Advertisment

ରାଜଧାନୀରେ ଲଜ୍ଜା; ଗାଁ ଦାଣ୍ଡରୁ ନାବାଳିକାଙ୍କୁ ଉଠାଇ ନେଇ ଦୁଷ୍କର୍ମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଁ ଦାଣ୍ଡରୁ ନାବାଳିକାଙ୍କୁ ଉଠାଇ ନେଇ ଦୁଷ୍କର୍ମ କଲେ ସମ୍ପର୍କୀୟ ।  ଭୁବନେଶ୍ୱର ଉପକଣ୍ଠ ଏକ ଗାଁରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା ।  ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ  କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ମାମଲା ରୁଜୁ ହେବା ପରେ ତଦନ୍ତ କରୁଛି  ପୁଲିସ୍‌  ଅଭିଯୁକ୍ତକୁ ଅଟକ ରଖି ଖୋଳତାଡ଼ ହେଉଛି। ସୂଚନା ଅନୁଯାୟୀ, ଗତକାଲି ନାବାଳିକାଜଣକ ଘରେ ଏକୁଟଇଆ ଥିବା ବେଳେ ଦାଣ୍ଡ ଦୁଆରେ ଖେଳୁଥିଲେ। ଏହି ସମୟରେ […]

author-image
Niharika Rout
ଅଦ୍ୟତନ ହୋଇଛି
ଆନ୍ଧ୍ରପ୍ରଦେଶରେ ଓଡ଼ିଆ ମହିଳାଙ୍କୁ ଗଣଦୁଷ୍କର୍ମ !  

Stop Rape

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଁ ଦାଣ୍ଡରୁ ନାବାଳିକାଙ୍କୁ ଉଠାଇ ନେଇ ଦୁଷ୍କର୍ମ କଲେ ସମ୍ପର୍କୀୟ ।  ଭୁବନେଶ୍ୱର ଉପକଣ୍ଠ ଏକ ଗାଁରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା ।  ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ  କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଥାନାରେ ମାମଲା ରୁଜୁ ହେବା ପରେ ତଦନ୍ତ କରୁଛି  ପୁଲିସ୍‌  ଅଭିଯୁକ୍ତକୁ ଅଟକ ରଖି ଖୋଳତାଡ଼ ହେଉଛି।

Advertisment

ସୂଚନା ଅନୁଯାୟୀ, ଗତକାଲି ନାବାଳିକାଜଣକ ଘରେ ଏକୁଟଇଆ ଥିବା ବେଳେ ଦାଣ୍ଡ ଦୁଆରେ ଖେଳୁଥିଲେ। ଏହି ସମୟରେ ସମ୍ପର୍କୀୟ ଜଣେ ବ୍ୟକ୍ତି ନାବାଳିକାଙ୍କୁ ପ୍ରଲୋଭିତ କରି ଘରକୁ ନେଇ ବଳାତ୍କାର କରିଥିଲେ। ଏହାପରେ ସମ୍ପୃକ୍ତ ବ୍ୟକ୍ତିଜଣକ ଫେରାର ହୋଇଯାଇଥିଲେ।

ଏନେଇ ନାବାଳିକାଜଣକ ପରିବାର ଲୋକଙ୍କୁ କହିବାରୁ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ଖୋଜାଖୋଜି ଆରମ୍ଭ କରି ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଠାବ କରି ଅଟକ ରଖିଛି। ଅଭିଯୁକ୍ତଜଣକ ଜଣେ ଶ୍ରମିକ ଶ୍ରେଣୀର ଲୋକ ବୋଲି ଜଣାଯାଇଛି।

Advertisment

ନାବାଳିକାଙ୍କୁ ପ୍ରଥମେ ବାଲିପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Bhubaneswar News