Advertisment

ମିମିକ୍ରି ମ୍ୟାନ୍‌ ଦେବଦତ୍ତ

କଟକ (ଓଡ଼ିଶା ରିପୋର୍ଟର): ନାଁ ତାଙ୍କର ଦେବଦତ୍ତ ସାମଲ। ହେଲେ ଲୋକ ତାଙ୍କୁ ଚିହ୍ନନ୍ତି ମିମିକ୍ରି ମ୍ୟାନ୍‌ ଭାବରେ। କାର୍ଟୁନ ଶୋ’ର ଅନେକ ଚରିତ୍ର ସହ ସହିତ ବିଭିନ୍ନ ପଶୁପକ୍ଷୀଙ୍କ ଅବିକଳ ନକଲ କରି ଏବେ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଦେବଦତ୍ତ। ଦେବଦତ୍ତ କଟକ ତୁଲସୀପୁର ହିନ୍ଦୋଳ କୋଠି ଛକର ବାସିନ୍ଦା। ଖାଲି ପଶୁପକ୍ଷୀ ନୁହେଁ, ଅନେକ ଫିଲ୍ମଷ୍ଟାରଙ୍କର ମଧ୍ୟ ସେ ମିମିକ୍ରି କରୁଛନ୍ତି। ୪୯ ବର୍ଷ ବୟସ୍କ ଦେବଦତ୍ତ କାନ୍ଦିପାରିବେ ପିଲାଙ୍କ ପରି…ରାହାଧରି। ଅବିକଳ […]

author-image
Puspanjali Panda
ଅଦ୍ୟତନ ହୋଇଛି
ମିମିକ୍ରି ମ୍ୟାନ୍‌ ଦେବଦତ୍ତ

deba

କଟକ (ଓଡ଼ିଶା ରିପୋର୍ଟର): ନାଁ ତାଙ୍କର ଦେବଦତ୍ତ ସାମଲ। ହେଲେ ଲୋକ ତାଙ୍କୁ ଚିହ୍ନନ୍ତି ମିମିକ୍ରି ମ୍ୟାନ୍‌ ଭାବରେ। କାର୍ଟୁନ ଶୋ’ର ଅନେକ ଚରିତ୍ର ସହ ସହିତ ବିଭିନ୍ନ ପଶୁପକ୍ଷୀଙ୍କ ଅବିକଳ ନକଲ କରି ଏବେ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଦେବଦତ୍ତ। ଦେବଦତ୍ତ କଟକ ତୁଲସୀପୁର ହିନ୍ଦୋଳ କୋଠି ଛକର ବାସିନ୍ଦା। ଖାଲି ପଶୁପକ୍ଷୀ ନୁହେଁ, ଅନେକ ଫିଲ୍ମଷ୍ଟାରଙ୍କର ମଧ୍ୟ ସେ ମିମିକ୍ରି କରୁଛନ୍ତି।

Advertisment

୪୯ ବର୍ଷ ବୟସ୍କ ଦେବଦତ୍ତ କାନ୍ଦିପାରିବେ ପିଲାଙ୍କ ପରି…ରାହାଧରି। ଅବିକଳ ନବଜାତ ଶିଶୁ ଯେମିତି କାନ୍ଦେ। ତାଙ୍କର ସେ କାନ୍ଦ ଶୁଣିଲେ ଆଖପାଖ ଲୋକ ଖୋଜି ବୁଲିବେ କେଉଁଠି କାନ୍ଦୁଛି କି ଛୁଆଟିଏ ! ସେତିକି ନୁହେଁ, ମିକି ଡୋନାଲ୍ଡ କାର୍ଟୁନ ହେଉ ଅବା ଟମ୍ ଆଣ୍ଡ ଜେରି ସବୁର ମିମିକ୍ରି କରିବାରେ ସେ ସିଦ୍ଧହସ୍ତ।

ଏଥି ସହିତ କାଉ ଓ ମୟୂର ସ୍ୱରକୁ ଅତି ସୁନ୍ଦର ଭାବେ ସେ ନକଲ କରିପାରନ୍ତି। ଓଡ଼ିଆ ହିଟ୍‌ ଗୀତ ‘ପୁଚୁକି ଗାଲି’କୁ ଛୋଟ ପିଲା କିପରି ଗାଇବେ? ତାହା ଶୁଣିବା ଲାଗି ଲୋକଙ୍କ ଭିଡ଼ ଜମେ ଦେବଦତ୍ତଙ୍କ ପାଖରେ।

Advertisment

ପିଲାଟି ଦିନରୁ ଟିଭି ଦେଖି ଏହି ଅଭ୍ୟାସରେ ପଡ଼ିଥିଲେ ଦେବଦତ୍ତ। ଏହି ଅଭ୍ୟାସ ପାଇଁ ସେ ପିଲାବେଳେ ବାପାଙ୍କଠାରୁ ମାଡ଼ ବି ଖାଇଥିଲେ। ହେଲେ ମିମିକ୍ରି ଅଭ୍ୟାସ ନ ଛାଡ଼ି ନଥିଲେ। ଏବେ ହସ ହସ ମୁହଁରେ ଦେବଦତ୍ତ ନିଜର ମିମିକ୍ରିରେ ଅନେକ ଲୋକଙ୍କୁ ହସର ଖୋରାକ୍‌ ଯୋଗାଉଛନ୍ତି। ହେଲେ ଏହି ହସ ପଛରେ ଛପି ରହିଛି ଅନେକ ସମସ୍ୟା।

ଦାରିଦ୍ର୍ୟ ସହ ପ୍ରତି ମୁହୂର୍ତ୍ତରେ ସଂଘର୍ଷ କରୁଛନ୍ତି ଦେବଦତ୍ତ। ପେଟପାଟଣା ପାଇଁ ସଂଘର୍ଷ କରୁ କରୁ ଅବହେଳିତ ହୋଇ ପଡ଼ୁଛି କଳା। ହୁଏତ କିଛି ସାହାଯ୍ୟ, ସୁଯୋଗ ମିଳିଲେ ଏଇ କଳାକୁ ନେଇ ନୂଆ ପରିଚୟ ସୃଷ୍ଟି କରିପାରନ୍ତେ।