Advertisment

ଅନ୍ଧାରି ମୁଲକର ଆଲୁଅ ଅନୁପ୍ରିୟା: ବିମାନ ଉଡ଼ାଇବେ ଆଦିବାସୀ କନ୍ୟା

ମାଲକାନଗିରି (ଜିତେନ୍ଦ୍ର ବେଉରା): ସକାଳ ହେଲେ ସ୍ୱପ୍ନ ଦେଖିବାର ସଂଘର୍ଷ… ଆଉ ରାତିରେ ତାରାକୁ ଭେଟିବାର ପ୍ରତିଶୃତି। ବେଳେ ବେଳେ ମନ ହୁଏ ଉଡ଼ିଯିବାକୁ ସେ ନୀଳ ଆକାଶ। ଆଦିବାସୀର ଅନ୍ଧାରି ମୁଲକରୁ ଫେରି ଜିଇଁବାକୁ ଏକ ନୂଆ ଜୀବନ ଯେଉଁଠି ସ୍ୱପ୍ନ ସହ ସାଲିସ୍‌ କରିବାକୁ ପଡୁନଥିବ କି ପ୍ରୟାସର ପରକୁ କାଟିବାର ଧମକ ମିଳୁନଥିବ। ଏମିତି ଏକ ପରିବେଶରୁ ବାହାରି ନିଜ ସ୍ୱପ୍ନକୁ ବାସ୍ତବ ରୂପ ଦେଇଛନ୍ତି ଆଦିବାସୀ ଝିଅ ଅନୁପ୍ରିୟା। ଅନ୍ଧାରି ମୁଲକରୁ ବାହାରି […]

author-image
Biswobandita Swain
ଅଦ୍ୟତନ ହୋଇଛି
ଅନ୍ଧାରି ମୁଲକର ଆଲୁଅ ଅନୁପ୍ରିୟା: ବିମାନ ଉଡ଼ାଇବେ ଆଦିବାସୀ କନ୍ୟା

qqqqqppppppp

ମାଲକାନଗିରି (ଜିତେନ୍ଦ୍ର ବେଉରା): ସକାଳ ହେଲେ ସ୍ୱପ୍ନ ଦେଖିବାର ସଂଘର୍ଷ... ଆଉ ରାତିରେ ତାରାକୁ ଭେଟିବାର ପ୍ରତିଶୃତି। ବେଳେ ବେଳେ ମନ ହୁଏ ଉଡ଼ିଯିବାକୁ ସେ ନୀଳ ଆକାଶ। ଆଦିବାସୀର ଅନ୍ଧାରି ମୁଲକରୁ ଫେରି ଜିଇଁବାକୁ ଏକ ନୂଆ ଜୀବନ ଯେଉଁଠି ସ୍ୱପ୍ନ ସହ ସାଲିସ୍‌ କରିବାକୁ ପଡୁନଥିବ କି ପ୍ରୟାସର ପରକୁ କାଟିବାର ଧମକ ମିଳୁନଥିବ। ଏମିତି ଏକ ପରିବେଶରୁ ବାହାରି ନିଜ ସ୍ୱପ୍ନକୁ ବାସ୍ତବ ରୂପ ଦେଇଛନ୍ତି ଆଦିବାସୀ ଝିଅ ଅନୁପ୍ରିୟା। ଅନ୍ଧାରି ମୁଲକରୁ ବାହାରି ଏବେ ସେ ବିମାନ ଉଡ଼ାଇବାକୁ ଯାଉଛନ୍ତି। ମାଲକାନଗିରି ଭଳି ଏକ ପଛୁଆ ଜିଲ୍ଲାରେ ଜନ୍ମିତ ଅନୁପ୍ରିୟା ଏକ ଘରୋଇ ଏୟାର ଲାଇନ୍ସରେ କୋ-ପାଇଲଟ୍ ଭାବେ ନିଯୁକ୍ତି ପାଇଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Advertisment

publive-imageଓଡ଼ିଶା ପୁଲିସ୍‌ରେ ହାବିଲଦାର ଭାବେ କାର୍ଯ୍ୟରତ ମାରିନିୟସ ଲାକ୍ରା ଏବଂ ଜାମାନ୍ ୟାସମିନ୍ ଲାକ୍ରାଙ୍କ ଝିଅ ଅନୁପ୍ରିୟା। ମାଲକାନଗିରିରୁ ପାଠପଢିବା ପରେ ଅନୁପ୍ରିୟା ଭୁବନେଶ୍ୱର ଯାଇ ଇଂଜିନିୟରିଂ ପଢୁଥିଲେ। ପିଲାଦିନୁ ତାଙ୍କର ସ୍ୱପ୍ନ ଥିଲା ଯେ ସେ ଆକାଶରେ ଉଡ଼ିବେ। ବିମାନ ଚଳାଇବେ। ତାଙ୍କର ଏହି ନିଶା ଶେଷରେ ତାଙ୍କୁ ଇଂଜିନିୟରିଂ ଛାଡ଼ି ପାଇଲଟ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ରେ ନେଇ ପହଞ୍ଚାଇଲା।

ସେଠାରେ ତାଲିମ ନେବାପରେ ପରେ ଅନୁପ୍ରିୟା ଦିଲ୍ଲୀ, ବେଙ୍ଗାଲୁରୁ, ମୁମ୍ବାଇ ଭଳି ସ୍ଥାନରେ ପ୍ରବେଶିକା ପରୀକ୍ଷା ଦେଇ ୨୦୧୨ରୁ ସ୍ୱତନ୍ତ୍ର ତାଲିମ ନେବା ଆରମ୍ଭ କରିଥିଲେ। ଏବେ ସେ ଏକ ଘରୋଇ ଏୟାର ଲାଇନ୍ସରେ କୋ-ପାଇଲଟ୍ ଭାବେ ନିଯୁକ୍ତି ପାଇଛନ୍ତି। ଅନୁପ୍ରିୟାଙ୍କ ଉପଲବ୍ଧିକୁ ନେଇ ଏବେ ତାଙ୍କ ପରିବାର ସହ ସମସ୍ତ ରାଜ୍ୟବାସୀ ଗର୍ବିତ ଅଛନ୍ତି।

Advertisment