Advertisment

ମନ୍ତ୍ରୀଙ୍କ ଟ୍ୱିଟ୍‌ ପରେ ସୀମାଙ୍କୁ ମିଳିଲା ଚାଉଳ

କେନ୍ଦୁଝର : ମନ୍ତ୍ରୀଙ୍କ ଟ୍ୱିଟ୍‌ ପରେ ନାବାଳିକାଙ୍କୁ ମିଳିଛି ସାହାଯ୍ୟ। ନାବାଳିକା ଜଣକ ହେଉଛନ୍ତି କେନ୍ଦୁଝର ସଲରାପେଣ୍ଠ ମୁଣ୍ଡାସାହିର ସୀମା ମୁଣ୍ଡା। ବାପାମା’ଙ୍କ ଦେହାନ୍ତ ପରେ ସୀମା ତାଙ୍କ ଜେଜେବାପାଙ୍କ ପାଖରେ କିଛି ବର୍ଷ ହେଲା ରହିଆସୁଥିଲେ। ଜେଜେବାପାଙ୍କ ରାସନ କାର୍ଡରେ ମିଳୁଥିବା ୧୦ କିଲୋ ଚାଉଳରେ ଦୁହେଁ କଷ୍ଟେମଷ୍ଟେ ଚଳୁଥିଲେ। କିନ୍ତୁ ଦୁଇ ବର୍ଷ ତଳେ ସୀମାଙ୍କ ଜେଜେବାପାଙ୍କ ଦେହାନ୍ତ ପରେ ସେ ଏକୁଟିଆ ପଡ଼ିଯାଇଥିଲେ। ଜେଜେଙ୍କ ରାସନକାର୍ଡରେ ଯେଉଁ ସାମଗ୍ରୀ ମିଳୁଥିଲା, ତାହା ଆସିବା […]

ମନ୍ତ୍ରୀଙ୍କ ଟ୍ୱିଟ୍‌ ପରେ ସୀମାଙ୍କୁ ମିଳିଲା ଚାଉଳ

tttt1

Advertisment

କେନ୍ଦୁଝର : ମନ୍ତ୍ରୀଙ୍କ ଟ୍ୱିଟ୍‌ ପରେ ନାବାଳିକାଙ୍କୁ ମିଳିଛି ସାହାଯ୍ୟ। ନାବାଳିକା ଜଣକ ହେଉଛନ୍ତି କେନ୍ଦୁଝର ସଲରାପେଣ୍ଠ ମୁଣ୍ଡାସାହିର ସୀମା ମୁଣ୍ଡା।

Advertisment

ବାପାମା’ଙ୍କ ଦେହାନ୍ତ ପରେ ସୀମା ତାଙ୍କ ଜେଜେବାପାଙ୍କ ପାଖରେ କିଛି ବର୍ଷ ହେଲା ରହିଆସୁଥିଲେ। ଜେଜେବାପାଙ୍କ ରାସନ କାର୍ଡରେ ମିଳୁଥିବା ୧୦ କିଲୋ ଚାଉଳରେ ଦୁହେଁ କଷ୍ଟେମଷ୍ଟେ ଚଳୁଥିଲେ।

କିନ୍ତୁ ଦୁଇ ବର୍ଷ ତଳେ ସୀମାଙ୍କ ଜେଜେବାପାଙ୍କ ଦେହାନ୍ତ ପରେ ସେ ଏକୁଟିଆ ପଡ଼ିଯାଇଥିଲେ। ଜେଜେଙ୍କ ରାସନକାର୍ଡରେ ଯେଉଁ ସାମଗ୍ରୀ ମିଳୁଥିଲା, ତାହା ଆସିବା ବନ୍ଦ ହୋଇଯାଇଥିଲା।

Advertisment

ରାସନକାର୍ଡ ସହ ଆଧାର ଲିଙ୍କ୍‌ ହୋଇନଥିବାରୁ ତାଙ୍କୁ ଚାଉଳ ମିଳୁନଥିଲା। ଏହି ଖବର ଜଣାପଡ଼ିବା ପରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଜିଲ୍ଲା ପ୍ରଶାସନଙ୍କୁ ଟ୍ୱିଟ୍‌ କରି ନାବାଳିକାଙ୍କ ଅସୁବିଧା ବିଷୟରେ ଅବଗତ କରାଇଥିଲେ।

ଏହାପରେ ପ୍ରଶାସନ ପକ୍ଷରୁ ସୀମାଙ୍କୁ ୨ ମାସର ଚାଉଳ ଯୋଗାଇ ଦିଆଯାଇଛି। ଏହାସହ ତାଙ୍କର ରାସନ କାର୍ଡ ଓ ଆଧାର ଲିଙ୍କ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe