Advertisment

ମହୁମାଛି ଆକ୍ରମଣରେ ନାବାଳକ ମୃତ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ମହୁମାଛି ଆକ୍ରମଣରେ ଜଣେ ନାବାଳକର ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ରଜାମରା ଗାଁରେ ଘଟିଛି। ମୃତ ନାବାଳକ ଜଣଙ୍କ ହେଉଛନ୍ତି ରଜାମରା ଗାଁର ପିଙ୍କୁ ରଣାଙ୍କ ପୁଅ ଗୌରୀଶଙ୍କର ରଣା। ତାଙ୍କୁ ୧୩ ବର୍ଷ ହୋଇଥିଲା। ଗୌରୀଶଙ୍କର ଗତକାଲି ସନ୍ଧ୍ୟାରେ ବିଲକୁ ଯାଇଥିଲେ। ସେଠାରେ ଥିବା ଏକ ମହୁଲ ଗଛରେ ମହୁଫେଣା ହୋଇଥିଲା। ଗୌରୀଶଙ୍କ ମହୁଫେଣାକୁ ଢେଲା ମାରି ଦେଇଥିଲେ। ଢେଲାଟି ମହୁଫେଣାରେ ବାଜିବାରୁ ମହୁମାଛିମାନେ […]

ମହୁମାଛି ଆକ୍ରମଣରେ ନାବାଳକ ମୃତ

bee

Advertisment

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ମହୁମାଛି ଆକ୍ରମଣରେ ଜଣେ ନାବାଳକର ମୃତ୍ୟୁ ଘଟିଛି। ଏଭଳି ଦୁଃଖଦ ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ରଜାମରା ଗାଁରେ ଘଟିଛି। ମୃତ ନାବାଳକ ଜଣଙ୍କ ହେଉଛନ୍ତି ରଜାମରା ଗାଁର ପିଙ୍କୁ ରଣାଙ୍କ ପୁଅ ଗୌରୀଶଙ୍କର ରଣା। ତାଙ୍କୁ ୧୩ ବର୍ଷ ହୋଇଥିଲା।

Advertisment

ଗୌରୀଶଙ୍କର ଗତକାଲି ସନ୍ଧ୍ୟାରେ ବିଲକୁ ଯାଇଥିଲେ। ସେଠାରେ ଥିବା ଏକ ମହୁଲ ଗଛରେ ମହୁଫେଣା ହୋଇଥିଲା। ଗୌରୀଶଙ୍କ ମହୁଫେଣାକୁ ଢେଲା ମାରି ଦେଇଥିଲେ। ଢେଲାଟି ମହୁଫେଣାରେ ବାଜିବାରୁ ମହୁମାଛିମାନେ ବାହାରି ଆସିଥିଲେ। ମହୁମାଛିମାନେ ଗୌରୀଶଙ୍କରଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ କଣ୍ଟାବାଞ୍ଜି ହସପିଟାଲରେ ଭର୍ତ୍ତି କରିଥିଲେ।

ଗୌରୀଶଙ୍କରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଅଣା ଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ଗୌରୀଶଙ୍କରଙ୍କର ମୃତ୍ୟୁ ଘଟିଥିଲା। ଏକମାତ୍ର ପୁଅକୁ ହରାଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe