Advertisment

Murder: ରାଉରକେଲାରେ ମେଡିସିନ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା

ରାଉରକେଲାର ସିଭିଲ ଟାଉନଶିପ୍ ଅଞ୍ଚଳରେ ଏକ ମେଡିସିନ କମ୍ପାନୀର ମ୍ୟାନେଜରଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତିଙ୍କ ନାଁ ଭାଗୀରଥୀ ସାହୁ। ତାଙ୍କ ଘର ଯାଜପୁରରେ। ସେ ପରିବାର ସହ ଭୁବନେଶ୍ୱରରେ ରହୁଥିଲେ।

author-image
Jitendra Garnayak
MANAGER

ରାଉରକେଲାର ସିଭିଲ ଟାଉନଶିପ୍ ଅଞ୍ଚଳରେ ଏକ ମେଡିସିନ କମ୍ପାନୀର ମ୍ୟାନେଜରଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତିଙ୍କ ନାଁ ଭାଗୀରଥୀ ସାହୁ। ତାଙ୍କ ଘର ଯାଜପୁରରେ। ସେ ପରିବାର ସହ ଭୁବନେଶ୍ୱରରେ ରହୁଥିଲେ। 

Advertisment

ଭାଗୀରଥୀ ସାହୁ ଅଫିସ୍ କାମରେ ପ୍ରତି ମାସରେ ରାଉରକେଲା ଆସୁଥିଲେ। ଏମିତି କି ଥରେ ଥରେ ସେ ପ୍ରତି ସପ୍ତାହରେ ମଧ୍ୟ ରାଉରକେଲା ଆସୁଥିଲେ।

ଗତକାଲି ସନ୍ଧ୍ୟାରେ ସେ ଭୁବନେଶ୍ୱରରୁ ରାଉରକେଲା ଆସିଥିଲେ। ଜଣେ ବନ୍ଧୁଙ୍କ ଘରେ ସେ ରହିଥିଲେ। କିନ୍ତୁ ରାତିରେ ତାଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି।

Advertisment

କିଏ ଓ କାହିଁକି ହତ୍ୟା କଲା, ତାହା ଜଣାପଡ଼ିନି। ପୁଲିସ ଏନେଇ କିଛି ପ୍ରତିକ୍ରିୟା ଦେଇ ନଥିବା ବେଳେ ଯେଉଁ ବନ୍ଧୁଙ୍କ ଘରେ ଭାଗୀରଥୀ ରହିଥିଲେ, ତାଙ୍କୁ ରଘୁନାଥପାଲି ଥାନା ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ମୃତକଙ୍କ ପରିବାର ଲୋକେ ଭୁବନେଶ୍ୱରରୁ ଆସି ପହଞ୍ଚିବା ପରେ ପୁଲିସ ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବ ବୋଲି ଜଣାପଡ଼ିଛି। 

ଟଙ୍କାପଇସାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଥିବା ବେଳେ, ପୁଲିସର ତଦନ୍ତ ପରେ ସବୁ ସ୍ପଷ୍ଟ ହେବ।