Advertisment

ରାଜ୍ୟରେ ହୋଇପାରେ ମଧ୍ୟମ ଧରଣର ବନ୍ୟା : ଏସ୍‌ଆର୍‌ସି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସୂଚନା ଦେଇଛନ୍ତି। ରାଜ୍ୟରେ ୫୫.୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ମନ୍ତ୍ରୀ କହିଛନ୍ତି। ୪୧ ବ୍ଲକରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି। ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ବନ୍ୟା ଆସିଛି। ଭଦ୍ରକ, କେନ୍ଦୁଝର, ଯାଜପୁରରେ ବନ୍ୟା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ବାଲେଶ୍ୱର, ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ବନ୍ୟା କାରଣରୁ ମୟୂରଭଞ୍ଜରେ ୨, […]

ରାଜ୍ୟରେ ହୋଇପାରେ ମଧ୍ୟମ ଧରଣର ବନ୍ୟା : ଏସ୍‌ଆର୍‌ସି

banya

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) : ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସୂଚନା ଦେଇଛନ୍ତି। ରାଜ୍ୟରେ ୫୫.୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ମନ୍ତ୍ରୀ କହିଛନ୍ତି। ୪୧ ବ୍ଲକରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି।

Advertisment

ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ବନ୍ୟା ଆସିଛି। ଭଦ୍ରକ, କେନ୍ଦୁଝର, ଯାଜପୁରରେ ବନ୍ୟା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ବାଲେଶ୍ୱର, ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ବନ୍ୟା କାରଣରୁ ମୟୂରଭଞ୍ଜରେ ୨, କେନ୍ଦୁଝରରେ ଜଣଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ଅନ୍ୟପଟେ ରାଜ୍ୟରେ ଲଗାଣ ବର୍ଷା ଜନିତ ବନ୍ୟା ସ୍ଥିତି ନେଇ ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା। ଗତ ୨୪ ଘଣ୍ଟାରେ ସମସ୍ତ ୩୦ ଜିଲ୍ଲାରେ ହାରାହାରି ୫୫.୮ମିମି ବର୍ଷା ହୋଇଛି। ୬ ଜିଲ୍ଲାରେ ୧୦୦ ମିମିରୁ ଅଧିକ, ୯ ଜିଲ୍ଲାରେ ୫୦ ମିମିରୁ ଅଧିକ ବର୍ଷା ହୋଇଥିବା ଶ୍ରୀ ଜେନା କହିଛନ୍ତି।

Advertisment

ଝାରସୁଗୁଡ଼ାରେ ସର୍ବାଧିକ ୧୭୭ ମିମି, ଦେବଗଡ଼ରେ ୧୨୮ ମିମି ବର୍ଷା ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ସର୍ବାଧିକ ୨୧୫ ମିମି ବର୍ଷା ରେକର୍ଡ କରାଯାଇଥିବା ସୂଚନା ଦେଇଛନ୍ତି ଏସ୍‌ଆର୍‌ସି।

ଅନ୍ୟପଟେ ବନ୍ୟା ଆଶଙ୍କା ନେଇ SRC  କହିଛନ୍ତି, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି। ସମ୍ଭାବ୍ୟ ବନ୍ୟା ନେଇ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ମହନଦୀ ସିଷ୍ଟମରେ ସର୍ବାଧିକ ୬.୫ କ୍ୟୁସେକ ଜଳ ପ୍ରବାହିତ ହେବାର ଅଛି। ଉପର ମୁଣ୍ଡରେ ଏବେ ୪ ଦିନ ଯାଏ ବଡ଼ଧରଣର ବର୍ଷା ସମ୍ଭାବନା ନାହିଁ ବୋଲି SRC ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe