Advertisment

ଦୁର୍ବୃତ୍ତଙ୍କ ଆକ୍ରମଣରେ ଆଖି ବୁଜିଲେ ନାବାଳକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଛାତି ଉପରେ ଥିବା ଭରତପୁରରେ ହତ୍ୟାର ଶିକାର ହୋଇଛି ଜଣେ ନାବାଳକ। କେତେକ ଦୁର୍ବୃତ୍ତଙ୍କ ଆକ୍ରମଣରେ ପୁଅ ଆଖି ବୁଜିଥିବା ମୃତ ନାବାଳକଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ମୃତକଙ୍କ ପରିବାର ଲୋକଙ୍କ ଲିଖିତ ଅଭିଯୋଗ ଅନୁଯାୟୀ,  ଗତ ୨ ତାରିଖରେ ନାବାଳକ ଜଣକ ନିକଟସ୍ଥ ଦୋକାନକୁ ସଉଦା ଆଣିବାକୁ ଯାଇଥିଲେ।  ଉକ୍ତ ସମୟରେ  କେତେକ ଦୁର୍ବୃତ୍ତ  ତାଙ୍କୁ ଆକ୍ରମଣ କରିଥିଲେ । ଖବର ପାଇ ପରିବାର ଲୋକେ ଗୁରୁତର ଅବସ୍ଥାରେ […]

author-image
Niharika Rout
ଅଦ୍ୟତନ ହୋଇଛି
ଦୁର୍ବୃତ୍ତଙ୍କ ଆକ୍ରମଣରେ ଆଖି ବୁଜିଲେ ନାବାଳକ

muredr

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଛାତି ଉପରେ ଥିବା ଭରତପୁରରେ ହତ୍ୟାର ଶିକାର ହୋଇଛି ଜଣେ ନାବାଳକ। କେତେକ ଦୁର୍ବୃତ୍ତଙ୍କ ଆକ୍ରମଣରେ ପୁଅ ଆଖି ବୁଜିଥିବା ମୃତ ନାବାଳକଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

Advertisment

ମୃତକଙ୍କ ପରିବାର ଲୋକଙ୍କ ଲିଖିତ ଅଭିଯୋଗ ଅନୁଯାୟୀ,  ଗତ ୨ ତାରିଖରେ ନାବାଳକ ଜଣକ ନିକଟସ୍ଥ ଦୋକାନକୁ ସଉଦା ଆଣିବାକୁ ଯାଇଥିଲେ।  ଉକ୍ତ ସମୟରେ  କେତେକ ଦୁର୍ବୃତ୍ତ  ତାଙ୍କୁ ଆକ୍ରମଣ କରିଥିଲେ । ଖବର ପାଇ ପରିବାର ଲୋକେ ଗୁରୁତର ଅବସ୍ଥାରେ ପୁଅକୁ  ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତା’ର ମୃତ୍ୟୁ ହୋଇଛି।

ହତ୍ୟାକାଣ୍ଡର କାରଣ ଜଣାପଡ଼ିନାହିଁ । ଏ ନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ପୁଲିସ୍‌ ଘଟଣାର ଛାନଭିନ ଚଳାଇଥିବା ବେଳେ କାହାକୁ ଗିରଫ କରାଯାଇନାହିଁ।

Advertisment
Murder