Advertisment

Politics: ଆଉ ନିର୍ବାଚନ ଲଢ଼ିବେନି ମନ୍ତ୍ରୀ ବିଭୂତି ଜେନା

ଖଣି ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବଡ଼ ନିଷ୍ପତ୍ତି। ଆଉ ନିର୍ବାଚନ ଲଢ଼ିବେନି ବୋଲି କହିଛନ୍ତି। ଯୁବ ବର୍ଗଙ୍କ ପାଇଁ ବାଟ ଛାଡ଼ିବେ ବୋଲି କହିଛନ୍ତି।

Minister
Advertisment

ଇସ୍ପାତ ଓ ଖଣି ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନେଇଛନ୍ତି ବଡ଼ ନିଷ୍ପତ୍ତି। ଆଉ ନିର୍ବାଚନ ଲଢ଼ିବେନି ବୋଲି ସେ କହିଛନ୍ତି। ଯୁବ ବର୍ଗଙ୍କ ପାଇଁ ସେ ବାଟ ଛାଡ଼ିବେ ବୋଲି କହିଛନ୍ତି।

Advertisment

ମନ୍ତ୍ରୀ ଶ୍ରୀ ଜେନା ଓଟିଭିକୁ କହିଛନ୍ତି, ମୋର ଆଉ ନିର୍ବାଚନ ଲଢ଼ିବାର ଇଛା ନାହିଁ। ଆସନ୍ତା ବର୍ଷ ମୋତେ ୬୦ ବର୍ଷ ହେବ। ଜଣେ ୪୫ ବର୍ଷୀୟ ଯୁବକ ଏବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି। ଯୁବକମାନେ ଆଗକୁ ଆସିବା ଦରକାର। ଯୁବକଙ୍କ ଦେଶ ହେଉଛି ଭାରତ। ମୋଦିଜୀ ବାରମ୍ବାର ଯୁବଶକ୍ତି ଉପରେ କହୁଛନ୍ତି। ବୟସର ଅନୁକୂଳତା ଦୃଷ୍ଟିରୁ ସେମାନେ ସକ୍ରିୟତାର ସହିତ କାମ କରିବେ। ମୁଁ ଭାରତୀୟ ଜନତା ପାର୍ଟିରେ ଅଛି। ମୁଁ ଭାରତୀୟ ଜନତା ପାର୍ଟିରେ ରହିବି। ଦଳ ଯାହା କାମ ଦେବ, ତାହା କରିବି। ମୁଁ ଯାହା ବି ହୋଇପାରିଛି, ତାହା କେବଳ ମୋ ପାର୍ଟି ଯୋଗୁ। 

ସେ କହିଛନ୍ତି, ମୋ ପାର୍ଟି ଟିକେଟରେ ନିର୍ବାଚନ ଲଢ଼ିଥିଲି। ନିର୍ବାଚନ ଜିତିବା ପରେ ମନ୍ତ୍ରୀ ହେଲି। ସବୁ ବେଳେ ଯେ ମୁଁ ହିଁ ଏହି ଦାୟିତ୍ୱରେ ରହିଥିବି, ସେମିତି କିଛି ନୁହେଁ। ମୋର ସେମିତି କିଛି ଇଚ୍ଛା ନାହିଁ। ସଂଗଠନ ମାର୍ଗୀ ହେବି। ଦଳ ଯାହା କହିବ, ତାହା କରିବି। ଆଉ ନିର୍ବାଚନ ଲଢ଼ିବି ନାହିଁ ବୋଲି ମାନସିକ ଭାବେ ପ୍ରସ୍ତୁତି କରି ସାରିଛି। ମୋତେ ସଂଗଠନ କ୍ଷମତାସୀନ କରାଇଛି। ସଂଗଠନର ସେହି ଶକ୍ତି ଅଛି। ସଂଗଠନ ଯାହାକୁ ଚାହିଁବ କ୍ଷମତାସୀନ କରାଇପାରିବ। 

Advertisment

ବିଭୂତି ଭୂଷଣ ଜେନା ୨୦୨୪ ନିର୍ବାଚନରେ ଗୋପାଳପୁର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ସେ ବିଜେଡିର ବିକ୍ରମ କୁମାର ପଣ୍ଡାକୁ ୯ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରିଥିଲେ। ଏହା ପୂର୍ବରୁ ସେ ଏହି ଆସନରେ ୨୦୧୯, ୨୦୧୪ ଓ ୨୦୦୯ରେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ସବୁଥର ସେ ବିଜେପି ଟିକେଟରେ ହିଁ ଏହି ଆସନରୁ ଲଢ଼ିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe