ପୋଲ ତଳେ ପଡ଼ିଛି ପୁଳା ପୁଳା ଔଷଧ

ନୟାଗଡ଼(ସତ୍ୟ ନାରାୟଣ ସୁର ଜଗଦେବ): ନୟାଗଡ଼ ଜିଲ୍ଲା ଗୋଛାବାରି ଗାଁ ନିକଟ ପୋଲ ତଳେ ପୁଳା ପୁଳା ଔଷଧ ପଡ଼ି ରହିଛି। ଏଥିରୁ କିଛିର ଏକ୍ସପାଇରୀ ଡେଟ୍‌ ପଳାଥିବା ବେଳେ ଆଉ କିଛିର ରହିଛି। ତେବେ କିଏ ଏବଂ କାହିଁକି ଏହି ଔଷଧ ଫୋପାଡ଼ଛି ତାହା ସଠିକ୍‌ ଭାବେ ଜଣାପଡ଼ି ନାହିଁ। ପ୍ରାୟ ୩୦ ହଜାର ଟଙ୍କାର ଔଷଧ ପଡ଼ିଛି। ଔଷଧ ଗୁଡ଼ିକ ନଦୀ ନିକଟରେ ପଡ଼ିଥିବାରୁ ଗାଈ ଗୋରୁ ଖାଇ ରୋଗରେ ପଡ଼ିବାର ଭୟ ରହିଛି। […]

Medicine

Rakesh Mallick
  • Published: Saturday, 02 February 2019
  • , Updated: 02 February 2019, 09:28 AM IST

ନୟାଗଡ଼(ସତ୍ୟ ନାରାୟଣ ସୁର ଜଗଦେବ): ନୟାଗଡ଼ ଜିଲ୍ଲା ଗୋଛାବାରି ଗାଁ ନିକଟ ପୋଲ ତଳେ ପୁଳା ପୁଳା ଔଷଧ ପଡ଼ି ରହିଛି। ଏଥିରୁ କିଛିର ଏକ୍ସପାଇରୀ ଡେଟ୍‌ ପଳାଥିବା ବେଳେ ଆଉ କିଛିର ରହିଛି। ତେବେ କିଏ ଏବଂ କାହିଁକି ଏହି ଔଷଧ ଫୋପାଡ଼ଛି ତାହା ସଠିକ୍‌ ଭାବେ ଜଣାପଡ଼ି ନାହିଁ। ପ୍ରାୟ ୩୦ ହଜାର ଟଙ୍କାର ଔଷଧ ପଡ଼ିଛି।

ଔଷଧ ଗୁଡ଼ିକ ନଦୀ ନିକଟରେ ପଡ଼ିଥିବାରୁ ଗାଈ ଗୋରୁ ଖାଇ ରୋଗରେ ପଡ଼ିବାର ଭୟ ରହିଛି। ପଡ଼ିଥିବା ଏହି ଔଷଧରେ ସରକାରୀ ଲୋଗ ରହିଛି। ଏଥିରୁ ଜଣାପଡ଼ୁଛି ରୋଗୀଙ୍କୁ ମାଗଣାରେ ଏହି ଔଷଧ ଦିଆଯିବାକୁ ଆସିଥାଇପାରେ। ନିରାମୟ ଯୋଜନାରେ ରୋଗୀଙ୍କୁ ଠିକ୍‌ ଭାବେ ଔଷଧ ନମିଳୁଥିବା ବେଳେ ଏତେ ପରିମାଣରେ ଔଷଧ ଫୋପଡ଼ା ଯିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଅସନ୍ତୋଷ ଦେଖା ଦେଇଛି।

ଔଷଧ ପଡ଼ିଥିବା ସ୍ଥାନଟି ସରକାରୀ ଡାକ୍ତରଖାନାଠାରୁ ମାତ୍ର ୫୦୦ ମିଟର ଦୂରରେ ରହିଛି। ଉକ୍ତ ଡାକ୍ତରଖାନାର ଔଷଧକୁ ଏଠାରେ ପକାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ଜଣାପଡ଼ିବା ପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

Related story