Advertisment

‘ମୋ ବିନା ଅନୁମତିରେ ମୋ ଅଫିସରେ ପୁଲିସ୍‌ ପଶିବା ଦୁର୍ଭାଗ୍ୟଜନକ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଁ ନ ଥିବା ଅବସ୍ଥାରେ ବିନା ଅନୁମତିରେ ପୁଲିସ୍‌ ମୋ ଅଫିସକୁ ପଶିବା ଦୁର୍ଭାଗ୍ୟଜନକ। ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଅଫିସରେ ବିନା ଅନୁମତିରେ ପଶିବା ନିନ୍ଦନୀୟ ଘଟଣା। ଏପରି କହିଛନ୍ତି ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ। ଗତକାଲି ପୁଲିସ୍‌ ବିଶେଶ୍ୱର ଟୁଡୁଙ୍କ ବାରିପଦାସ୍ଥିତ କାର୍ଯ୍ୟାଳୟରେ ପଶି ଜଣେ ଯୁବକଙ୍କୁ ପଚରାଉଚରା କରି ଫେରିଆସିଥିଲା। କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ଆମର ବିକାଶ ଧାରାରେ ହତୋତ୍ସାହିତ ହୋଇ ଶାସକ ଦଳ ବିଜେଡି ଏଭଳି […]

ଅଦ୍ୟତନ ହୋଇଛି
‘ମୋ ବିନା ଅନୁମତିରେ ମୋ ଅଫିସରେ ପୁଲିସ୍‌ ପଶିବା ଦୁର୍ଭାଗ୍ୟଜନକ’

Bishweswar-Tudu

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମୁଁ ନ ଥିବା ଅବସ୍ଥାରେ ବିନା ଅନୁମତିରେ ପୁଲିସ୍‌ ମୋ ଅଫିସକୁ ପଶିବା ଦୁର୍ଭାଗ୍ୟଜନକ। ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଅଫିସରେ ବିନା ଅନୁମତିରେ ପଶିବା ନିନ୍ଦନୀୟ ଘଟଣା। ଏପରି କହିଛନ୍ତି ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ। ଗତକାଲି ପୁଲିସ୍‌ ବିଶେଶ୍ୱର ଟୁଡୁଙ୍କ ବାରିପଦାସ୍ଥିତ କାର୍ଯ୍ୟାଳୟରେ ପଶି ଜଣେ ଯୁବକଙ୍କୁ ପଚରାଉଚରା କରି ଫେରିଆସିଥିଲା।

Advertisment

କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ଆମର ବିକାଶ ଧାରାରେ ହତୋତ୍ସାହିତ ହୋଇ ଶାସକ ଦଳ ବିଜେଡି ଏଭଳି କରୁଛି।  ବିଗତ ନିର୍ବାଚନରେ ମୟୂରଭଞ୍ଜରେ ସେମାନଙ୍କ ପରାଜୟ ଯୋଗୁ ହତୋତ୍ସାହିତ ହୋଇପଡ଼ିଛନ୍ତି । ତେବେ ଆସିଥିବା ଅଭିଯୋଗ ମିଥ୍ୟା ଓ ରାଜନୈତିକ ଅଭିସନ୍ଧିମୂଳକ।

ସେ କହିଛନ୍ତି, ଅତିତରେ ମୟୂରଭଞ୍ଜ ଜିଲ୍ଲାରେ ଏପରି ଘଟଣା ବହୁଥର ଘଟିଛି। ସରକାରୀ ଅଫିସରେ ପଶି ଅଧିକାରୀଙ୍କୁ ବିଜେଡି କର୍ମୀ ପିଟିଛନ୍ତି। ଡାକ୍ତରମାନଙ୍କୁ ବହୁଥର ମାଡ଼ ହୋଇଛି , ସେମାନେ ମଧ୍ୟ ଖଣ୍ଡିଆଖବରା ହୋଇଛନ୍ତି। ହେଲେ ପୁଲିସ୍‌ ସେଥିରେ କିଛି କର୍ଣ୍ଣପାତ କରିନାହିଁ। ବରଂ ସେହି ପୁଲିସ ଏହି ଘଟଣାକୁ ଏଡ଼ାଇ ଦେଇଛି।

Advertisment

ସେ ଆହୁରି କହିଛନ୍ତି, ଜାନୁଆରୀ ୨୧ ତାରିଖ ଦିନ ୨ଟା ସମୟରେ ୨ ଅଧିକାରୀଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା।  ଅଫିସରମାନେ  ସଙ୍ଗେ ସଙ୍ଗେ ଥାନାରେ ଅଭିଯୋଗ କରିପାରିଥାନ୍ତେ। ହେଲେ ରାତି ୧୦ଟା ବେଳେ ବିଜେଡି ଲୋକଙ୍କୁ  ସାଙ୍ଗରେ ଧରି ଥାନାରେ ଏତଲା ଦେଇଥିଲେ। ଏଥିରୁ ଜଣାପଡ଼ୁଛି ଏହି ଘଟଣାଟି  କପଳକଳ୍ପିତ, ସନ୍ଦେହ କରିବାର ମାନେ ନାହିଁ। ନିର୍ବାଚନ ସମୟରେ କେନ୍ଦ୍ର ମନ୍ତ୍ରୀଙ୍କୁ ମସ୍ତିଷ୍କକୁ  ଡାଇଭଟ୍‌ କରିବାକୁ ଚାହୁଁଛନ୍ତି। ଆମକୁ କେହି ଡାଇଭଟ୍‌ କରିପାରିବେ ନାହିଁ। ଆମକୁ ଲୋକ ଆର୍ଶୀବାଦ ଦେଇଛନ୍ତି ଓ କାମ କରିବାର ସୁଯୋଗ ଦେଇଛନ୍ତି, ଆମେ ଉନ୍ନତି କରିଚାଲିଛୁ। ପୁଣି ଲୋକମାନେ ଆମକୁ ଆର୍ଶୀବାଦ କରିବେ, ଆମେ ମଧ୍ୟ ଆଗେଇ ଚାଲିବୁ।

ସୂଚନାଯୋଗ୍ୟ, ଜାନୁଆରୀ ୨୧ ତାରିଖରେ ମୟୂରଭଞ୍ଜ ଯୋଜନା ବୋର୍ଡ ଡେପୁଟି ଡାଇରେକ୍ଟର ଦେବାଶିଷ ମହାପାତ୍ର ଓ ଆସିଷ୍ଟାଣ୍ଟ ଡାଇରେକ୍ଟର ଅଶ୍ୱିନୀ କୁମାର ମଲ୍ଲିକଙ୍କୁ ସମୀକ୍ଷା ପାଇଁ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଡାକିଥିଲେ। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ଆମେ ଯାଇପାରିବୁ ନାହିଁ ବୋଲି ଦୁଇ ଅଧିକାରୀ କହିଥିଲେ। ଏହା ପରେ ମନ୍ତ୍ରୀ ସେମାନଙ୍କୁ ବାରିପଦା ସର୍କିଟ୍‌ ହାଉସ୍‌କୁ ଡ଼କାଇଥିଲେ। ମାତ୍ର ସେମାନେ ରାଜି ହୋଇନଥିଲା।

ଶେଷରେ ମନ୍ତ୍ରୀ ନିଜ ତକତପୁର ସ୍ଥିତ କାର୍ଯ୍ୟାଳୟକୁ ଦୁଇ ଅଧିକାରୀଙ୍କୁ ଡକାଇଥିଲେ। ଡାକରା ପାଇ ଦୁଇ ଅଧିକାରୀ ମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ହେଲେ ସେମାନେ ବିଭାଗର ଫାଇଲ ଆଣିନଥିବାରୁ ଉଭୟଙ୍କ ଉପରେ ବିରକ୍ତ ପ୍ରକାଶ କରିଥିଲେ ମନ୍ତ୍ରୀ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସେଠାରେ କୁଆଡ଼େ ମନ୍ତ୍ରୀ ପ୍ଲାଷ୍ଟିକ ଚେୟାର ଉଠାଇ ଦୁଇ ଅଧିକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା।

ଏନେଇ ଦୁଇ ଅଧିକାରୀ ବାରିପଦା ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ମନ୍ତ୍ରୀଙ୍କ ବିରୋଧରେ ପୁଲିସ୍‌ ୩୨୩, ୩୨୫, ୩୪୧, ୨୯୪, ୫୦୬ ଦଫାରେ ମାମଲା ରୁଜୁ କରିଥିଲା। ଗତକାଲି ଏହି ଘଟଣାର ତଦନ୍ତ ପାଇଁ ମୟୂରଭଞ୍ଜ ପୁଲିସ୍‌ର ୮ ଜଣିଆ ଟିମ୍‌ ଓ ସାଇଣ୍ଟିଫିକ୍‌ ଦଳ ମନ୍ତ୍ରୀଙ୍କ ତକତପୁର କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ କରିଥିଲା। ମାତ୍ର ଏହି ସମୟରେ କାର୍ଯ୍ୟାଳୟରେ ମନ୍ତ୍ରୀ ନ ଥିଲେ। ତାଙ୍କ ଅନୁପସ୍ଥିତିରେ ଜଣେ କର୍ମଚାରୀଙ୍କୁ ପୁଲିସ୍‌ ଜେରା କରି ଫେରିଥିବା ଜଣାପଡ଼ିଛି।

Bishweswar Tudu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe