/odisha-reporter/media/post_attachments/uploads/2020/04/Dharmendra.jpg)
Dharmendra
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଲକଡାଉନ୍ କାରଣରୁ କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଓଡ଼ିଆ ଲୋକମାନେ ଅଟକି ରହିଥିବାବେଳେ ସେମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ ଏହି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଆଜି ଏକ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇ ଓଡ଼ିଆ ଲୋକଙ୍କ ରହିବା, ଖାଇବା ଓ ସ୍ୱାସ୍ଥ୍ୟବସ୍ଥାକୁ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ। ଉଭୟ ମୁଖ୍ୟମନ୍ତ୍ରୀ ସେମାନଙ୍କ ରାଜ୍ୟରେ ରହିଥିବା ଓଡ଼ିଆ ଲୋକଙ୍କ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବା ସହ ଉପଯୁକ୍ତ ଯତ୍ନ ନେବାର ପ୍ରତିଶ୍ରୁତି ଦେଇଛନ୍ତି।
ଶ୍ରୀ ପ୍ରଧାନ ମଧ୍ୟ ଓଡ଼ିଶାର ଲୋକମାନେ ଯେଉଁଠାରେ ଅଛନ୍ତି ସେମାନଙ୍କୁ ସେଠାରେ ରହିବାକୁ ଅନୁରୋଧ କରିଛନ୍ତି। ସମ୍ପୃକ୍ତ ରାଜ୍ୟର ସରକାର ଓ ଜିଲ୍ଲା ପ୍ରଶାସନ ସହ ଯୋଗସୂତ୍ରରେ ରହି ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବାକୁ ସେ ସବୁ ପ୍ରକାର ଉଦ୍ୟମ କରୁଛନ୍ତି ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସମସ୍ତଙ୍କୁ ଭଲରେ ରଖିବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦୃଢ଼ ବିଶ୍ୱାସ ବ୍ୟକ୍ତ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
