Advertisment

ହ୍ୱିଲ୍‌ ଚେୟାରରେ ଯାଇ ଲୋକଙ୍କୁ ସଚେତନ କରୁଛନ୍ତି

ଆଳି (ବନମାଳୀ ସାହୁ): ସେ ଜଣେ ଦିବ୍ୟାଙ୍ଗ। ନିଜ ଗୋଡ଼ରେ ଛିଡ଼ା ହୋଇପାରନ୍ତି ନାହିଁ। ତଥାପି କରୋନା ଯୁଦ୍ଧର ସେ ସାଜିଛନ୍ତି ଜଣେ ଯୋଦ୍ଧା। ହ୍ୱିଲ୍‌ ଚେୟାରରେ ବସି ଘରକୁ ଘର ବୁଲି ସେ ଲୋକଙ୍କୁ  କରୋନା ସମ୍ପର୍କରେ ସଚେତନ କରୁଛନ୍ତି। ସେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ବାଜପୁର ଗାଁର ୱାର୍ଡସଭ୍ୟା ମିନତି ବାରିକ। ସେ କେବଳ ନିଜ ଗାଁ ନୁହେଁ, ଆଖପାଖ ଗାଁକୁ ହ୍ୱିଲ୍ ଚେୟାରରେ ଯାଇ ଲୋକଙ୍କୁ ସଫାସୁତରା ରହିବା, ମାକ୍ସ […]

ଅଦ୍ୟତନ ହୋଇଛି
ହ୍ୱିଲ୍‌ ଚେୟାରରେ ଯାଇ ଲୋକଙ୍କୁ ସଚେତନ କରୁଛନ୍ତି

ali

Advertisment

ଆଳି (ବନମାଳୀ ସାହୁ): ସେ ଜଣେ ଦିବ୍ୟାଙ୍ଗ। ନିଜ ଗୋଡ଼ରେ ଛିଡ଼ା ହୋଇପାରନ୍ତି ନାହିଁ। ତଥାପି କରୋନା ଯୁଦ୍ଧର ସେ ସାଜିଛନ୍ତି ଜଣେ ଯୋଦ୍ଧା। ହ୍ୱିଲ୍‌ ଚେୟାରରେ ବସି ଘରକୁ ଘର ବୁଲି ସେ ଲୋକଙ୍କୁ  କରୋନା ସମ୍ପର୍କରେ ସଚେତନ କରୁଛନ୍ତି। ସେ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ ବାଜପୁର ଗାଁର ୱାର୍ଡସଭ୍ୟା ମିନତି ବାରିକ।

Advertisment

ସେ କେବଳ ନିଜ ଗାଁ ନୁହେଁ, ଆଖପାଖ ଗାଁକୁ ହ୍ୱିଲ୍ ଚେୟାରରେ ଯାଇ ଲୋକଙ୍କୁ ସଫାସୁତରା ରହିବା, ମାକ୍ସ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ତଥା ଗାଁକୁ ସଫା ରଖିବା ନେଇ ଲୋକଙ୍କୁ ବୁଝାଉଛନ୍ତି। ସେ ନିଜେ ମାକ୍ସ ତିଆରି କରି ମଧ୍ୟ ଲୋକଙ୍କୁ ବାଣ୍ଟୁଛନ୍ତି।

ମିନତି କହିଛନ୍ତି, “ମୁଁ କରୋନା ସମ୍ପର୍କରେ ଲୋକଙ୍କୁ ବୁଝାଉଛି। ଲୋକେ ମଧ୍ୟ ମୋ କଥା ଶୁଣୁଛନ୍ତି। ମାସ୍କ ପିନ୍ଧି ଘରୁ ବାହାରୁଛନ୍ତି। ଅତି ଆବଶ୍ୟକ କାମ ପଡ଼ିଲେ ହିଁ ଘରୁ ବାହାରୁଛନ୍ତି। ଏଥିସହ ମେସିନରେ ମାସ୍କ ତିଆରି କରି ଲୋକଙ୍କୁ ଦେଇଛି।”

Advertisment

ବାଜପୁର ଗାଁର ଜଣେ ବ୍ୟକ୍ତି କହିଛନ୍ତି, “ଆମେ ମିନତିକୁ ପ୍ରଶଂସା କରୁଛୁ। ସେ ଦିବ୍ୟାଙ୍ଗ ହୋଇ ମଧ୍ୟ ଘର ଘର ବୁଲି କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି। ସେଥିପାଇଁ ସେ ଧନ୍ୟବାଦ ପାଇବାକୁ ଯୋଗ୍ୟ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe