/odisha-reporter/media/post_attachments/uploads/2018/12/1-28.jpg)
1
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇଏଏସସ୍ତରରେ ରାଜ୍ୟ ସରକାର ଆଜି ଛୋଟ ଧରଣର ଅଦଳବଦଳ କରିଛନ୍ତି ।ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ସଚିବ ଆଇଏଏସ ଡଃ ସିଏସ କୁମାରଙ୍କୁ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ଭାବେ ବଦଳି କରାଯାଇଛି ।ଅବକାରୀ ସଚିବ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସଚିବ ଭାବେ ବଦଳି କରାଯାଇଛି ।ଅତିରିକ୍ତ ଭାବେ ସେ ଅବକାରୀ ସଚିବ ଦାୟିତ୍ୱ ତୁଲାଇବେ ।କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସ୍ୱତନ୍ତ୍ର ସଚିବ ଆଇଏଏସ୍ ଭାସ୍କରଜ୍ୟୋତି ଶର୍ମାଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତବିଦ୍ୟା ବିଭାଗ ସଚିବ ଭାବେ ବଦଳି କରାଯାଇଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
