Advertisment

ଜିଲ୍ଲାପାଳଙ୍କୁ ବି ଛାଡ଼ୁ ନାହାନ୍ତି, ହ୍ୱାଟସ୍‌ଆପ୍‌ ଡିପିରେ ଫଟୋ ରଖି ମାଗୁଛନ୍ତି ଟଙ୍କା

ଭଦ୍ରକ(ପାର୍ଥ ସାରଥୀ ନାୟକ): ଶେଷରେ ଜିଲ୍ଲାର ମୁଖ୍ୟ ଜିଲ୍ଲାପାଳଙ୍କୁ ବି ଛାଡିଲେନି ଅସାମାଜିକ ବ୍ୟକ୍ତି । ଜିଲ୍ଲାପାଳଙ୍କ ଫଟୋକୁ ନିଜ ହ୍ୱାଟସ୍‌ଆପ୍‌ ଡିପିରେ ରଖି ବ୍ୟକ୍ତିଜଣକ ବିଡିଓ ସମେତ ସରକାରୀ ଅଧିକାରୀଙ୍କୁ ମାଗୁଛନ୍ତି ଟଙ୍କା । ଜିଲ୍ଲାପାଳଙ୍କ ନଜରକୁ ଏହା ଆସିବା ପରେ ତୁରନ୍ତ ଏ ନେଇ ଥାନାରେ ମୌଖିକ ଭାବେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଖୋଜାଖୋଜି କରୁଛି। ଏପରି ଘଟଣା ଭଦ୍ରକ ଜିଲ୍ଲାରେ ଘଟିଥିବା ବେଳେ ଖୋଦ […]

ଅଦ୍ୟତନ ହୋଇଛି
ସାଇବର ଠକେଇ: କେବଳ ଡିସେମ୍ବରରେ ଭୁବନେଶ୍ୱରୁ ହଡ଼ପ ହୋଇଛି ୬୦ଲକ୍ଷ

online fraud

Advertisment

ଭଦ୍ରକ(ପାର୍ଥ ସାରଥୀ ନାୟକ): ଶେଷରେ ଜିଲ୍ଲାର ମୁଖ୍ୟ ଜିଲ୍ଲାପାଳଙ୍କୁ ବି ଛାଡିଲେନି ଅସାମାଜିକ ବ୍ୟକ୍ତି । ଜିଲ୍ଲାପାଳଙ୍କ ଫଟୋକୁ ନିଜ ହ୍ୱାଟସ୍‌ଆପ୍‌ ଡିପିରେ ରଖି ବ୍ୟକ୍ତିଜଣକ ବିଡିଓ ସମେତ ସରକାରୀ ଅଧିକାରୀଙ୍କୁ ମାଗୁଛନ୍ତି ଟଙ୍କା । ଜିଲ୍ଲାପାଳଙ୍କ ନଜରକୁ ଏହା ଆସିବା ପରେ ତୁରନ୍ତ ଏ ନେଇ ଥାନାରେ ମୌଖିକ ଭାବେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଖୋଜାଖୋଜି କରୁଛି। ଏପରି ଘଟଣା ଭଦ୍ରକ ଜିଲ୍ଲାରେ ଘଟିଥିବା ବେଳେ ଖୋଦ ଜିଲ୍ଲାପାଳଙ୍କ ଫୋଟକୁ ନିଜ ହ୍ୱାଟସ୍‌ଆପ୍‌ ଡିପିରେ ରଖି ବ୍ୟକ୍ତିଜଣକ ଚଞ୍ଚକତା କରି ମାଲାମାଲ ହେଉଥିବା ଜଣାଯାଇଛି।

Advertisment

୮୪୦୦୭୫୪୨୨୧ ନଂରେ ବ୍ୟକ୍ତି ଜଣକ ନିଜ ହ୍ୱାଟସ୍‌ଆପ୍‌ ଡିପିରେ ଜ଼ିଲ୍ଲାପାଳଙ୍କ ଫଟୋ ରଖି ଏଭଳି ଚଞ୍ଚକତା ଚାଲିଛି ।  ବିଭିନ୍ନ ବ୍ଲକର ବିଡିଓ ଓ ସରକାରୀ ଅଧିକାରୀଙ୍କୁ ଉକ୍ତ ହ୍ୱାଟସ୍‌ଆପ୍‌ ନଂରେ ମେସେଜ ପଠାଯାଇ ଟଙ୍କା ମଗାଯାଉଛି। ଏନେଇ ଜଣେ ବିଡିଓ ଗତକାଲି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ ଥିଲେ।

ଏହାପରେ ଜିଲ୍ଲାପାଳ ଗତକାଲି ଟାଉନ୍‌ ଥାନାରେ ମୌଖିକ ଭାବେ ଅଭିଯୋଗ କରିଥିବା ବେଳେ ଆଜି ଲିଖିତ ଅଭିଯୋଗ କରିବେ ବୋଲି ଜଣାଯାଇଛି। ହେଲେ ଟାଉନ ଥାନା ପୁଲିସ୍‌ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି। ପ୍ରଥମେ ଜିଲ୍ଲାପାଳଙ୍କ ଫଟୋ ଦେଖାଇ ଏପରି ଚଞ୍ଚକତା କରୁଥିବା ବ୍ୟକ୍ତିକୁ ଖୋଜିବା ନିମନ୍ତେ ସାଇବର ପୁଲିସ୍‌ର ସହାୟତା ନିଆଯାଉଛି। ଏହାପରେ ସେ କେବେଠୁ ଏପରି ଧନ୍ଦା ଚଳାଇଛନ୍ତି ତଥା  ଚଞ୍ଚକତା କରି କେତେ ଟଙ୍କା ରୋଜଗାର କରିଛନ୍ତି ତାହା ସ୍ପଷ୍ଟ ହେବ ବୋଲି ପୁଲିସ୍‌ କହିଛି।

Advertisment

ଏଭଳି ଠକାମୀ ନଜରକୁ ଆସିବା ପରେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସଚେତନ କରିବା ପାଇଁ ସାମାଜିକ ଗଣମାଧ୍ୟମର ସହଯୋଗ ନିଆଯାଇଛି । କୌଣସି ବ୍ୟକ୍ତି ଏଭଳି ମିଥ୍ୟା ମେସେଜ ଦେଲେ  ଅଣଦେଖା କରନ୍ତୁ, କୌଣସି ଟଙ୍କାପଇସା ଦିଅନ୍ତୁ ନାହିଁ  ବୋଲି ଭଦ୍ରକ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସାମାଜିକ ଗଣମାଧ୍ୟମ ଜରିଆରେ ଲୋକମାନଙ୍କୁ ଅନୁରୋଧ କରାଯାଇଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe