Advertisment

ଘରକୁ ଫେରୁଥିଲେ, ଅଧା ରାସ୍ତାରୁ ଟେକିନେଲେ; ଆଉ ତା’ପରେ...

ରାଇରଙ୍ଗପୁର (ରାଜେଶ ଶର୍ମା): ବିଲକାମ ସାରି ଘରକୁ ଫେରୁଥିବା ବେଳେ ବିଚ୍‌ ରାସ୍ତାରୁ ନାବାଳିକାକୁ ଉଠାଇ ନେଲା ଯୌନ ରାକ୍ଷସ। ଆଉ ତା’ପରେ ଏକ ପରିତ୍ୟକ୍ତ କ୍ଲବ ଘରେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍‌ ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତ ୪ ତାରିଖ ସଞ୍ଜ ବେଳେ […]

author-image
Manoranjan Sial
୬ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌, ଜୋରିମାନା

rape1

ରାଇରଙ୍ଗପୁର (ରାଜେଶ ଶର୍ମା): ବିଲକାମ ସାରି ଘରକୁ ଫେରୁଥିବା ବେଳେ ବିଚ୍‌ ରାସ୍ତାରୁ ନାବାଳିକାକୁ ଉଠାଇ ନେଲା ଯୌନ ରାକ୍ଷସ। ଆଉ ତା’ପରେ ଏକ ପରିତ୍ୟକ୍ତ କ୍ଲବ ଘରେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍‌ ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଗତ ୪ ତାରିଖ ସଞ୍ଜ ବେଳେ ୧୭ ବର୍ଷୀୟା ନାବାଳିକା ବିଲ କାମ ସାରି ଘରକୁ ଏକୁଟିଆ ଫେରୁଥିଲେ। ଏହି ସମୟରେ ପଙ୍ଗା ସୋରେନ୍‌ ନାମକ ଜଣେ ଯୁବକ ତାକୁ ରାସ୍ତାରୁ ଏକ ପରିତ୍ୟକ୍ତ ଫୁଟ୍‌ବଲ୍‌ କ୍ଲବ ଘର ଭିତରକୁ ଟେକି ନେଇଯାଇଥିଲେ। ପରେ ସେଠାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।

ପରେ ସାହସ କରି ନାବାଳିକା ଜଣକ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ କହିଥିଲେ। ଏହି ଘଟଣା ଗାଁରେ ସମାଧାନ କରିବାକୁ ଚେଷ୍ଟା କରାଯାଇଥିଲା। ମାତ୍ର ସମାଧାନର ରାସ୍ତା ବାହାରିନଥିବାରୁ ପୀଡ଼ିତାଙ୍କ ପରିବାର ଲୋକେ ଗତକାଲି ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଅଭିଯୁକ୍ତ ପଙ୍ଗା ସୋରେନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment