Advertisment

ମିନି ଟ୍ରକ୍ ଧକ୍କାରେ ଦମ୍ପତି ମୃତ

ଯାଜପୁର (ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ମାଧପୁର ନିକଟରେ ଏକ ମିନି ଟ୍ରକ୍ ଧକ୍କାରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତ ଦମ୍ପତି ହେଉଛନ୍ତି ସ୍ଥାନୀୟ ଓଚିନ୍ଦା ତାଜପୁର ଗାଁର ପ୍ରଫୁଲ୍ଲ ଦାସ ଓ ତାଙ୍କ ପତ୍ନୀ। ପ୍ରଫୁଲ୍ଲ ଓ ତାଙ୍କ ପତ୍ନୀ ଆଜି କୌଣସି କାର୍ଯ୍ୟରେ ଚାଲି ଚାଲି ବ୍ରଜନଗର ଯାଉଥିଲେ। ଏହି ସମୟରେ ସଠୀପୁର-ଯାଜପୁର ଟାଉନ ରାସ୍ତାର ମାଧପୁର ନିକଟରେ ପଛପଟୁ ଆସୁଥିବା ଏକ ମିନି ଟ୍ରକ ଭାରସାମ୍ୟ ହରାଇ ସେମାନଙ୍କୁ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ମିନି ଟ୍ରକ୍ ଧକ୍କାରେ ଦମ୍ପତି ମୃତ

Jajpur Accident

ଯାଜପୁର (ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ମାଧପୁର ନିକଟରେ ଏକ ମିନି ଟ୍ରକ୍ ଧକ୍କାରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତ ଦମ୍ପତି ହେଉଛନ୍ତି ସ୍ଥାନୀୟ ଓଚିନ୍ଦା ତାଜପୁର ଗାଁର ପ୍ରଫୁଲ୍ଲ ଦାସ ଓ ତାଙ୍କ ପତ୍ନୀ।

Advertisment

ପ୍ରଫୁଲ୍ଲ ଓ ତାଙ୍କ ପତ୍ନୀ ଆଜି କୌଣସି କାର୍ଯ୍ୟରେ ଚାଲି ଚାଲି ବ୍ରଜନଗର ଯାଉଥିଲେ। ଏହି ସମୟରେ ସଠୀପୁର-ଯାଜପୁର ଟାଉନ ରାସ୍ତାର ମାଧପୁର ନିକଟରେ ପଛପଟୁ ଆସୁଥିବା ଏକ ମିନି ଟ୍ରକ ଭାରସାମ୍ୟ ହରାଇ ସେମାନଙ୍କୁ ପିଟି ଦେଇଥିଲା। ଘଟଣାସ୍ଥଳର ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା।

ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ରାସ୍ତା ତଳକୁ ଓଲଟି ପଡ଼ିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି। ଦୁର୍ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରିଥିଲେ। ପାଣିକୋଇଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା।

Advertisment
Roadaccident