Advertisment

ହଷ୍ଟେଲ ଛାତରୁ ପଡ଼ି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ, ପରିବାର ଲୋକେ ଆଣିଲେ ରାଗିଂ ଅଭିଯୋଗ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଆଜି ଘଟିଛି ଏକ ଦୁଃଖଦ ଘଟଣା। ମେଡିକାଲ୍ କଲେଜ ହଷ୍ଟେଲ ଛାତରୁ ପଡ଼ି ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ଏମ୍‌ବିବିଏସ୍‌ ପ୍ରଥମ ବର୍ଷର ଛାତ୍ର ଥିଲେ। ତାଙ୍କ ନାଁ ନିଶାନ୍ତ କୁମାର। ତାଙ୍କ ଘର ହରିଆଣାରେ। ନିଶାନ୍ତ କଲେଜର ନ୍ୟୁ ବଏଜ ହଷ୍ଟେଲରେ ରହୁଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଆଜି ସେ ମଧ୍ୟାହ୍ଣ ଭୋଜନ କରିବା ପରେ ଛାତ ଉପରକୁ […]

ଅଦ୍ୟତନ ହୋଇଛି
ହଷ୍ଟେଲ ଛାତରୁ ପଡ଼ି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ, ପରିବାର ଲୋକେ ଆଣିଲେ ରାଗିଂ ଅଭିଯୋଗ

Hospital

Advertisment

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଆଜି ଘଟିଛି ଏକ ଦୁଃଖଦ ଘଟଣା। ମେଡିକାଲ୍ କଲେଜ ହଷ୍ଟେଲ ଛାତରୁ ପଡ଼ି ଜଣେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ଏମ୍‌ବିବିଏସ୍‌ ପ୍ରଥମ ବର୍ଷର ଛାତ୍ର ଥିଲେ। ତାଙ୍କ ନାଁ ନିଶାନ୍ତ କୁମାର। ତାଙ୍କ ଘର ହରିଆଣାରେ।

Advertisment

ନିଶାନ୍ତ କଲେଜର ନ୍ୟୁ ବଏଜ ହଷ୍ଟେଲରେ ରହୁଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଆଜି ସେ ମଧ୍ୟାହ୍ଣ ଭୋଜନ କରିବା ପରେ ଛାତ ଉପରକୁ ଯାଇଥିଲେ।  କିନ୍ତୁ ସେଠାରେ କ’ଣ ଘଟିଲା, ସେ କେମିତି ଛାତରୁ ପଡ଼ିଗଲେ, ତାହା କେହି ଜାଣି ନାହାନ୍ତି।

ନିଶାନ୍ତଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ଭୀମଭୋଇ ମେଡିକାଲ୍ କଲେଜ ଓ ହସ୍‌ପିଟାଲକୁ ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

Advertisment

ଏହା ଏକ ଦୁର୍ଘଟଣା ନା ଆଉ କିଛି ଘଟିଛି, ତାହା ସ୍ପଷ୍ଟ ହୋଇନି। ତେବେ ନିଶାନ୍ତଙ୍କୁ ରାଗିଂ କରାଯାଉଥିଲା ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ନିଶାନ୍ତଙ୍କ ମାମୁ କହିଛନ୍ତି ଯେ ତାଙ୍କୁ ରାଗିଂ କରାଯାଉଥିଲା। ଏନେଇ ସେ ୪ ଦିନ ହେଲା ଘରକୁ ଫୋନ୍ କରି କହୁଥିଲେ। ତାଙ୍କ ଉପରେ ଅନ୍ୟ କୌଣସି ପ୍ରକାର ବ୍ୟକ୍ତିଗତ ଚାପ ନଥିଲା।

ଅନ୍ୟପକ୍ଷରେ ରାଗିଂ ନେଇ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe