାଇ ପୂରିବାକୁ ବସିଛି। ହେଲେ ଏ ପର୍ଯ୍ୟନ୍ତ ସ୍କୁଲମାନଙ୍କରେ ଛାତ୍ରଛାତ୍ରୀଙ୍କ ବକେୟା ମଧ୍ୟାହ୍ନ ଭୋଜନ ଚାଉଳ ପହଞ୍ଚି ପାରିଲାନାହିଁ। ଯାହାକୁ ନେଇ ଅସନ୍ତୋଷ ଓ ଚାଉଳ ହଡ଼ପ ଅଭିଯୋ ଉଠିଛି।

ଜିଲ୍ଳାରେ ଏକମାତ୍ର ଟ୍ରାନସପୋର୍ଟ  ଏଜେଣ୍ଟ ତୋଫାନ ମେହେର  ପୂରା ଜିଲ୍ଲାକୁ ଏମଡିଏମ ଚାଉଳ ଯୋଗାଣ କରୁଛନ୍ତି। ଚାଉଳ ଦେବାରେ ବହୁ ଗୋଳାମାଳ କରିବା ସତ୍ତ୍ୱ ତାଙ୍କ ଉପରେ ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀମାନଙ୍କର ଅହେତୁକ ଅନୁକମ୍ପା ରଖିଛନ୍ତି।

ପାଟଣାଗଡ ବ୍ଳକ ସ୍କୁଲ ପରିଚାଳନା କମିଟି ସଭାପତି କୃଷ୍ଣଚନ୍ଦ୍ର ମେହେର କହିଛନ୍ତି। ଜାନୁଆରୀ ଠାରୁ ମାର୍ଚ୍ଚ, ଏପ୍ରିଲ ଠାରୁ ଜୁନ୍ ପର୍ଯ୍ୟନ୍ତ ମୋଟ ୬ ମାସର ମଧ୍ୟାହ୍ନ ଭୋଜନ ଚାଉଳ ଅନେକ ସ୍କୁଲକୁ ମିଳିନି। ଡିପୋରୁ ଏହି ଚାଉଳ ଉଠିଛି। ହେଲେ ସ୍କୁଲରେ ପହଞ୍ଚିନି। ବାଟରେ ଏହାକୁ ବିକ୍ରି କରି ଟଙ୍କା ଖାଇଦେଇଛନ୍ତି। ଏହାର ତଦନ୍ତ ହେବା ଉଚିତ।

ପାଟଣଗଡ ବ୍ଳକ ଶିକ୍ଷା ଅଧିକାରୀ ଶଙ୍କର ପ୍ରସାଦ ମେହେର କହିଛନ୍ତି, ସବୁ ସ୍କୁଲକୁ ଠିକ୍ ଭାବେ ଚାଉଳ ପହଞ୍ଚି ସାରିଥିବା ତାଙ୍କ ପାଖରେ ଖବର ଅଛି। ଚାଉଳ ନ ପହଞ୍ଚିବା ନେଇ କୌଣସି ପ୍ରଧାନଶିକ୍ଷକ ତାଙ୍କୁ ଜଣାଇ ନାହାନ୍ତି। ତଥାପି ଏହି ଅଭିଯୋଗ ଉପରେ ତଦନ୍ତ କରିବେ।

ଏନେଇ ଯୋଗୀମୁଣ୍ଡା ଆରଏମ୍‌ସି ଗୋଦାମ ଇନ୍‌ଚାର୍ଜ ସନ୍ତୋଷ ସିଂହ କହିଛନ୍ତି, ଗତ ଚତୁର୍ଥ କ୍ୱାର୍ଟର ଓ ଚଳିତ ପ୍ରଥମ କ୍ୱାର୍ଟର କୋଟା ଏମ୍‌ଡିଏମ୍ ଚାଉଳ ଉଠି ସାରିଛି। ଏବେ ସେକେଣ୍ଡ କ୍ୱାଟର କୋଟା ଉଠୁଛି। ଖୁବ୍ ଶୀଘ୍ର ପିଲାଙ୍କୁ ଦିଆଯିବ। ଏଥିରୁ ସ୍ପଷ୍ଟ ହୋଇଛି ଏମ୍‌ଡିଏମ୍ ଚାଉଲ ଉଠି ସାରିଛି। ହେଲେ ପିଲାଙ୍କୁ ଦିଆଯାଇନି। ଯାହା ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ହଡ଼ପ କରାଯାଇଥିବା ସ୍ପଷ୍ଟ କରିଛି।

ତେବେ ବଲାଙ୍ଗିର ଜିଲ୍ଲା ଶିକ୍ଷାଧିକାରୀ ଏହି ଘଟଣା ନେଇ ନିରବ ରହିଛନ୍ତି। ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ନିୟମ ମୁତାବକ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଚିଠି ଆସିବା ପରେ ତାଙ୍କ ପକ୍ଷରୁ ନିଯୁକ୍ତ ବ୍ୟକ୍ତିଙ୍କୁ ଚାଉଳ ଦିଆଯାଇଥାଏ। ସେ ବାଣ୍ଟିବା ଦାୟିତ୍ୱ ନେଇଥାଏ। ଜିଲ୍ଲା ଶିକ୍ଷାଧିକାରୀ ନିଯୁକ୍ତ କରିଥିବା ବ୍ୟକ୍ତି ଚାଉଳ ଉଠାଇଛି, ହେଲେ ବାଣ୍ଟିନି। ତେଣୁ ଏଥିରେ ଅସାଧୁମେଣ୍ଟ କାମ କରୁଥିବା ଜଳଜଳ ପ୍ରତିୟମାନ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story