ପ୍ରତିଶ୍ରୁତି ଦେଇ ଠକିଲେ ଶକ୍ତିମନ୍ତ୍ରୀ, ଓଡ଼ିଶାରେ ବିଜୁଳି ଅନ୍ୟ ରାଜ୍ୟଠୁ ମହଙ୍ଗା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ପଡ଼ିଥିବାବେଳେ ରାଜ୍ୟ ସରକାରଙ୍କ କମ୍ପାନୀ ପ୍ରୀତି ଓ ନିଜସ୍ୱ ରାଜସ୍ୱ ବୃଦ୍ଧି ନୀତି ଯୋଗୁ ଏବେ ରାଜ୍ୟରେ ବିଜୁଳି ଦର ଦେଶର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ବେଶୀ ମହଙ୍ଗା ହୋଇଛି। ଏପରିକି ୬ ମାସ ମଧ୍ୟରେ ୨ଥରରେ ୟୁନିଟ୍ ପିଛା ୫୦ପଇସା ବିଜୁଳି ଦର ବୃଦ୍ଧି ପ୍ରତ୍ୟାହାର ନେଇ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ଙ୍କୁ ଲିଖିତ ଭାବେ ଅନୁରୋଧ କରାଯିବ ବୋଲି ବିଧାନସଭାରେ ପ୍ରତିଶ୍ରୁତି ଦେଇଥିବା […]

Ordigital Desk
  • Published: Monday, 09 August 2021
  • Updated: 10 August 2021, 12:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ପଡ଼ିଥିବାବେଳେ ରାଜ୍ୟ ସରକାରଙ୍କ କମ୍ପାନୀ ପ୍ରୀତି ଓ ନିଜସ୍ୱ ରାଜସ୍ୱ ବୃଦ୍ଧି ନୀତି ଯୋଗୁ ଏବେ ରାଜ୍ୟରେ ବିଜୁଳି ଦର ଦେଶର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ବେଶୀ ମହଙ୍ଗା ହୋଇଛି। ଏପରିକି ୬ ମାସ ମଧ୍ୟରେ ୨ଥରରେ ୟୁନିଟ୍ ପିଛା ୫୦ପଇସା ବିଜୁଳି ଦର ବୃଦ୍ଧି ପ୍ରତ୍ୟାହାର ନେଇ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ଙ୍କୁ ଲିଖିତ ଭାବେ ଅନୁରୋଧ କରାଯିବ ବୋଲି ବିଧାନସଭାରେ ପ୍ରତିଶ୍ରୁତି ଦେଇଥିବା ଶକ୍ତି ମନ୍ତ୍ରୀ ବି ରାଜ୍ୟବାସୀଙ୍କୁ ଠକିବାକୁ ପଛାଇ ନାହାନ୍ତି। ବିଦ୍ୟୁତ ଶୁଳ୍କ ବାବଦରେ ଓଡ଼ିଶା ସରକାର ବାର୍ଷିକ ପ୍ରାୟ ୪ହଜାର କୋଟି ଟଙ୍କା ରାଜସ୍ୱ ନେଉଥିଲେ ମଧ୍ୟ ସାଧାରଣ ଲୋକଙ୍କୁ ଟଙ୍କାଟିଏ ରିହାତି ଦେଉନାହାନ୍ତି। ଯେଉଁଥିପାଇଁ ରାଜ୍ୟରେ ବିଜୁଳି ଦର ଅପେକ୍ଷାକୃତ ମହଙ୍ଗା ହେବାରେ ଲାଗିଛି।

ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାର ପ୍ରାୟ ୮୫ ପ୍ରତିଶତ ପରିବାର ଏବେ ଦିନକୁ ହାରାହାରି ଗୋଟିଏ ଥର ପାୱାରକଟ୍ ର ସମ୍ମୁଖୀନ ହେଉଛନ୍ତି। ଯାହାକି ବିହାର ପରେ ସମଗ୍ର ଦେଶରେ ଦ୍ୱିତୀୟ। ଆଉ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ମଧ୍ୟ ଓଡ଼ିଶାର ବିଦ୍ୟୁତ ଗ୍ରାହକମାନେ ଅଧିକ ଦରରେ ବିଜୁଳି ଉପଯୋଗ କରୁଥିବା ଜଣାପଡ଼ିଛି। ବିଦ୍ୟୁତ ସଂସ୍କାର କ୍ଷେତ୍ରରେ ତଥା ଘରୋଇକରଣ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ସ୍ୱତନ୍ତ୍ର ସ୍ଥାନ ଲାଭ କରିଥିଲେ ମଧ୍ୟ ବିଦ୍ୟୁତ ଗ୍ରାହକମାନଙ୍କୁ ଏପର୍ଯ୍ୟନ୍ତ ତା’ର ସୁଫଳ ମିଳିପାରିନି। ପଡ଼ୋଶୀ ରାଜ୍ୟଗୁଡ଼ିକର ଗ୍ରାହକଙ୍କ ତୁଳନାରେ ଓଡ଼ିଶାର ବିଦ୍ୟୁତ ଉପଭୋକ୍ତାମାନେ ବିଜୁଳି ପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ବାଧ୍ୟ ହେଉଛନ୍ତି।

କେନ୍ଦ୍ରୀୟ ବିଦ୍ୟୁତ ନିୟାମକଙ୍କ ତଥ୍ୟ ଅନୁସାରେ ଓଡ଼ିଶାର ବିଦ୍ୟୁତ ଉପଭୋକ୍ତା ୧୦୦ ୟୁନିଟ୍ ବିଜୁଳି ପାଇଁ ୩୭୪ଟଙ୍କା ଦେଉଥିବାବେଳେ ଆନ୍ଧ୍ରପ୍ରଦେଶର ଗ୍ରାହକ ୧୦୦ୟୁନିଟ୍ ପାଇଁ ମାସିକ ୨୦୮ଟଙ୍କା, ଛତିଶଗଡ଼ ୩୬୭.୨୦ଟଙ୍କା, ଗୁଜୁରାଟ ୩୨୫.୧୯ଟଙ୍କା ଓ ରାଜଧାନୀ ଦିଲ୍ଲୀର ଗ୍ରାହକ ୩୩୬ଟଙ୍କା ଦେଉଛନ୍ତି। ଅବଶ୍ୟ କେରଳ,ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ବିଦ୍ୟୁତ ଦର ଓଡ଼ିଶା ତୁଳନାରେ ମହଙ୍ଗା ହୋଇଥିବାବେଳେ ଗୋଆ ଭଳି ରାଜ୍ୟରେ ୧୦୦ ୟୁନିଟ୍ ବିଦ୍ୟୁତ ପାଇଁ ଗ୍ରାହକଙ୍କୁ ମାତ୍ର ୧୮୦ଟଙ୍କା ଦେବାକୁ ପଡ଼ୁଛି।

ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ(ଓଇଆରସି)ଙ୍କ ତଥ୍ୟ ଅନୁସାରେ ରାଜ୍ୟର ଗ୍ରାମାଂଚଳରେ ହାରାହାରି ପରିବାର ପିଛା ପ୍ରାୟ ୮୫-୯୦ ୟୁନିଟ୍ ବିଜୁଳି ଉପଯୋଗ ହେଉଥିବାବେଳେ ସହରାଂଚଳରେ ୨୦୦-୨୨୦ ୟୁନିଟ୍ ବିଜୁଳି ମାସିକ ଖର୍ଚ୍ଚ ହେଉଛି। ଦିଲ୍ଲୀରେ ୪୦୦ ୟୁନିଟ୍ ବିଦ୍ୟୁତ ଶୁଳ୍କ ବାବଦରେ ୪୦୬.୮୮ଟଙ୍କା, ଛତିଶଗଡ଼ରେ ୪୦୦ ୟୁନିଟ୍ ପାଇଁ ୪୯୪.୧୦ଟଙ୍କା, ଆନ୍ଧ୍ରପ୍ରଦେଶରେ ୪୯୧.୬୩ଟଙ୍କା, ଗୁଜୁରାଟରେ ୪୩୨.୬୯ଟଙ୍କା ହୋଇଥିବାବେଳେ ଓଡ଼ିଶାରେ ୪୦୦ ୟୁନିଟ୍ ପାଇଁ ୪୯୬.୬୦ଟଙ୍କା ଦେବାକୁ ପଡ଼ୁଛି।

ଅନ୍ୟପକ୍ଷରେ ରାଜ୍ୟରେ ବିଦ୍ୟୁତ ଶୁଳ୍କ ବାବଦରେ ଓଡ଼ିଶା ସରକାର ପ୍ରତିବର୍ଷ ପ୍ରାୟ ୪ହଜାର କୋଟି ଟଙ୍କା ରାଜସ୍ୱ ସଂଗ୍ରହ କରୁଥିଲେ ମଧ୍ୟ ସେଥିରୁ ସାଧାରଣ ଲୋକଙ୍କୁ ଟଙ୍କାଟିଏ ମଧ୍ୟ ସବସିଡି ଦେଉନାହାନ୍ତି। ଏପରିକି ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ(ଡିସକମ)ଗୁଡ଼ିକୁ ଦେଉଥିବା ସହାୟତା ମଧ୍ୟ ଏବେ ଗତ କିଛିବର୍ଷ ହେଲା ବନ୍ଦ କରିଦେଇଛନ୍ତି। ଯେଉଁଥିପାଇଁ ରାଜ୍ୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି ପାଇବାରେ ଲାଗିଛି। ଆଉ ବିଧାନସଭାରେ ପ୍ରତିଶ୍ରୁତି ଦେଇ ମଧ୍ୟ ସରକାର ନିଜ କଥା ରଖିନାହାନ୍ତି କିମ୍ବା ଏପର୍ଯ୍ୟନ୍ତ ଓଇଆରସିଙ୍କ ପାଖରେ ବିଦ୍ୟୁତ ଶୁଳ୍କ ହ୍ରାସ ପାଇ ଆବେଦନ କରିନଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story