/odisha-reporter/media/post_attachments/uploads/2022/01/mihir-1.jpg)
mihir das
କଟକ(ଓଡ଼ିଶା ରିପୋର୍ଟର): ଗୋଟିଏ ଯୁଗର ଅନ୍ତ ଘଟିଲା। ଓଲିଉଡରେ କାକା ଯୁଗର ଅବସାନ ଘଟିଲା। ଆଉ ଶୁଭିବନି ସେ ଗୁରୁ ଗମ୍ଭୀର ସ୍ୱର। ପଞ୍ଚଭୂତରେ ବିଲୀନ ହୋଇଗଲେ ଓଲିଉଡର ବେତାଜ ବାଦଶାହା ମିହିର ଦାସ। କଟକ ସତୀଚୌରା ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ ସମ୍ପନ୍ନ ହୋଇଛି। ବଡ଼ ପୁଅ ଅମ୍ଳାନ ଦାସ ମୁଖାଗ୍ନି ଦେଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱର୍ଗତ ମିହିରି ଦାସଙ୍କୁ ଦିଆଯାଇଛି ଗାର୍ଡ ଅଫ୍ ଅନର।
ମିହିରଙ୍କ ଶେଷ ଦର୍ଶନ ପାଇଁ ଲୋକାରଣ୍ୟ ହୋଇ ଉଠିଥିଲା ସତୀଚୌରା ଶ୍ମଶାନ। ବିଶିଷ୍ଟ ରାଜନେତା, ଫିଲ୍ମ ଅଭିନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ସମସ୍ତେ ଶେଷ ଥର ପାଇଁ ଏହି ଭେଟରାନ ଆକ୍ଟରଙ୍କୁ ଦେଖିବାକୁ ଘଣ୍ଟା ଘଣ୍ଟା ଛିଡ଼ା ହୋଇଥିଲେ। ଶୋକାକୂଳ ପରିବେଶରେ ଫାଟି ପଡ଼ିଥିଲା ପୂରା ପରିବେଶ।
ଦୀର୍ଘ ବର୍ଷ ଧରି କିଡନି ରୋଗରେ ପୀଡ଼ିତ ଥିବା ମିହିର ଦାସ ମାସେ ତଳେ ଗୁରୁତର ହୋଇପଡ଼ିଥିଲେ। ଏହାପରେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ସେ ଆଇସିୟୁରେ ଥିଲେ। ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ଏକାଧିକ ଅଙ୍ଗ ଅକାମୀ ହୋଇଯିବାରୁ ଗତକାଲି ଅପରାହ୍ଣ ୩ଟା ୨୫ରେ ତାଙ୍କର ପରଲୋକ ହୋଇଥିଲା। ମାତ୍ର ୬୩ ବର୍ଷ ବୟସରେ ଆରପାରିକୁ ଚାଲିଗଲେ ଅଭିନେତା ମିହିର ଦାସ।
[caption id="attachment_705863" align="aligncenter" width="650"]
ଶେଷ ଯାତ୍ରାରେ ମିହିର ଦାସଙ୍କୁ ସତିଚୌରା ଅଭିମୁଖେ ନିଆଯାଉଛି।[/caption]
କେତେବେଳେ ନାୟକ ତ କେତେବେଳେ ଖଳନାୟକ ଏପରି ଭାବେ ସବୁ ଚରିତ୍ରକୁ ପରଦାରେ ଜୀବନ୍ତ କରି ଦର୍ଶକଙ୍କୁ ନିଜ ଅଭିନୟ ଯାଦୁରେ ହସାଇ, କନ୍ଦାଇ ପାରୁଥିଲେ ଓଲିଉଡର କାକା। ଶତାଧିକ ଚଳଚିତ୍ରରେ ଛାଡି ଯାଇଛନ୍ତି ସେ ନିଜ ସ୍ୱାକ୍ଷର। ୧୯୮୦ରେ ରାମାୟଣ ଫିଲ୍ମରେ ଶତ୍ରୁଘ୍ନରୁ କ୍ୟାରିୟର ଆରମ୍ଭ କରିଥିବା ମିହିର ଦାସ ତିନି ଦଶନ୍ଧି ଧରି ଓଲିଉଡ୍ରେ ରାଜ୍ କରିଥିଲେ। ‘ଲକ୍ଷ୍ମୀ ପ୍ରତିମା’ ପାଇଁ ୧୯୯୮ ଓ ‘ଫେରିଆ ମୋ ସୁନା ଭଉଣୀ’ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ମିଳିଥିଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର।
[caption id="attachment_705864" align="aligncenter" width="650"]
ମିହିର ଦାସଙ୍କୁ ଗାର୍ଡ ଅଫ ଅନର ଦିଆଯାଉଛି।[/caption]
ଠିକ୍ ସେହିପରି ଶ୍ରେଷ୍ଠ ସହକଳାକାର ଭାବେ ମଧ୍ୟ ଅନେକ ଫିଲ୍ମ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଛି। ୨୦୦୨ରେ ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ ଓ ୨୦୧୦ରେ ପ୍ରେମ ଅଢ଼େଇ ଅକ୍ଷର ପାଇଁ ତାଙ୍କୁ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
