Advertisment

ରୋଗୀଙ୍କୁ ଦେଲେନି, ଔଷଧରେ ପୂରିଛି ମେଡିକାଲ ଅଫିସରଙ୍କ କୂଅ

ଫୁଲବାଣୀ(ତ୍ରିନାଥ ସାହୁ): ମେଡିକାଲ ଅଫିସରଙ୍କ ସରକାରୀ ବାସଭବନ। ବାସ ଭବନ ଭିତରେ ରହିଛି ଏକ କୂଅ। କୂଅ ଭିତରେ ଭରି ପଡ଼ିଛି ପୁଳାପୁଳା ମେଡିସିନ୍‌। ଜ୍ୱର, କାସ, ଝାଡ଼ା ପ୍ରଭୃତି ରୋଗ ପାଇଁ ଏହି ଔଷଧ ବ୍ୟବହାର ହୋଇଥାଏ। ବଟିକା ଠାରୁ ଆରମ୍ଭ କରି ସାଲାଇନ୍ ପର୍ଯ୍ୟନ୍ତ ଭଳିକି ଭଳି ଔଷଧ ରହିଛି। ସବୁ ଔଷଧ ଉପରେ ଓଡ଼ିଶା ସରକାର ଓ ବିକ୍ରୟ ପାଇଁ ନୁହେଁ ବୋଲି ଉଲ୍ଲେଖ କରାଯାଇଛି। ତେବେ ରୋଗୀଙ୍କୁ ନ ଦେଇ କୂଅରେ […]

author-image
Niranjan Mishra
ରୋଗୀଙ୍କୁ ଦେଲେନି, ଔଷଧରେ ପୂରିଛି ମେଡିକାଲ ଅଫିସରଙ୍କ କୂଅ

Medicine

ଫୁଲବାଣୀ(ତ୍ରିନାଥ ସାହୁ): ମେଡିକାଲ ଅଫିସରଙ୍କ ସରକାରୀ ବାସଭବନ। ବାସ ଭବନ ଭିତରେ ରହିଛି ଏକ କୂଅ। କୂଅ ଭିତରେ ଭରି ପଡ଼ିଛି ପୁଳାପୁଳା ମେଡିସିନ୍‌। ଜ୍ୱର, କାସ, ଝାଡ଼ା ପ୍ରଭୃତି ରୋଗ ପାଇଁ ଏହି ଔଷଧ ବ୍ୟବହାର ହୋଇଥାଏ। ବଟିକା ଠାରୁ ଆରମ୍ଭ କରି ସାଲାଇନ୍ ପର୍ଯ୍ୟନ୍ତ ଭଳିକି ଭଳି ଔଷଧ ରହିଛି। ସବୁ ଔଷଧ ଉପରେ ଓଡ଼ିଶା ସରକାର ଓ ବିକ୍ରୟ ପାଇଁ ନୁହେଁ ବୋଲି ଉଲ୍ଲେଖ କରାଯାଇଛି। ତେବେ ରୋଗୀଙ୍କୁ ନ ଦେଇ କୂଅରେ ଫୋପାଡ଼ି ଲକ୍ଷାଧିକ ଟଙ୍କାର ଔଷଧ ନଷ୍ଟ କରାଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ବାରିକୁମ୍ପା ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସରଙ୍କ ସରକାରୀ ବାସଭବନ ପରିସରରେ ଥିବା ଏକ ପରିତ୍ୟକ୍ତ କୂଅରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ରୋଗୀମାନେ ଠିକଣା ସମୟରେ ଔଷଧ ଟିକିଏ ନ ପାଇ ଜୀବନ ହରାଉଥିବା ବେଳେ ଅନ୍ୟପଟେ ଡାକ୍ତରଖାନା ପରିଚାଳନାରେ ଥିବା ଡାକ୍ତର ଓ କର୍ମଚାରୀମାନେ ଔଷଧକୁ କୂଅରେ ଫୋପାଡ଼ି ନଷ୍ଟ କରିବା ସମାଲୋଚନାର ବିଷୟ ହୋଇଛି।

Advertisment

କନ୍ଧମାଳ ଜିଲ୍ଲା ବାରିକୁମ୍ପା ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ରହିଛି ମେଡିକାଲ ଅଫିସରଙ୍କ ସରକାରୀ ବାସଭବନ। କିନ୍ତୁ ଡାକ୍ତର ଏଠାରେ ରୁହନ୍ତି ନାହିଁ। ଏକମାତ୍ର ଫାର୍ମାସିଷ୍ଟ ମନହେଲେ ଡାକ୍ତରଖାନା ଖୋଲନ୍ତି, ନହେଲେ ନାହିଁ ତାଲା। ନା କେହି ଦେଖିବାକୁ ଅଛି, ନା କେହି କହିବାକୁ ଅଛି। ନିରୀହ ଆଦିବାସୀ ସରକାରୀ ବାବୁଙ୍କ ନାଲିଆଖି ଦେଖି ଚୁପ୍। ଏହି ଡାକ୍ତରଖାନାକୁ ଆସିଲେ ସେମାନଙ୍କୁ ଔଷଧ ମିଳେନା।

