Advertisment

ନିଶା ପାଇଁ ନାବାଳକକୁ ମାରିଦେଲେ, ୪ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡ୍ରଗସ୍ କିଣିବାକୁ ଜଣେ ନବମ ଶ୍ରେଣୀ ପିଲାଠୁ ଟଙ୍କା ଛଡ଼ାଇବାକୁ ଚେଷ୍ଟା କରି ବିଫଳ ହେବାରୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଗଲେ।  ପିଲାଟି ୬ ଦିନ କାଳ ମୃତ୍ୟୁ ସଂଗ୍ରାମ କରି ଶେଷରେ ଗତକାଲି ରାତିରେ ଆଖି ବୁଜିଲା। ଏପରି ଲୋମଟାଙ୍କୁରା ଘଟଣା ଖୋଦ ରାଜଧାନୀରେ ଘଟିଯାଇଥିବା ବେଳେ ପୁଲିସ୍‌ ଏଥିରେ ସମ୍ପୃକ୍ତି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି। ଭୁବନେଶ୍ୱରସ୍ଥିତ ଭରତପୁର ଅଞ୍ଚଳରେ ଜଣେ ନାବାଳକଙ୍କୁ ହତ୍ୟା ଘଟଣାରେ ଏପରି ଚାଞ୍ଚଲ୍ୟକର […]

ନିଶା ପାଇଁ ନାବାଳକକୁ ମାରିଦେଲେ, ୪ ଗିରଫ

bbsr

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଡ୍ରଗସ୍ କିଣିବାକୁ ଜଣେ ନବମ ଶ୍ରେଣୀ ପିଲାଠୁ ଟଙ୍କା ଛଡ଼ାଇବାକୁ ଚେଷ୍ଟା କରି ବିଫଳ ହେବାରୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଗଲେ।  ପିଲାଟି ୬ ଦିନ କାଳ ମୃତ୍ୟୁ ସଂଗ୍ରାମ କରି ଶେଷରେ ଗତକାଲି ରାତିରେ ଆଖି ବୁଜିଲା। ଏପରି ଲୋମଟାଙ୍କୁରା ଘଟଣା ଖୋଦ ରାଜଧାନୀରେ ଘଟିଯାଇଥିବା ବେଳେ ପୁଲିସ୍‌ ଏଥିରେ ସମ୍ପୃକ୍ତି ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି। ଭୁବନେଶ୍ୱରସ୍ଥିତ ଭରତପୁର ଅଞ୍ଚଳରେ ଜଣେ ନାବାଳକଙ୍କୁ ହତ୍ୟା ଘଟଣାରେ ଏପରି ଚାଞ୍ଚଲ୍ୟକର ଖୁଲାସା କରିଛି ପୁଲିସ।

Advertisment

ଅଭିଯୋଗ ଅନୁସାରେ, ଗତ ୨ତାରିଖ ରାତିରେ ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳକ ସଉଦା ଆଣିବାକୁ ଘରୁ ବଜାରକୁ ଯାଇଥିଲା। ସେହି ବାଟରେ ପିଲାଟିକୁ କିଛି ନିଶାସକ୍ତ ଯୁବକ ଅଟକାଇଥିଲେ, ତାଠାରୁ ପଇସା ଲୁଟିବାକୁ ଉଦ୍ୟମ କରିଥିଲେ। ପିଲାଟି ବିରୋଧ କରିବାରୁ ତାକୁ ଉଠାଇ ଅନ୍ୟ ଏକ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ତାକୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ।

ପରିବାର ଲୋକେ ଖବର ପାଇ ପିଲାଟିକୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ।  ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ପିଲାଟିର ମୃତ୍ୟୁ ହୋଇଛି।  ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ହତ୍ୟା ମାମଲା ରୁଜୁ କରି ୪ ଜଣଙ୍କୁ ଗିରଫ କରିଛି। ହେଲେ ଏହି ଘଟଣାରେ ୮ରୁ ୧୦ଜଣ ସାମିଲ ଥିବା ସୂଚନା ଦେଇ ଘଟଣାର ତଦନ୍ତ ଚାଲୁ ରଖିଛି ପୁଲିସ

Advertisment

ପୁଲିସ ସୂଚନା ଅନୁସାରେ, ସେହି ଦୁର୍ବୃତ୍ତମାନେ ଡ୍ରଗସ୍ ବ୍ୟବହାର କରନ୍ତି। ସେହି ଦିନ ଡ୍ରଗସ୍ କିଣିବାକୁ ସେମାନେ ପିଲା ନିକଟରୁ ଟଙ୍କା ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ମାତ୍ର ପିଲାଟି ବିରୋଧ କରିବାରୁ ତାକୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ପୁଲସି ପରିସ୍ଥିତି ଉପରେ ନଜର ରଖିଛି ।

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe