Advertisment

ସୁରକ୍ଷା କର୍ମୀଙ୍କ ସହ ଦୀପ ଜାଳିଲେ ନନା, କହିଲେ ଜୟ ଜଗନ୍ନାଥ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୯ ଟା ବାଜି ୯ ମିନିଟ୍‌। ସମସ୍ତେ ଦୀପ ଏବଂ ମହମବତୀ ସହ ବାହାରକୁ ଆସିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ କରୋନା ଭାଇରସ୍‌ ସ୍ୱରୂପ ଅନ୍ଧକାର ବିରୋଧରେ ଆଲୋକର ଏହି ମହାପ୍ରକାଶରେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ସାମିଲ ହୋଇଥିଲେ। #9PM9minute was so beautiful! What a overwhelming feeling to see everyone one unified with candles and flashlights in […]

ସୁରକ୍ଷା କର୍ମୀଙ୍କ ସହ ଦୀପ ଜାଳିଲେ ନନା, କହିଲେ ଜୟ ଜଗନ୍ନାଥ

Pratap

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୯ ଟା ବାଜି ୯ ମିନିଟ୍‌। ସମସ୍ତେ ଦୀପ ଏବଂ ମହମବତୀ ସହ ବାହାରକୁ ଆସିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ କରୋନା ଭାଇରସ୍‌ ସ୍ୱରୂପ ଅନ୍ଧକାର ବିରୋଧରେ ଆଲୋକର ଏହି ମହାପ୍ରକାଶରେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ସାମିଲ ହୋଇଥିଲେ।
https://twitter.com/pcsarangi/status/1246838475392823297?s=20
ପ୍ରତାପ ଷଡ଼ଙ୍ଗୀ ବା ପ୍ରତାପ ନନାଙ୍କ ଦୀପ ଜାଳିବାରେ ବିଶେଷତ୍ୱ ଥିଲା ସେ ଏଥର ତାଙ୍କ ସୁରକ୍ଷାରେ ନିୟୋଜିତ ସୁରକ୍ଷା କର୍ମୀଙ୍କ ସହ ଦୀପ ଜାଳିଛନ୍ତି। ଏତଦ୍‌ବ୍ୟତୀତ ଅନ୍ୟ ଏକ ଫଟୋରେ କିଛି ଯୁବ ସହଯୋଗୀ ମଧ୍ୟ ଅଛନ୍ତି। ତେବେ ସମସ୍ତେ ଯଥେଷ୍ଟ ଦୂରତାରେ ଛିଡ଼ା ହୋଇଛନ୍ତି। ଏହା ସାମାଜିକ ଦୂରତାର ମଧ୍ୟ ଏକ ଉଦାହରଣ ସୃଷ୍ଟି କରିଛି।

Advertisment

ଏଭଳି କିଛି ଫଟୋ ସହ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଟ୍ୱିଟ୍‌ରେ କହିଛନ୍ତି, “ରାତି୯ଟା ୯ ସମୟ ଭାରି ସୁନ୍ଦର ଥିଲା। ସମସ୍ତେ ନିଜ ଛାତ ଉପରୁ ଏବଂ ବାଲକୋନୀରେ ଛିଡ଼ା ହୋଇ ମହମବତୀ ଧରି ଏବଂ ଫ୍ଲାଶଲାଇଟ୍‌ ଧରି ଏକତା ପ୍ରଦର୍ଶନ କରିବା ମୋତେ ଅଭିଭୂତ କରିଛି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe