Advertisment

କ୍ଷୀର ଲେଖା ଯାଇଥିଲା, କିନ୍ତୁ ଯାଉଥିଲା ଗୋ ମାଂସ

ବ୍ରହ୍ମପୁର (ଜଗନ୍ନାଥ ସାହୁ): କ୍ଷୀର ଗାଡ଼ିରେ ଚାଲାଣ ହେଉଥିଲା ଗୋ ମାଂସ। ଏନେଇ ସୂଚନା ପାଇ ବ୍ରହ୍ମପୁର ବଜରଙ୍ଗ ଦଳର କର୍ମୀମାନେ କ୍ଷୀର ଭ୍ୟାନକୁ ପିଛା କରି କାବୁ କରିଛନ୍ତି। ଆଉ ଏହି ଭ୍ୟାନ୍‌ରେ ଥିବା  ପ୍ରାୟ ୧ ହଜାରରୁ ଅଧିକ ପ୍ୟାକେଟ ଗୋ ମାଂସକୁ ଆନ୍ଧ୍ର ପ୍ରଦେଶର ଇଚ୍ଛାପୁରମ ପୁଲିସ୍‌ ଜବତ କରିଛି। ଏହି ଘଟଣାରେ ଡ୍ରାଇଭରକୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି। ଟ୍ରକଟି ପଶ୍ଚିମବଙ୍ଗରୁ ଗୋ ମାଂସ ନେଇ ଚେନ୍ନାଇ ଯାଉଥିଲା ବୋଲି […]

ଅଦ୍ୟତନ ହୋଇଛି
କ୍ଷୀର ଲେଖା ଯାଇଥିଲା, କିନ୍ତୁ ଯାଉଥିଲା ଗୋ ମାଂସ

berhampur

Advertisment

ବ୍ରହ୍ମପୁର (ଜଗନ୍ନାଥ ସାହୁ): କ୍ଷୀର ଗାଡ଼ିରେ ଚାଲାଣ ହେଉଥିଲା ଗୋ ମାଂସ। ଏନେଇ ସୂଚନା ପାଇ ବ୍ରହ୍ମପୁର ବଜରଙ୍ଗ ଦଳର କର୍ମୀମାନେ କ୍ଷୀର ଭ୍ୟାନକୁ ପିଛା କରି କାବୁ କରିଛନ୍ତି। ଆଉ ଏହି ଭ୍ୟାନ୍‌ରେ ଥିବା  ପ୍ରାୟ ୧ ହଜାରରୁ ଅଧିକ ପ୍ୟାକେଟ ଗୋ ମାଂସକୁ ଆନ୍ଧ୍ର ପ୍ରଦେଶର ଇଚ୍ଛାପୁରମ ପୁଲିସ୍‌ ଜବତ କରିଛି। ଏହି ଘଟଣାରେ ଡ୍ରାଇଭରକୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି। ଟ୍ରକଟି ପଶ୍ଚିମବଙ୍ଗରୁ ଗୋ ମାଂସ ନେଇ ଚେନ୍ନାଇ ଯାଉଥିଲା ବୋଲି ଜଣାପଡ଼ିଛି। publive-image

Advertisment

ସୂଚନା ଅନୁସାରେ, ଆଜି ସକାଳେ ଏକ ଟ୍ରକ୍‌ରେ ଗୋ ମାଂସ ଚାଲାଣ ହେଉଥିବା ନେଇ ‌ବ୍ରହ୍ମପୁର ବଜରଙ୍ଗ ଦଳର କର୍ମୀମାନେ ଖବର ପାଇଥିଲେ। ଗାଡ଼ିଟି ଏନଏଚ୧୬ ଦେଇ ଆନ୍ଧ୍ରପ୍ରଦେଶ ଆଡ଼କୁ ଯାଉଥିବା ସେମାନେ ଜାଣିବାକୁ ପାଇଥିଲେ। ଏହାପରେ ସେମାନେ ଟ୍ରକ୍‌ର ପିଛା କରିଥିଲେ। ଏଥିସହ ସେମାନେ ଗୋଳନ୍ଥରା ଥାନା ପୁଲିସକୁ ବି ଖବର ଦେଇଥିଲେ। ହେଲେ ପୁଲିସ୍ ଗାଡ଼ିଟିକୁ ଧରିବାରେ ସଫଳ ହୋଇପାରି ନଥିଲା। ବଜରଙ୍ଗ ଦଳ କର୍ମୀମାନେ ପିଛା କରି ଆନ୍ଧ୍ର-ଓଡ଼ିଶା ସୀମନ୍ତ ପୁରୁଷୋତ୍ତପୁର ଠାରେ ଗାଡ଼ିଟିକୁ କାବୁ କରିଥିଲେ। ଏନେଇ ଖବର ପାଇ ଆନ୍ଧ୍ରର ଇଚ୍ଛାପୁର ପୁଲିସ ସେଠାରେ ପହଞ୍ଚି ଗାଡ଼ିଟିକୁ ଜବତ କରିଥିଲା। ଗାଡ଼ି‌ ଭିତରେ ପ୍ରାୟ ୧ ହଜାରରୁ ଅଧିକ ପ୍ୟାକେଟ ଗୋ-ମାଂସ ଥିଲା। ଏହି ଗୋମାଂସ ଚୀନ ଅବା ଜାପାନକୁ ଚେନାଇ ଦେଇ ଯାଉଥିବା ସନ୍ଦେହ କରାଯାଉଛି। ତେବେ ଏହି ମାଂସ ନିୟମ ଅନୁସାରେ ଚାଲାଣ ହେଉଥିଲା ନା ନାହିଁ, ସେନେଇ ଇଚ୍ଛାପୁର ପୁଲିସ ତଦନ୍ତ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe