୪୦ ଡିଗ୍ରୀ ତାତିରେ ସନ୍ତୁଳି ହେଉଛନ୍ତି ଲୋକେ। ଜନଜୀବନକୁ କଲବଲ କରୁଛି ଗୁଳୁଗୁଳି। ଘଣ୍ଟା ଘଣ୍ଟା ଧରି ହେଉଛି ଅଘୋଷିତ ପାୱାରକଟ୍। ଶୁଣିଲେ ତ, ତିନି ଦିନ ତଳେ ରାଜ୍ୟବାସୀଙ୍କୁ ମନ୍ତ୍ରୀ ଦେଇଥିଲେ ଏଭଳି ଟାଣ ପ୍ରତିଶ୍ରୁତି। ଆଉ ଇଏ ହେଉଛି ବାସ୍ତବ ଚିତ୍ର। ଏ ଦୃଶ୍ୟ ହେଉଛି ଆସିକା ବ୍ଲକ ହରଡ଼ାପଦର ଗାଁର। ବାହାରେ ତାତି ଘରେ ଅସହ୍ୟ ଗୁଳୁଗୁଳି। ବାଧ୍ୟ ହୋଇ କିଏ ଦାଣ୍ଡ ପିଣ୍ଢାରେ ବସୁଛି ତ କିଏ ଗଛମୂଳରେ ଆଶ୍ରୟ ନେଉଛନ୍ତି। ଘରେ ଫ୍ୟାନ ଅଛି, ହେଲେ ଚାଲିବାକୁ ଶକ୍ତି ନାହିଁ। କାରଣ ଯେତେବେଳେ ଦେଖିବ ସେତେବେଳେ ପାୱାରକଟ୍। ବାଲେଶ୍ୱର ଜିଲ୍ଲାର ନୀଳଗିରି ଗାଁର ଦମୟନ୍ତୀ ରାଉତ। ଘରେ ଫ୍ୟାନ ଅଛି, ହେଲେ ଚାଲିବାକୁ ବେଳ ନାହିଁ। କାରଣ ଯେତେବେଳେ ଦେଖିବ ସେତେବେଳେ ପାୱାରକଟ୍। ୬ମାସର କୁନି ପୁଅଟିକୁ ଧରି ରାତି କି ଦିନ, ଏମିତି ବିଞ୍ଚଣା ଖଣ୍ଡେ ଧରି ଘରରୁ ବାରି କାଖରେ ଧରି ବୁଲାଉଛନ୍ତି ଦମୟନ୍ତୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।