Advertisment

ପାଗଳି ଦେଇଥିଲା ଇଞ୍ଜେକସନ୍‌

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ସଦର ମେଡିକାଲରେ ରୋଗୀଙ୍କୁ ମନଇଚ୍ଛା ଇଞ୍ଜେକସନ୍‌ ଦିଆଯିବା ଘଟଣା ଉପରୁ ପରଦା ଉଠିଚି। କୌଣସି ନର୍ସ ନୁହେଁ, ବରଂ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ରୋଗୀଙ୍କୁ ଇଞ୍ଜେକସନ୍‌ ଦେଇଥିବା ଜଣାପଡ଼ିଛି। ଲିଲି ଜାଲ ନାମକ ଏହି ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ପୁଲିସ୍‌ ଗିରଫ କରିଛି। ଗତ ୧୯ ତାରିଖ ବିଳମ୍ବିତ ରାତିରେ ଲିଲି ଘରେ ଝଗଡ଼ା କରି ମେଡିକାଲ ଆସିଥିଲେ। ଏହି ସମୟରେ ପୁରୁଷ ମେଡିସିନ ଓ୍ୱାର୍ଡରେ କାର୍ଯ୍ୟରତ ନର୍ସ ନଥିବା ଦେଖି ସେ ୫ରୁ ଅଧିକ […]

ପାଗଳି ଦେଇଥିଲା ଇଞ୍ଜେକସନ୍‌

sambalpur

Advertisment

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ସମ୍ବଲପୁର ସଦର ମେଡିକାଲରେ ରୋଗୀଙ୍କୁ ମନଇଚ୍ଛା ଇଞ୍ଜେକସନ୍‌ ଦିଆଯିବା ଘଟଣା ଉପରୁ ପରଦା ଉଠିଚି। କୌଣସି ନର୍ସ ନୁହେଁ, ବରଂ ଜଣେ ମାନସିକ ବିକାରଗ୍ରସ୍ତ ମହିଳା ରୋଗୀଙ୍କୁ ଇଞ୍ଜେକସନ୍‌ ଦେଇଥିବା ଜଣାପଡ଼ିଛି। ଲିଲି ଜାଲ ନାମକ ଏହି ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ପୁଲିସ୍‌ ଗିରଫ କରିଛି।

Advertisment

ଗତ ୧୯ ତାରିଖ ବିଳମ୍ବିତ ରାତିରେ ଲିଲି ଘରେ ଝଗଡ଼ା କରି ମେଡିକାଲ ଆସିଥିଲେ। ଏହି ସମୟରେ ପୁରୁଷ ମେଡିସିନ ଓ୍ୱାର୍ଡରେ କାର୍ଯ୍ୟରତ ନର୍ସ ନଥିବା ଦେଖି ସେ ୫ରୁ ଅଧିକ ରୋଗୀଙ୍କୁ ମନଇଚ୍ଛା ଇଞ୍ଜେକସନ୍‌ ଦେଇଥିଲେ।

ସେପଟେ ଘଟଣା ଜଣାପଡ଼ିବା ପରେ ସେଦିନ ଡ୍ୟୁଟିରେ ଥିବା ନର୍ସ ରଜନୀ ସାହୁଙ୍କୁ ନିଲମ୍ବିତ କରାଯାଇଛି।  ସେହିପରି ଡ୍ୟୁଟିରେ ଥିବା ସିକ୍ୟୁରିଟି ଗାର୍ଡଙ୍କୁ ବହିଷ୍କାର କରାଯିବା ସହ  ସିକ୍ୟୁରିଟି ସଂସ୍ଥାକୁ ନୋଟିସ୍‌ କରାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe