Advertisment

ଗାଁ ଦାଣ୍ଡରେ ଖେଳୁଥିଲା ୯ ବର୍ଷର ଝିଅ, ଟେକିନେଲା ୧୪ ବର୍ଷର ପୁଅ!

ବରଗଡ଼ (ଦୀପକ ଶର୍ମା): ୯ ବର୍ଷର ଝିଅଟି ଗାଁ ଦାଣ୍ଡରେ ଖେଳୁ ଥିଲା। ଏହି ସମୟରେ ତାକୁ ୧୪ ବର୍ଷର ଜଣେ ନାବାଳକ ଡାକି ନେଇଗଲା। ଆଉ ତା’ପରେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏପରି ଅଭିଯୋଗ ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅଞ୍ଚଳରୁ ଆସିଛି। ପୀଡ଼ିତା ନାବାଳିକାର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ପୂରା ଘଟଣା ଏମିତି। ଗତକାଲି ପାଇକମାଳ ଥାନାର ନାବାଳିକା ମାଣ୍ଡୁ (ଛଦ୍ମନାମ)ଙ୍କ ମାଆ […]

ଗାଁ ଦାଣ୍ଡରେ ଖେଳୁଥିଲା ୯ ବର୍ଷର ଝିଅ, ଟେକିନେଲା ୧୪ ବର୍ଷର ପୁଅ!

rape-1..

Advertisment

ବରଗଡ଼ (ଦୀପକ ଶର୍ମା): ୯ ବର୍ଷର ଝିଅଟି ଗାଁ ଦାଣ୍ଡରେ ଖେଳୁ ଥିଲା। ଏହି ସମୟରେ ତାକୁ ୧୪ ବର୍ଷର ଜଣେ ନାବାଳକ ଡାକି ନେଇଗଲା। ଆଉ ତା’ପରେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏପରି ଅଭିଯୋଗ ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅଞ୍ଚଳରୁ ଆସିଛି। ପୀଡ଼ିତା ନାବାଳିକାର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment

ପୂରା ଘଟଣା ଏମିତି। ଗତକାଲି ପାଇକମାଳ ଥାନାର ନାବାଳିକା ମାଣ୍ଡୁ (ଛଦ୍ମନାମ)ଙ୍କ ମାଆ ସ୍ୱୟଂସହାୟିକା କାମରେ ଭୁବନେଶ୍ୱର ଆସିଥିଲେ। ଆଉ ତାଙ୍କ ବାପା କାମ କରିବା ପାଇଁ ଯାଇଥିଲେ। ତେଣୁ ମାଣ୍ଡୁ ତାଙ୍କ ଅଜା-ଆଇଙ୍କ ଘରେ ରହିଥିଲେ। ତେବେ ସନ୍ଧ୍ୟା ବେଳେ ନାବାଳିକା ଜଣକ ଗାଁ ଦାଣ୍ଡରେ ଖେଳୁଥିଲେ।

ଖେଳିବା ସମୟରେ ଜଣେ ୧୪ ବର୍ଷୀୟ ନାବାଳକ ତାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ନାବାଳିକା ଜଣକ ଗୁରୁତର ଅସୁସ୍ଥ ହୋଇପଡ଼ି ଥିଲା। ପରିବାର ଲୋକେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ନାବାଳକକୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଶିଶୁ କଲ୍ୟାଣ କମିଟି ପୀଡ଼ିତାକୁ ଉଦ୍ଧାର କରି ପାଇକମାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe