Advertisment

୧୦ ଲକ୍ଷର ବିଲ୍‌ ପାସ୍‌ କରିବାକୁ ନେଉଥିଲେ ଲକ୍ଷେ, ମାଡ଼ି ବସିଲା ଭିଜିଲାନ୍ସ

ନବରଙ୍ଗପୁର(ନବଘନ ବିଶୋୟୀ): ୧୦ ଲକ୍ଷ ଟଙ୍କାର ବିଲ୍‌ ପାସ୍‌ କରାଇ ଦେବାକୁ ନେଉଥିଲେ ଲକ୍ଷେ ଟଙ୍କା ଲାଞ୍ଚ । ହେଲେ ଧରିଦେଲା ଭିଜିଲାନ୍ସ । ଶେଷରେ ବନ୍ଧା ହେଲେ ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ତଥା ମିଡ୍ ଡେ ମିଲ୍ ପ୍ରୋଗ୍ରାମ ମ୍ୟାନେଜର ଭାବେ କାର୍ଯ୍ୟରତ ବିକାଶ ସାନା। ମଧ୍ୟାହ୍ନ ଭୋଜନ ଚାଉଳ ପରିବହନର ତିନି ମାସର ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବିଲ୍‌  ପାସ୍‌ କରାଇଦେବାକୁ ଠିକାଦାର ମୋହନ ପ୍ରକାଶ ଚୌରସିଆଙ୍କୁ ଲକ୍ଷେ […]

ଅଦ୍ୟତନ ହୋଇଛି
୧୦ ଲକ୍ଷର ବିଲ୍‌ ପାସ୍‌ କରିବାକୁ ନେଉଥିଲେ ଲକ୍ଷେ, ମାଡ଼ି ବସିଲା ଭିଜିଲାନ୍ସ

vigilance trap

Advertisment

ନବରଙ୍ଗପୁର(ନବଘନ ବିଶୋୟୀ): ୧୦ ଲକ୍ଷ ଟଙ୍କାର ବିଲ୍‌ ପାସ୍‌ କରାଇ ଦେବାକୁ ନେଉଥିଲେ ଲକ୍ଷେ ଟଙ୍କା ଲାଞ୍ଚ । ହେଲେ ଧରିଦେଲା ଭିଜିଲାନ୍ସ । ଶେଷରେ ବନ୍ଧା ହେଲେ ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଆକାଉଣ୍ଟାଣ୍ଟ ତଥା ମିଡ୍ ଡେ ମିଲ୍ ପ୍ରୋଗ୍ରାମ ମ୍ୟାନେଜର ଭାବେ କାର୍ଯ୍ୟରତ ବିକାଶ ସାନା।

Advertisment

ମଧ୍ୟାହ୍ନ ଭୋଜନ ଚାଉଳ ପରିବହନର ତିନି ମାସର ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବିଲ୍‌  ପାସ୍‌ କରାଇଦେବାକୁ ଠିକାଦାର ମୋହନ ପ୍ରକାଶ ଚୌରସିଆଙ୍କୁ ଲକ୍ଷେ ଟଙ୍କା ମାଗିଥିଲେ ବିକାଶ ସାନା । ଏନେଇ  ମୋହନ ପ୍ରକାଶ ଚୌରସିଆ ଭିଜିଲାନ୍ସକୁ ଖବର ଦେଇଥିବା ବେଳେ ଭିଜିଲାନ୍ସ ପକ୍ଷରୁ ବିକାଶଙ୍କୁ ଧରିବାକୁ ଜାଲ ବିଛା ଯାଇଥିଲା।

ପୂର୍ବ ଯୋଜନା ମୁତାବକ ଗତକାଲି  ମୋହନଙ୍କ ପ୍ରତିନିଧି କିରଣ କୁମାର ପଟ୍ଟନାୟକଙ୍କଠାରୁ ବିକାଶ ନିଜ କାର୍ଯ୍ୟାଳୟରେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ନବରଙ୍ଗପୁର ଭିଜିଲାନ୍ସ ବିଭାଗ ଅଧିକାରୀ ତାଙ୍କୁ ମାଡ଼ି ବସିଥିଲେ। ଏଥିସହ ତାଙ୍କ ନିକଟରୁ ରଙ୍ଗବୋଳା ଟଙ୍କା ଜବତ କରାଯାଇଥିଲା। ଗତକାଲି ତାଙ୍କୁ ଅଟକ ରଖାଯାଇଥିବା ବେଳେ ପରେ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା ।

Advertisment

ଭିଜିଲାନ୍ସ ବିଭାଗ ପକ୍ଷରୁ ନବରଙ୍ଗପୁର ସହରସ୍ଥିତ ସଦାଶିବଲାଇନରେ ଥିବା ଅଭିଯୁକ୍ତଙ୍କ ଭଡାଘର ଓ ଉମରକୋଟସ୍ଥିତ ପୈତୃକ ଘରେ ଚଢ଼ାଉ କରାଯାଇଥିବା ବେଳେ ସେଠାରୁ ସେପରି କିଛି ମିଳି ନ ଥିବା ଜଣାଯାଇଛି।

Vigilance Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe