/odisha-reporter/media/post_attachments/uploads/2019/02/minor-rape-main.jpg)
minor-rape-main
ରାଉରକେଲା (ପବନ ତିୱାରୀ): ଜୁନାଗଡ଼ ଗଣଦୁଷ୍କର୍ମ ମନରୁ ନଲିଭୁଣୁ ରାଉରକେଲାରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ୩ ଜଣ ଯୁବକ ଏହି ଗଣଦୁଷ୍କର୍ମ କରିଛନ୍ତି ବୋଲି ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗକୁ ଆଧାର କରି ୩ ଯୁବକଙ୍କୁ ରାଉରକେଲା ପୁଲିସ ଅଟକ ରଖିଛି।
Advertisment
ସୂଚନା ଅନୁସାରେ ଗତ ୨୨ ତାରିଖରେ ରାଉରକେଲା ସେକ୍ଟର-୭ ଥାନା ଅଞ୍ଚଳକୁ ନାବାଳିକା ଜଣକ ପୂଜା ଦେଖିବା ପାଇଁ ଯାଇଥିଲେ। ରାସ୍ତାରେ ତିନି ଯୁବକ ତାଙ୍କୁ ଲିଫ୍ଟ ଦେବା ବାହାନାରେ ତାଙ୍କୁ ଉଠାଇନେଇ ଗଣଦୁଷ୍କର୍ମ କରିଥିଲେ।
ଶନିବାର ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ନାବାଳିକାଙ୍କ ବୟାନ ରେକର୍ଡ କରି ପୁଲିସ ତଦନ୍ତ ଆରମ୍ଭ କରିବା ସହ ତାଙ୍କର ଡାକ୍ତରୀ ମାଇନା କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
