Advertisment

ବୋହୂର କଲେଜ ଦରମାକୁ ନେଇ ମୁହଁ ଖୋଲିଲେ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖଣିମନ୍ତ୍ରୀଙ୍କ ନାମରେ କ୍ଷମତାର ଅପବ୍ୟବହାର ଅଭିଯୋଗ । ଅଧ୍ୟାପିକା ବୋହୂଙ୍କୁ ଦେଖାଇଛନ୍ତି ଅହେତୁକ ଅନୁକମ୍ପା। କଲେଜ ନଯାଇ ବି ମାସ ମାସ ଧରି ମନ୍ତ୍ରୀଙ୍କ ବୋହୂ ଉଠାଇଛନ୍ତି ଦରମା। ଆରଟିଆଇ ତଥ୍ୟରୁ ମିଳିଛି ସାଂଘାତିକ ପ୍ରମାଣ। ଯାହାକୁ ନେଇ ଏବେ ବିବାଦରେ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲେଜରେ ମହାଦୁର୍ନୀତିର ପର୍ଦ୍ଦାଫାସ୍ ପାଇଁ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ଅଧିକାର କର୍ମୀ ଜୟକୃଷ୍ଣ ବେହେରା ତଥ୍ୟ ପ୍ରମାଣ ସହ ଖୋଲିଛନ୍ତି ଗୁମର […]

ଅଦ୍ୟତନ ହୋଇଛି
ବୋହୂର କଲେଜ ଦରମାକୁ ନେଇ ମୁହଁ ଖୋଲିଲେ ମନ୍ତ୍ରୀ

7nm2

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖଣିମନ୍ତ୍ରୀଙ୍କ ନାମରେ କ୍ଷମତାର ଅପବ୍ୟବହାର ଅଭିଯୋଗ । ଅଧ୍ୟାପିକା ବୋହୂଙ୍କୁ ଦେଖାଇଛନ୍ତି ଅହେତୁକ ଅନୁକମ୍ପା। କଲେଜ ନଯାଇ ବି ମାସ ମାସ ଧରି ମନ୍ତ୍ରୀଙ୍କ ବୋହୂ ଉଠାଇଛନ୍ତି ଦରମା। ଆରଟିଆଇ ତଥ୍ୟରୁ ମିଳିଛି ସାଂଘାତିକ ପ୍ରମାଣ। ଯାହାକୁ ନେଇ ଏବେ ବିବାଦରେ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ।

Advertisment

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲେଜରେ ମହାଦୁର୍ନୀତିର ପର୍ଦ୍ଦାଫାସ୍ ପାଇଁ ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ଅଧିକାର କର୍ମୀ ଜୟକୃଷ୍ଣ ବେହେରା ତଥ୍ୟ ପ୍ରମାଣ ସହ ଖୋଲିଛନ୍ତି ଗୁମର । କହିଛନ୍ତି କାମାକ୍ଷାନଗର କଲେଜରେ ବର୍ଷ ବର୍ଷ ଧରି ଦୁର୍ନୀତି ଚାଲିଛି । ଏମିତି କି ପ୍ରାଣୀ ବିଜ୍ଞାନ ବିଭାଗରେ ଅଧ୍ୟାପିକା ଥିବା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୋହୂ ଲିପ୍ସା ପ୍ରଧାନ ଛୁଟିରେ ଥାଇ ବି ଉଠାଇଛନ୍ତି ଦରମା । ୨୦୧୬ରୁ ୨୦୧୮ ଯାଏଁ ଛୁଟିରେ ଥାଇ ମଧ୍ୟ ଲିପ୍ସାଙ୍କୁ ମିଳିଛି ସାଲାରି ।

କଥା ଏତିକିରେ ସରିନି, ଲିପ୍ସା କୁଆଡ଼େ ସେତେବେଳେ ପିଏଚ୍‌ଡି କରିବାକୁ ଉତ୍କଳ ବିଶ୍ୱବିଦ୍ୟାଳୟ ଯାଇଥିବା କଲେଜ ପକ୍ଷରୁ ତଥ୍ୟ ଦିଆଯାଇଛି । ହେଲେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଟିଆଇରେ ମିଳିଥିବା ସୂଚନା ଅନୁସାରେ ଲିପ୍ସା ପ୍ରଧାନ ବୋଲି କୌଣସି ଅଧ୍ୟାପିକା ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡି କରିବାକୁ ଆସିନଥିଲେ ବୋଲି ସ୍ପଷ୍ଟ ଭାବେ ଦର୍ଶାଯାଇଛି । ତେଣୁ ଏଠି ପ୍ରଶ୍ନ ସତ କଣ? କାମାକ୍ଷାନଗର କଲେଜ କର୍ତ୍ତୃପକ୍ଷ ନା ଉତ୍କଳ ବିଶ୍ୱବିଦ୍ୟାଳୟର ତଥ୍ୟ? ଯେହେତୁ କଲେଜ୍ ଗଭର୍ଣ୍ଣିଂବଡ଼ି କାଉନସିଲ୍ ଅଧ୍ୟକ୍ଷ ନିଜେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ତେଣୁ ଅଧ୍ୟାପିକା ଲିପ୍ସା ପ୍ରଧାନଙ୍କୁ ତତ୍କାଳୀନ କଲେଜ ଅଧ୍ୟକ୍ଷ ଅରବିନ୍ଦକାନ୍ତ ରାୟ ଏଭଳି ଅନୁକମ୍ପା ଦେଖାଇଥିବା ଅଭିଯୋଗ କରିଛନ୍ତି ଆଟିଆଇ କର୍ମୀ ଜୟକୃଷ୍ଣ । ଖାଲି ସେତିକି ନୁହେଁ ପୂର୍ବରୁ ସେ ଏ ନେଇ ତଥ୍ୟ ମାଗିବାକୁ ଯାଇଥିବାବେଳେ ତାଙ୍କୁ ହତ୍ୟା ଧମକ ବି ମିଳିଥିବା କହିଛନ୍ତି । ତେଣେ ଏସବୁ ଅଭିଯୋଗକୁ ନେଇ ବର୍ତ୍ତମାନର କଲେଜ ଅଧ୍ୟକ୍ଷ ରାମଚନ୍ଦ୍ର ସାହୁଙ୍କୁ ପଚାରିବାରେ ସେ କହିଛନ୍ତି ୨୦୧୯ ନଭେମ୍ବରରେ ସେ ଅଧ୍ୟକ୍ଷ ଦାୟିତ୍ୱ ନେଇଥିଲେ। ତେଣୁ ପୂର୍ବ ଘଟଣାର ଅନୁଧ୍ୟାନ କରିବେ । ସେପଟେ ଅଭିଯୋଗରେ ଛନ୍ଦି ହୋଇଥିବା ଅଧ୍ୟାପିକା ଲିପ୍ସା ପ୍ରଧାନ ପ୍ରତିକ୍ରିୟା ରଖି କହିଛନ୍ତି ମାମଲା ଲୋକାୟୁକ୍ତଙ୍କ ପାଖରେ ପହଞ୍ଚିଛି । ତେଣୁ ଏବେ ସେ କିଛି କହିବା ଠିକ୍ ହେବନି।

Advertisment

ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ନିଜ ଅଧ୍ୟାପିକା ବୋହୂଙ୍କୁ ଅନୁକଂପା ଦେଖାଇବା ଘଟଣାକୁ ନେଇ ଘେରିଛି ବିଜେପି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରି କହିଛନ୍ତି, ବିଜେଡି ସରକାରରେ ମନ୍ତ୍ରୀ ଓ ସାଂସଦଙ୍କ ପାଇଁ ଗୋଟିଏ ନିୟମ ହୋଇଥିବାବେଳେ ସାଧାରଣ ଲୋକଙ୍କ ପାଇଁ ନିୟମ ଅଲଗା । ତେବେ ଏ ପ୍ରସଙ୍ଗରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ, ମୋ ବୋହୂ ପିଏଚ୍‌ଡି କରିବା ପାଇଁ ଆଡମିଶନ କରିଥିଲା। ତେବେ ପୁଅ ଦେହ ଖରାପ ହେବାରୁ ସେ କ୍ଲାସ କରିପାରି ନ ଥିଲା। ଚୁକ୍ତିଭିତ୍ତିକ ଅଧ୍ୟାପିକା ଭାବେ ସେ କଲେଜରେ ନିଯୁକ୍ତି ପାଇଛି। କଲେଜରେ କ୍ଲାସ କରିଛି, ପରୀକ୍ଷା ଇନ୍‌ଭେଜିଲେଟର ଭାବେ ଦାୟିତ୍ୱ ତୁଲାଇଛି। ବେଆଇନ ଭାବେ କୌଣସି ଦରମା ପଇସା ସେ ଉଠାଇ ନାହିଁ ବୋଲି ପ୍ରଫୁଲ୍ଲ କହିଛନ୍ତି। ବାଣୀବିହାର ଜୁଲୋଜି ଡିପାର୍ଟମେଣ୍ଟରେ ପିଏଚ୍‌ଡି କରୁଛି, ସବୁ କାଗଜାତ ଅଛି ବୋଲି ମନ୍ତ୍ରୀ କହିଛନ୍ତି।

Corruption Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe