Advertisment

ଅଧା ରହିଗଲା ଭୋଜି ଖାଇବା ଆଶା, ୨ ମୃତ, ୨୦ ଆହତ

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଅଧାରେ ରହିଗଲା ଭୋଜି ଖାଇବା ଆଶା। ଓଲଟି ପଡିଲା ମିନିଟ୍ରକ୍। ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଆର. ଉଦୟଗିରି ନିକଟ କଙ୍କଡ଼ାଗୁଡ଼ା ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ଗାଡି ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆର୍‌.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ଆହତଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ପୁଲିସ ସୂଚନା […]

ଅଦ୍ୟତନ ହୋଇଛି
ଅଧା ରହିଗଲା ଭୋଜି ଖାଇବା ଆଶା, ୨ ମୃତ, ୨୦ ଆହତ

Accident at R.Udayagiri

Advertisment

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଅଧାରେ ରହିଗଲା ଭୋଜି ଖାଇବା ଆଶା। ଓଲଟି ପଡିଲା ମିନିଟ୍ରକ୍। ଫଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଆର. ଉଦୟଗିରି ନିକଟ କଙ୍କଡ଼ାଗୁଡ଼ା ଛକ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

Advertisment

ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ଗାଡି ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଆର୍‌.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ଆହତଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

ପୁଲିସ ସୂଚନା ମୁତାବକ,  ଜମାଡିହ ଗାଁର ଲୋକେ ତୁମୁନ ଗାଁକୁ ଏକ ବିବାହ ପାଇଁ ବରଯାତ୍ରୀ ନେଇ ଯାଉଥିବା ବେଳେ ବାଟରେ  407 ଭ୍ୟାନର ଡ୍ରାଇଭର ଭାରସାମ୍ୟ ହରାଇବାରୁ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଏଥିରେ ଥିବା ୨୦ରୁ ଅଧିକ ଲୋକେ ଛିଟକି ପଡିଥିଲେ । ଘଟଣା ସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଜନଥ ଦଦଳବେହେରା ଏବଂ ଗାୟତ୍ରୀ ବଡରଇତ   ଏହି ଦୁଇଜଣ ଜାମଡିହ ଗାଁର ବୋଲି ଜଣାପଡିଛି  ।

Advertisment

ଆର.ଉଦୟଗିରି ଥାନା ଅଧିକାରୀ ମମତା ନାୟକ ଘଟଣା ସ୍ଥଳରେ ପହଂଚି ମୃତଦେହକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି  ।

Accident Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe