ଚୌଦ୍ୱାର(ପ୍ରକାଶ କୁମାର ନାୟକ): କଟକ ଜିଲ୍ଲା ଚୌଦ୍ୱାର ଥାନା ଅଞ୍ଚଳରେ ଜଣେ ୧୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍ ଅଭିଯୁକ୍ତ ଯୁବକଙ୍କ ଜଣେ ସହଯୋଗୀଙ୍କୁ ଅଟକ ରଖିଥିବା ବେଳେ ୨ଜଣ ଫେରାର ଅଛନ୍ତି l
ସୂଚନାଅନୁସାରେ, ଗତକାଲି ଅପରାହ୍ଣ ପ୍ରାୟ ୨ଟା ବେଳେ ନାବାଳିକା ଜଣକ ଗାଁ ନିକଟରେ ଥିବା କାଜୁ ଜଙ୍ଗଲକୁ କାଜୁ ମଞ୍ଜି ତୋଳିବାକୁ ଯାଇଥିଲେ। ଏହି ସମୟରେ ସେହି ଗାଁର ଜଣେ ଯୁବକ ଜୋର ଜବରଦସ୍ତ ଦୁଷ୍କର୍ମ କରିବା ସହିତ ନାବାଳିକାଙ୍କ ହାତ କାଟି ଦେଇଥିଲେ। ଏନେଇ ନାବାଳିକାଜଣକ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲା।
ଗତକାଲି ସନ୍ଧ୍ୟାରେ ନାବାଳିକାର ବାପା ଚୌଦ୍ୱାର ଥାନାରେ ଏନେଇ ଅଭିଯୋଗ କରିଥିଲେ। ପୁଲିସ୍ ଘଟଣାର ତଦନ୍ତ କରି ଦୁଷ୍କର୍ମ କରିଥିବା ଯୁବକଙ୍କ ଜଣେ ସହଯୋଗୀଙ୍କୁ ଅଟକ ରଖିଛି। ତେବେ ମୁଖ୍ୟ ଅଭିଯୁକ୍ତ ଓ ତାର ଆଉ ଜଣେ ସହଯୋଗୀ ଫେରାର୍ ଅଛନ୍ତି।
ଅନ୍ୟପକ୍ଷରେ ପୁଲିସ୍ ଏହି ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନାବାଳିକାର ବାପା ଅନୁରୋଧ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଲୋକସେବା ଭବନରେ ଲାଗିଲା ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍
ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସାନିଟାରୀ ଭେଣ୍ଡିଂ ମେସିନକୁ ସ୍ଥାପନକୁ ଉଦଘାଟନ କରିବା ସହ ମହିଳାମାନଙ୍କ ପାଇଁ ସ୍ୱଚ୍ଛତା ଓ ସହାୟକ କର୍ମକ୍ଷେତ୍ର ସୃଷ୍ଟି ଦିଗରେ ଏକ ପ୍ରଗତିଶୀଳ ପଦକ୍ଷେପ ବୋଲି କହିଛନ୍ତି ।
Politics
ରାଜ୍ୟରେ ୫ବର୍ଷରେ ୨ଗୁଣ ବଢ଼ିବ ଏମବିବିଏସ୍ ସିଟ୍ : ସ୍ୱାସ୍ଥ୍ୟମନ୍ତ୍ରୀ
ଆଜି ଶ୍ରୀ ମହାଲିଙ୍ଗ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆଗାମୀ ୫ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ଥିବା ଏମବିବିଏସ୍ ସିଟ୍ ସଂଖ୍ୟାକୁ ୨୫୦୦ରୁ ୫ହଜାରକୁ ବୃଦ୍ଧି କରିବାକୁ ସରକାର ଯୋଜନା କରିଛନ୍ତି ।
Miscellaneous
ସେନା ଅଫିସରଙ୍କୁ ନିର୍ଯାତନା: ଜାନୁୟାରୀ ୩୧ ପର୍ଯ୍ୟନ୍ତ ବଢ଼ିଲା କମିଶନଙ୍କ କାର୍ଯ୍ୟକାଳ
ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଭରତପୁର ଥାନାରେ ସେନା ଅଫିସର ଓ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନିଯୁକ୍ତି ଦିଆଯାଇଛି ।
Miscellaneous
ରାଜ୍ୟରେ ୫୦ବର୍ଷର ରାସ୍ତା ନିର୍ମାଣର ଆବଶ୍ୟକତାକୁ ଦୃଷ୍ଟିରୁ ରଖି ପ୍ରସ୍ତୁତ ହେବ ସ୍ୱତନ୍ତ୍ର ସଡ଼କ ନୀତି: ପୂର୍ତ୍ତ ମନ୍ତ୍ରୀ
୨୦୨୯ ମସିହା ସୁଦ୍ଧା ୧୦୦ଜନସଂଖ୍ୟା ବିଶିଷ୍ଟ ଗାଁକୁ ସବୁଦିନିଆ ରାସ୍ତା ନିର୍ମାଣକୁ ସୁନିଶ୍ଚିତ କରିବା ସହ ଉତ୍ତମ ମାନବସମ୍ବଳ ଅଭାବ ପୂରଣ ଓ ନିର୍ମାଣ ସମୟରେ ଆଧୁନିକ ଜ୍ଞାନକୌଶଳର ଉପଯୋଗ ନିମନ୍ତେ ବୈଠକରେ ଆଲୋଚନା ହୋଇଥିଲା ।
Miscellaneous
ବାଲିଯାତ୍ରାରେ ପ୍ରଶଂସା ସାଉଣ୍ଟୁଛି ପୁରୁଣା ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ର
ରଙ୍ଗୀନ ଆଲୁଅରେ ଚକମକ କରୁଛି କଳା ଧଳା ଚଳଚ୍ଚିତ୍ର। ଓଡ଼ିଶାର କଳା ସଂସ୍କୃତି ଓ ପରମ୍ପରାର ବାର୍ତ୍ତାବହ, ଓଡ଼ିଆ ଅସ୍ମିତାର କିଛି ଶ୍ରେଷ୍ଠ ନିଦର୍ଶନ। ସୀତା ବିବାହ, ହୀରା ଲିଳା, ଗପ ହେଲେ ବି ସତ, ଚିହ୍ନା ଅଚିହ୍ନା ପରି ପୁରୁଣା ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ରର ଲାଗିଛି ସମ୍ଭାର।