ଏପରି ସ୍ଥିତିରେ ପ୍ରାୟ ୫୦ ଫୁଟ ଗଭୀର ଏହି ପରିତ୍ୟକ୍ତ କୂଅରେ ଗଦା ହୋଇଛି ବିଭିନ୍ନ ପ୍ରକାରର ମେଡ଼ିସିନ। କୂଅର ପ୍ରାୟ ୪୦ ଫୁଟ ମେଡ଼ିସିନରେ ହିଁ ପୋତି ହୋଇଯାଇଛି।

Advertisment

ହଠାତ୍ କୌଣସି କାମରେ ଯାଇଥିବା ବେଳେ ଏଭଳି ଅଭାବନୀୟ ଦୃଶ୍ୟ ଗ୍ରାମବାସୀମାନଙ୍କ ନଜରରେ ପଡ଼ିଥିଲା। ପରେ ସେହି କୂଅରୁ କିଛି ମେଡ଼ିସିନ ବାହାର କରି ଦେଖିଥିଲେ। ଯେଉଁଥିରେ ସ୍ପଷ୍ଟ ଭାବେ ଲେଖା ରହିଛି ମେଡ଼ିସିନ ଗୁଡ଼ିକ ଓଡ଼ିଶା ଷ୍ଟେଟ ମେଡ଼ିସିନ କର୍ପୋରେସନ (OSMC)ତରଫରୁ ଯୋଗାଣ କରାଯାଇଛି। ମେଡ଼ିସିନ ଗୁଡ଼ିକ ବିକ୍ରୟ କରିବା ପାଇଁ ନୁହଁ। ଲୋକଙ୍କ ନିମନ୍ତେ ଉଦ୍ଧିଷ୍ଟ ବୋଲି ଉଲ୍ଲେଖ କରାଯାଇଛି।

ସରକାର ଏହି ସବୁ ମେଡ଼ିସିନଗୁଡ଼ିକୁ ନିରାମୟ ଯୋଜନାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀଙ୍କୁ ମାଗଣାରେ ବଣ୍ଟନ କରିବା ପାଇଁ ଯୋଗାଇ ଦେଇଥିଲେ। କିନ୍ତୁ ରୋଗୀଙ୍କୁ ଏହି ସବୁ ମେଡ଼ିସିନ ଦିଆ ନ ଯାଇ ଲୁଚାଛପାରେ ନଷ୍ଟ କରାଯାଇଛି। ଯାହା ଭିତରୁ ଅନେକ ମେଡିସିନ୍‌ର ଏକ୍ସାପାରୀ ଡେଟ୍ ଚାଲି ଯାଇଥିବା ବେଳେ ଅନେକ ମେଡିସିନ୍ ଏକ୍ସାପାରୀ ହୋଇନାହିଁ।

ଲୋକଙ୍କ କାମରେ ମେଡ଼ିସିନ ବ୍ୟବହାର ହୋଇଥିବା ସରକାରଙ୍କୁ ମିଛ ରିପୋର୍ଟ ଦେଇ ଡାକ୍ତରଖାନାର କର୍ମଚାରୀମାନେ ଏହି ମେଡିସିନ୍‌କୁ ଏଭଳି ନଷ୍ଟ କରିଦେଇଛନ୍ତି। ଲୋକେ ବାରମ୍ବାର ସମସ୍ୟା ବିଷୟରେ ଜଣାଇଲେ ମଧ୍ୟ ସମାଧାନ ହେଉନି।

ସ୍ଥାନୀୟ ଅଞ୍ଚଳର ପ୍ରାୟ ୬ଟି ପଞ୍ଚାୟତବାସୀ ଏହି ଡାକ୍ତରଖାନା ଉପରେ ନିର୍ଭର କରନ୍ତି। ମାତ୍ର ରୋଗୀଙ୍କ ଚିକିତ୍ସା ନିମନ୍ତେ ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡାକ୍ତର ଠିକ୍ ଭାବେ ଆସୁନାହାନ୍ତି। ରୋଗୀମାନଙ୍କୁ ସଠିକ ଭାବେ ଚିକିତ୍ସା ମିଳୁନି।

[caption id="attachment_751127" align="aligncenter" width="650"]publive-image ଔଷଧକୁ କୂଅରୁ ବାହାର କରି ଗ୍ରାମବାସୀ ଦେଖାଉଛନ୍ତି।[/caption]

ବାରିକୁମ୍ପାର ଦୀନବନ୍ଧୁ ଗଣ୍ଡା ଓ ସୌରଭ କୁମାର ପ୍ରଧାନ କହିଛନ୍ତି, ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ଏହି ଡାକ୍ତରଖାନାରେ ଚିକିତ୍ସା କିମ୍ବା ଔଷଧ ମିଳୁନି। ମାତ୍ର ଏତେ ପରିମାଣର ମେଡ଼ିସିନକୁ ନଷ୍ଟ କରାଯାଇଛି। ଏହା ପଛରେ କିଏ କାମ କରୁଛି ତାର ଉଚ୍ଚସ୍ତରୀୟ ତଦନ୍ତ ହେବା ଉଚିତ୍। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଜରୁରୀ।
ଏ ନେଇ ପଚରାରିଥିଲେ ହେଁ ବାରିକୁମ୍ପା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଏବଂ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତିକ୍ରିୟା ଦେବାକୁ ମନା କରିଦେଛନ୍ତି।